ଦେଶ ବିଦେଶ

ଚୋରି ସନ୍ଦେହରେ ୨ ନର୍ସିଂ ଛାତ୍ରୀଙ୍କ ପୋଷାକ କାଢ଼ିଦେଲେ ହଷ୍ଟେଲ ୱାର୍ଡେନ, କହିଲେ, ଦୁହେଁ ନେଇଛନ୍ତି ୮ ହଜାର ଟଙ୍କା

ରାଜଧାନୀ ଦିଲ୍ଲୀରୁ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। ଏଠାରେ ଏକ ନର୍ସିଂ ହଷ୍ଟେଲରେ ଦୁଇ ଛାତ୍ରୀଙ୍କ ସହ ଆପତ୍ତିଜନକ କାର୍ଯ୍ୟ କରାଯାଇଛି। ଚୋରି ସନ୍ଦେହରେ ହଷ୍ଟେଲର ୱାର୍ଡେନ କିଛି ଛାତ୍ରୀଙ୍କ ସହ ମିଶି ଦୁଇ ଛାତ୍ରୀଙ୍କ ପୋଷାକ କାଢ଼ି ଖୋଜାଖୋଜି କରିଛନ୍ତି।

ଏହି ଘଟଣା ପରେ ଦୁଇ ଛାତ୍ରୀ ଅତ୍ୟନ୍ତ ଅପମାନିତ ଅନୁଭବ କରିଥିଲେ ଏବଂ ପୂରା ଘଟଣା ବିଷୟରେ ନିଜ ସମ୍ପର୍କୀୟଙ୍କୁ ଜଣାଇଥିଲେ। ଏହାପରେ ଅଭିଭାବକମାନେ ପୋଲିସ ନିକଟରେ ଅଭିଯୋଗ କରିବା ପରେ ପୋଲିସ ଏ ସଂକ୍ରାନ୍ତରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

ଏହି ଘଟଣା ଦୁଇ ଦିନ ତଳର ବୋଲି କୁହାଯାଉଛି। ଅଭିଯୋଗ ଅନୁସାରେ, ବିଏସସି ନର୍ସିଂର ଦୁଇ ଛାତ୍ରୀ ସେମାନଙ୍କ ହଷ୍ଟେଲ ୱାର୍ଡେନଙ୍କ ସହ ଏକ କମ୍ୟୁନିଟି କାର୍ଯ୍ୟକ୍ରମକୁ ଯାଇଥିଲେ। ସେଠାରେ ୱାର୍ଡେନଙ୍କ ପର୍ସରୁ ୮ ହଜାର ଟଙ୍କା ଚୋରି ହୋଇଥିଲା। ଏହି ଚୋରି ପାଇଁ ୱାର୍ଡେନ ଉଭୟ ଛାତ୍ରୀଙ୍କୁ ଦୋଷାରୋପ କରିଥିଲେ ଏବଂ ସେମାନଙ୍କ ପୋଷାକ ଯାଞ୍ଚ କରିବାକୁ କହିଥିଲେ।

ତେବେ ଛାତ୍ରୀଦ୍ୱୟ ଅନେକ ଥର ମନା କରିବା ପରେ ମଧ୍ୟ ୱାର୍ଡେନ ଶୁଣି ନ ଥିଲେ ଏବଂ ସେମାନଙ୍କ ପୋଷାକ କାଢ଼ି ଯାଞ୍ଚ କରିଥିଲେ। କିନ୍ତୁ ଉଭୟ ଛାତ୍ରୀଙ୍କଠାରୁ କିଛି ବି ମିଳି ନ ଥିଲା। ସେପଟେ ଅଭିଯୋଗ ଆସିବା ପରେ କଲେଜ ପ୍ରଶାସନ ପକ୍ଷରୁ ଏହି ମାମଲାରେ ଏକ ତଦନ୍ତ କମିଟି ଗଠନ କରାଯାଇଛି, ଯେଉଁଥିରେ ପ୍ରିନ୍ସିପାଲ ଏବଂ ସିନିୟର ଶିକ୍ଷକମାନଙ୍କୁ ଅନ୍ତର୍ଭୁକ୍ତ କରାଯାଇଛି। ଏହା ସହିତ ଅଭିଯୁକ୍ତ ୱାର୍ଡେନଙ୍କୁ ହଷ୍ଟେଲରୁ ସ୍ଥାନାନ୍ତର କରାଯାଇଛି।

Roshni

Recent Posts

ଆଫଗାନିସ୍ତାନର ଐତିହାସିକ ବିଜୟ ପରେ ରାଶିଦ ଖାନଙ୍କୁ ଆସିଲା ସରପ୍ରାଇଜ କଲ୍‌, ଭିଡିଓ ଭାଇରଲ

ଆଇସିସି ଟି୨୦ ବିଶ୍ୱ ସେମିଫାଇନାଲରେ ପ୍ରବେଶ କରି ଇତିହାସ ରିଚିଛି ଆଫଗାନିସ୍ତାନ ଟିମ୍‌ । ଅଷ୍ଟ୍ରେଲିଆକୁ ହରାଇ ଟି୨୦ ବିଶ୍ୱକପରୁ…

3 mins ago

ଓଡ଼ିଶା ଆସି ପୁରୀ ରଥଯାତ୍ରା ଦେଖିବେ ରାଷ୍ଟ୍ରପତି

ପୁରୀ: ରଥଯାତ୍ରା ଦେଖିବେ ରାଷ୍ଟ୍ରପତି । ୭ ଓ ୮ ତାରିଖ ଦୁଇ ଦିନ ପୁରୀରେ ରହି ଶ୍ରୀଜିଉଙ୍କୁ ଦର୍ଶନ…

31 mins ago

ରେଲୱେରେ ଗ୍ରୁପ ଡିରେ ୧,୦୩,୭୬୯ ପଦବୀ ଖାଲି, ଜାଣନ୍ତୁ କେମିତି କରିବେ ଆବେଦନ

ଭାରତୀୟ ରେଲୱେରେ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଆରଆରବି ଗ୍ରୁପ ଡି ପାଇଁ ୧,୦୩,୭୬୯ ପଦବୀ…

50 mins ago

ଦିଲ୍ଲୀ ସିଏମ୍‌ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଲା, କମିଲା ସୁଗାର ସ୍ତର

ବିଗିଡ଼ିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା । କୋର୍ଟ ରୁମ୍‌ରେ ତାଙ୍କ ସୁଗାର ସ୍ତର କମିଯାଇଥିବା ସୂଚନା ମିଳିଛି…

58 mins ago

ସୁରକ୍ଷାରେ ତ୍ରୁଟି ! ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଘରେ ବେଆଇନ ଭାବେ ପଶିଲେ ୪ ଯୁବକ, ଗିରଫ କଲା ପୋଲିସ

ବ୍ରିଟିଶ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଉତ୍ତର ଇଂଲଣ୍ଡସ୍ଥିତ ଘରେ ୪ ଜଣ ଯୁବକ ବେଆଇନ ଭାବେ ପ୍ରବେଶ କରିଛନ୍ତି ।…

1 hour ago

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

2 hours ago