ପାଟନା : ପୂଜା ସମୟରେ ଭୁଶୁଡିଲା କାନ୍ଥ, ଦବିଗଲେ ୪୦ ଜଣ

ପୂଜା କରିବା ସମୟରେ ଭୁଶୁଡିଲା କାନ୍ଥ । କାନ୍ଥ ଭୁଶୁଡିବା ଯୋଗୁଁ ୪୦ ଦବିଥିବା ଥିବା ବେଳେ ଅନେକ ଆହତ ହୋଇଥିବା ଖବର ମିଳିଛି । ସମସ୍ତ ଆହତଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇ ଚିକିତ୍ସା ଚାଲିଛି । ବିହାର ପାଟନାର ପୁନପୁନ ଥାନା ଅନ୍ତର୍ଗତ ଏକ ଗାଁରେ ପୂଜା ସମୟରେ ଅଘଟଣ ।
ଖବର ମୁତାବକ, ପାଟନା ପାଖରେ ଥିବା ଏକ ଗାଁରେ ପୂଜା ପାଇଁ ୧୦୦ରୁ ଅଧିକ ଲୋକ ଏକାଠି ହୋଇଥିଲେ । ପୂଜା ଚାଲିଥିବା ବେଳେ ହଠାତ୍ କାନ୍ଥ ଭୁଶୁଡି ପଡିଥିଲା । ଫଳରେ ଏହା ତଳେ ୪୦ ଜଣ ଦବିଥିବା ବେଳେ ଅନେକ ଆହତ ହୋଇଥିଲେ । ଆହତମାନଙ୍କୁ ତୁରନ୍ତ ହସପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଆହତଙ୍କ ଚିକିତ୍ସା ଚାଲିଛି ।
ଘଟଣା ବିଷୟରେ ଖବର ପାଇଁ ପୋଲିସ ସହିତ ମସୌଢୀ ଏସଡିପିଓ ପହଞ୍ଚିଛନ୍ତି । ଜିଲ୍ଲା ପ୍ରଶାସନ ତରଫରୁ ଆମ୍ବୁଲାନ୍ସ ଘଟଣା ସ୍ଥଳରେ ପହଞ୍ଚିଛି । ବରିଷ୍ଠ ପୋଲିସ ଅଧୀକ୍ଷକ କହିଛନ୍ତି, ପୁନପୁନ ଅଞ୍ଚଳରେ ଏକ ଘରର କାନ୍ଥ ଭୁଶୁଡିବା ଯୋଗୁଁ ଅତିକମରେ ୪୦ ଜଣ ଆହତ ହୋଇଛନ୍ତି । ଘର ଶ୍ରୀପାଳପୁର ଅଞ୍ଚଳରେ ନୀରଜ କୁମାରଙ୍କର ବୋଲି ଜଣାପଡିଛି । ଘରେ ଧାର୍ମିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିବା ବେଳେ ଏଭଳି ଅଘଟଣ ଘଟିଥିଲା ।
ଘଟଣା ବିଷୟରେ ଖବର ପାଇଁ ବରିଷ୍ଠ ପୋଲିସ ଅଧିକାର ପହଞ୍ଚି ସମସ୍ତ ଆହତଙ୍କୁ ହସପିଟାଲରେ ଭର୍ତ୍ତି କରିଥିଲେ । କିଛି ଲୋକ ଗୁରୁତର ଆହତ ହୋଇଛନ୍ତି, ସେମାନଙ୍କୁ ପାଟନା ମେଡିକାଲ କଲେଜ ଏବଂ ହସପିଟାଲରେ ଭର୍ତ୍ତି କରାଯାଇଥିଲା । ମାମଲାର ଯାଞ୍ଚ ଚାଲିଛି । ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚିଛନ୍ତି ।