ୱାକଫ୍ ସଂଶୋଧନ ଆଇନ, ଆସନ୍ତାକାଲି ମାମଲାର ପରବର୍ତ୍ତୀ ଶୁଣାଣି

ୱାକଫ୍ ସଂଶୋଧନ ଆଇନକୁ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ଟିପ୍ପଣୀ ।  ନୂଆ ଆଇନରୁ ‘ WAQF BY USER ‘ ପ୍ରାବଧାନକୁ ହଟାଇବା ଉପରେ ଚିନ୍ତା ପ୍ରକଟ କରିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ ।  କେନ୍ଦ୍ରକୁ ଏ ନେଇ ସ୍ପଷ୍ଟୀକରଣ ମାଗିଛନ୍ତି ।  ଏହାର ପରିଣାମ ବ୍ୟାପକ ହୋଇପାରେ ବୋଲି କହିଛନ୍ତି ସିଜେଆଇ ଜଷ୍ଟିସ ସଂଜୀବ ଖାନ୍ନାଙ୍କ ନେତୃତ୍ବାଧୀନୀ ୩ ଜଣିଆ ଖଣ୍ଡପୀଠ ।

ତେବେ ଏହା ଉପରେ କୌଣସି ମଧ୍ୟବର୍ତ୍ତୀକାଳୀନ ନିର୍ଦ୍ଦେଶ ଦେଇ ନାହାନ୍ତି ଖଣ୍ଡପୀଠ ।  ଏହାର ଶୁଣାଣି ଜାରି ରହିବ।  ଆସନ୍ତାକାଲି ମାମଲାର ପରବର୍ତ୍ତୀ ଶୁଣାଣି ହେବ।  ୱାକଫ ଆଇନକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ୭୩ଟି ପିଟିସନ୍ ଦାଖଲ ହୋଇଛି ।  ଆଜି ମାମଲାର ଶୁଣାଣି ଆରମ୍ଭ ହୋଇଛି ।

ଶୁଣାଣି ବେଳେ ସଲିସିଟର ଜେନେରାଲଙ୍କୁ କୋର୍ଟ ପଚାରିଥିଲେ, ହିନ୍ଦୁ ଧାର୍ମିକ ଅନୁଷ୍ଠାନର ପରିଚାଳନା ପାଇଁ ଅଲଗା ସଂପ୍ରଦାୟର ଲୋଙ୍କୁ ନିଯୁକ୍ତ କରାଯାଉଛି କି ?  ସେହିପରି ବ୍ୟବହାର ଅୁନସାରେ ୱାକଫ୍ ପ୍ରସଙ୍ଗରେ କହିଛନ୍ତି, ଅଧିକାଂଶ ମସଜିଦ୍ ୧୪ ଶହରୁ ୧୬ଶହ ଶତାବ୍ଦୀ ମଧ୍ୟରେ ନିର୍ମାଣ ହୋଇଛି ।  ଏସବୁର ପଞ୍ଜିକୃତ କାଗଜପତ୍ର ନାହିଁ ।

ଦିଲ୍ଲୀରେ ଜାମା ମସଜିଦ୍ ମଧ୍ୟ ୱାକଫ୍ ସଂପତ୍ତି। ଏଗୁଡ଼ିକର ପଞ୍ଜିକରଣ ଦଲିଲ ଦେଖାଇ ହେବ ନାହିଁ ।  ତେଣୁ ଏଗୁଡ଼ିକୁ ଅଣ ପଂଜିକୃତ କରିବା ଏକ ପ୍ରସଙ୍ଗ ହୋଇପାରେ।  ୱାକଫକୁ ନେଇ ଯେଉଁ ହିଂସାକାଣ୍ଡ ହୋଇଛି, ତାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ।

Also read: ଲୋକସଭାରେ ୱାକଫ ସଂଶୋଧନ ବିଲ୍ ପାରିତ, ସପକ୍ଷରେ ପଡିଲା ୨୮୮ ଭୋଟ୍‌