ୱାକଫ ଆଇନ : ଜବାବ ଦାଖଲ ପାଇଁ କେନ୍ଦ୍ରକୁ ସପ୍ତାହ ପାଇଁ ସମୟ ଦେଲେ ସୁପ୍ରିମକୋର୍ଟ

ୱାକଫ ଆଇନ ମାମଲା ନେଇ ସୁପ୍ରିମକୋର୍ଟରେ ଶୁଣାଣି । ଜବାବ ଦାଖଲ ପାଇଁ କେନ୍ଦ୍ରକୁ ସପ୍ତାହ ପାଇଁ ସମୟ ଦେଲେ ସୁପ୍ରିମକୋର୍ଟ । ଜବାବ ଦାଖଲ ପର୍ଯ୍ୟନ୍ତ ୱାକଫରେ ଯଥା ସ୍ଥିତି ବଜାୟ ରହିବ ବୋଲି କହିଲେ ସର୍ବୋଚ୍ଚ ନ୍ୟାୟାଳୟ। ଜବାବ ଦାଖଲ ପର୍ଯ୍ୟନ୍ତ ୱାକଫ ସମ୍ପତ୍ତି ଉପରେ କିଛି ପରିବର୍ତ୍ତନ ହେବନି । ଅନ୍ୟାଦେଶ ଯାଏଁ ନୂଆ ନିଯୁକ୍ତି ଉପରେ ରୋକ୍ ଲଗାଇଛନ୍ତି ସୁପ୍ରିମକୋର୍ଟ । ମେ ୫ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ।

ଶୁଣାଣି ସମୟରେ ସୁପ୍ରିମକୋର୍ଟ ଉଲ୍ଲେଖ କରିଛନ୍ତି ଯେ, ଏହି ୱାକଫ୍ ଆଇନରେ କିଛି ସକାରାତ୍ମକ ଦିଗ ରହିଛି । ତେଣୁ ଆଇନ ଉପରେ ସମ୍ପୂର୍ଣ୍ଣ ସ୍ଥଗିତାଦେଶ ଯଥାର୍ଥ ନୁହେଁ । କୋର୍ଟ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ, ମାମଲା ନ୍ୟାୟିକ ବିଚାରାଧୀନ ଥିବା ପର୍ଯ୍ୟନ୍ତ ବର୍ତ୍ତମାନର ପରିସ୍ଥିତିକୁ ଜଟିଳ କରାଯିବା ଉଚିତ୍ ନୁହେଁ ।

ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ୱାକଫ ଆଇନ ଯଥା ସ୍ଥିତି ବଜାୟ ରହିବ । ଏହାସହ କେନ୍ଦ୍ର ସୁପ୍ରିମକୋର୍ଟଙ୍କୁ ଅବଗତ କରାଇଲେ କି, ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ କେନ୍ଦ୍ରୀୟ ୱାକଫ ପରିଷଦ କିମ୍ବା ରାଜ୍ୟ ୱାକଫ ବୋର୍ଡରେ କୌଣସି ଅଣ ମୁସଲିମକୁ ୱାକଫରେ ନିଯୁକ୍ତି ଦିଆଯିବ ନାହିଁ ।

କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ଯେ, ସମସ୍ତ ୱାକଫ ସମ୍ପତ୍ତିକୁ ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ସେମାନଙ୍କର ବର୍ତ୍ତମାନ ଅବସ୍ଥାରେ ସଂରକ୍ଷିତ ରଖିବାକୁ ପଡିବ। ଏହି ସମୟ ମଧ୍ୟରେ କୌଣସି ୱାକଫ ବୋର୍ଡରେ ନୂତନ ନିଯୁକ୍ତି ଦିଆଯିବା ଉଚିତ୍ ନୁହେଁ ବୋଲି ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି ।

Also Read : ଦେଶର ପରବର୍ତ୍ତୀ ସିଜେଆଇ ହେବେ ଜଷ୍ଟିସ୍ ବିଆର ଗଭାଇ, ମେ ୧୪ରେ ନେବେ ଶପଥ