କର୍ତ୍ତବ୍ୟପଥ ପରେଡରେ ଗଡ଼ିଲା ନନ୍ଦିଘୋଷ, ୨୧ କିଲୋର ବୋମାକୁ ପ୍ରତିରୋଧ କରିବାର ରହିଛି କ୍ଷମତା

କର୍ତ୍ତବ୍ୟପଥ ପରେଡରେ ଗଡ଼ିଲା ନନ୍ଦିଘୋଷ । ଏହା ଭାରତୀୟ ସେନାର ମାଇନ ପ୍ରୋଟେକ୍ଟେଡ ଆର୍ମର କ୍ୟାରିଅର। ନନ୍ଦିଘୋଷ ୧୪କିଲୋରୁ ୨୧ କିଲୋର ବୋମାକୁ ପ୍ରତିରୋଧ କରିବାର କ୍ଷମତା ରଖିଛି। ସ୍ବଦେଶ ନିର୍ମିତ କଂପାନୀ ଦ୍ବାରା ପ୍ରତିରକ୍ଷା ସାମଗ୍ରୀ ନିର୍ମାଣରେ ନନ୍ଦିଘୋଷ ଏକ ବଡ଼ ପ୍ରୟାସ । ନନ୍ଦିଘୋଷରେ ଡ୍ରାଇଭର ଓ ସହଯୋଗୀଙ୍କ ସହ ୮ଜଣ ଯବାନ ରହିପାରିବେ । ବିଚ୍ଛିନ୍ନତାବାଦ ଓ ଆତଙ୍କବାଦ ବିରୋଧୀ ଅପରେସନରେ ଏହାକୁ ମୁଖ୍ୟତଃ ବ୍ୟବହାର କରାଯାଇଥାଏ । ଦୁର୍ଗମ ପାହାଡ଼ିଆ ଅଞ୍ଚଳରେ ବି ନନ୍ଦିଘୋଷ ସହଜରେ ଗମନାଗମନ କରି ଶତ୍ରୁପକ୍ଷକୁ କଡ଼ା ମୁକାବିଲା କରିବାକୁ ସମର୍ଥ । ୨ଟନ ଓଜନର ପେଲୋଡକୁ ବହନ କରି ଏହା ଗତି କରିପାରେ । ଜାତିସଂଘର ଶାନ୍ତିସେନାର ମିସନରେ ବର୍ତ୍ତମାନ ନନ୍ଦିଘୋଷର ବ୍ୟବହର ହେଉଛି । ନନ୍ଦିଘୋଷ ସହ ଚେତକ, ଆକାଶ ପ୍ରତିରକ୍ଷା ସିଷ୍ଟମ, ବ୍ରାହ୍ମୋସ ମିସାଇଲ, ଗ୍ରାଡ BM-21ରକେଟ ଲଞ୍ଚର ଆଦି କର୍ତ୍ତବ୍ୟପଥରେ ନିଜର ପରାକାଷ୍ଠା ପ୍ରଦର୍ଶନ କରିଛନ୍ତି ।
ଏହି ଅବସରରେ ଭାରତୀୟ ବାୟୁସେନା କର୍ତ୍ତବ୍ୟ ପଥରେ ପୁଷ୍ପ ବର୍ଷା କରିଛନ୍ତି । ବାୟୁସେନା ଭାରତୀୟ ତ୍ରିରଙ୍ଗା ସହିତ ପୁଷ୍ପ ବର୍ଷା କରିଛନ୍ତି । ଏହା ସହ କର୍ତ୍ତବ୍ୟପଥରେ ବାଦ୍ୟଯନ୍ତ୍ର ସହିତ ସମଗ୍ର ଦେଶରୁ ୩୦୦ଜଣ ପ୍ରତିଭାବାନ କଳାକାର ସାମିଲ ହୋଇଛନ୍ତି । ଏହା ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ବିଭାଗର ଏକ ଝଲକ । ଏହା ବ୍ୟତୀତ ୫୦୦୦ କଳାକାରଙ୍କୁ ନେଇ ୧୧ ମିନିଟର ଏକ ସାଂସ୍କୃତିକ ପ୍ରଦର୍ଶନୀ ଆୟୋଜିତ ହୋଇଛି । ଏହି ପ୍ରଦର୍ଶନରେ ଦେଶର ବିଭିନ୍ନ ସ୍ଥାନରୁ୪୫ ରୁ ଅଧିକ ନୃତ୍ୟ ଶୈଳୀ ସାମିଲ ହୋଇଥିଲେ ।
ଆହୁରି ପଢ଼ନ୍ତୁ : ଗଣତନ୍ତ୍ର ଦିବସରେ ଅଭେଦ ଗଡ଼ ପାଲଟିଛି ରାଜଧାନୀ, ଜଗିଛନ୍ତି ୭୦୦୦ ସିସିଟିଭି, ୬୦ ହଜାର ଯବାନ