ପୂର୍ବତନ ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଜେଲରେ ଯୌନ ନିର୍ଯାତନା ଦେବା କଥା କେତେ ସତ ? ସୋସିଆଲ ମିଡିଆରେ ହୋଇଥିଲା ଭାଇରଲ

ପହଲଗାମ ଆକ୍ରମଣ କାରଣରୁ ଉଭୟ ଦେଶ ମଧ୍ୟରେ ସ୍ଥିତି ବିଗିଡିବାରେ ଲାଗିଛି । ଏହି ସମୟରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ନେଇ ଏକ ଖବର ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି । ସେ ଜେଲରେ ଯୌନ ନିର୍ଯ୍ୟାତନାର ଶିକାର ହେଉଛନ୍ତି ବୋଲି ସୂଚନା ମିଳିଥିଲା । ତାହାର ରିପୋର୍ଟ ମଧ୍ୟ ସୋସିଆଲ ମିଡିଆରେ ସେୟାର ହୋଇଥିବା ନଜର ଆସିଥିଲା । କିନ୍ତୁ ବର୍ତ୍ତମାନ ରିପୋର୍ଟ ଅନୁସାରେ ପୂର୍ବ ରିପୋର୍ଟକୁ ପାକିସ୍ତାନୀ ଅଧିକାରୀମାନେ ତାହାକୁ ଖଣ୍ଡନ କରିଛନ୍ତି ।

ଏକ ରିପୋର୍ଟ ଅନୁଯାୟୀ, ଇମ୍ରାନ ଖାନ ଜଣେ ପାକିସ୍ତାନୀ ମେଜରଙ୍କ ଦ୍ବାରା ଯୌନ ନିର୍ଯ୍ୟାତନାର ଶିକାର ହେଉଛନ୍ତି । ପୁରୁଷମାନଙ୍କ ବିରୋଧରେ ଯୌନ ହିଂସା ବୃଦ୍ଧି ପାକିସ୍ତାନୀ କଏଦୀମାନଙ୍କ ପାଇଁ ଅତି ସାଧାରଣ କଥା । ଗର୍ବ ଏବଂ ମର୍ଯ୍ୟାଦା ହାନି ପାଇଁ ସେମାନେ ଏଭଳି କାମ କରିଥାନ୍ତି  । କିନ୍ତୁ ଏଯାବତ୍ ଅଫିସିଆଲ ଭାବେ କୌଣସି ସୂଚନା ମିଳିନାହିଁ ।

ଅନ୍ୟପଟେ ଇମ୍ରାନ ଖାନଙ୍କ ସ୍ବାସ୍ଥ୍ୟାବସ୍ଥା ଯାଞ୍ଚ କରିବା ପାଇଁ ପାକିସ୍ତାନୀ ଡାକ୍ତରଙ୍କର ଏକ ଦଳ ଆଦିଆଲା ଜେଲକୁ ପଠାଯାଇଥିଲା । ତାଙ୍କର ଡାକ୍ତରୀ ଯାଞ୍ଚ ୩୦ ମିନିଟ୍ ଧରି କରାଯାଇଥିଲା । କିନ୍ତୁ ରିପୋର୍ଟ ପ୍ରକାଶିତ ହୋଇନଥିଲା । ଏହାରି ମଧ୍ୟରେ ପିଟିଆଇର ନେତା ଦାବି କରିଥିଲେ ଯେ, ଇମ୍ରାନଙ୍କ ଭଉଣୀ କିମ୍ବା ତାଙ୍କ ସମ୍ପର୍କୀୟଙ୍କୁ ଭେଟିବାକୁ ଅନୁମତି ଦିଆଯାଉନାହିଁ । ଏହା ସହିତ ଇମ୍ରାନଙ୍କ ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ଜାଣିବା ପାଇଁ ତାଙ୍କ ପରିବାରଙ୍କୁ ଡାକ୍ତରଙ୍କ ସହ  ଭେଟିବାକୁ ମଧ୍ୟ ଦିଆଯାଉନାହିଁ । ଯାହାଫଳରେ ଇମ୍ରାନଙ୍କ ସ୍ବାସ୍ଥ୍ୟକୁ ନେଇ ପରିବାର ଚିନ୍ତାରେ ରହିଛନ୍ତି ।

ଏହାରି ମଧ୍ୟରେ ଯଦିଓ ରିପୋର୍ଟଟି ସେୟାର କରାଯାଇଥିବା ପୂର୍ବ ଯେ, ରିପୋର୍ଟଟି ନକଲି ଥିଲା ବୋଲି ସ୍ପଷ୍ଟ ହୋଇଛି । ପୂର୍ବ ରିପୋର୍ଟରେ ଦିଆଯାଇଥିବା ସ୍ବାସ୍ଥ୍ୟାବସ୍ଥା ଯାହା ଇଙ୍ଗିତ କରିଛି ସେହି ଯାଞ୍ଚରେ ଅଭାବ ରହିଛି । ବର୍ତ୍ତମାନ ଯାଞ୍ଚ କରିବା ମେଡିକାଲ ରିପୋର୍ଟକୁ ପାକିସ୍ତାନୀ ଅଧିକାରୀ ଏବଂ ତଥ୍ୟ-ଯାଞ୍ଚକାରୀମାନେ ଖଣ୍ଡନ କରିଛନ୍ତି । ପୋଷ୍ଟଟିର ସତ୍ୟାସତ୍ୟ ପ୍ରମାଣିତ ହେବା ସତ୍ତ୍ୱେ, ଏହାକୁ ୭୫,୦୦୦ ରୁ ଅଧିକ ଥର ଦେଖାଯାଇସାରିଛି, ଯାହା ଜନଭାବନାକୁ ଉତ୍ତେଜିତ କରିବା କିମ୍ବା ରାଜନୈତିକ ବ୍ୟକ୍ତିବିଶେଷଙ୍କୁ ଟାର୍ଗେଟ କରିବା ପାଇଁ ଭୁଲ ସୂଚନା ବ୍ୟବହାର କରାଯାଉଥିବା ନେଇ ଚିନ୍ତା ସୃଷ୍ଟି କରିଛି।

Also Read : ପାକିସ୍ତାନୀ ସ୍ତ୍ରୀ ପଡିଲା ମହଙ୍ଗା, ଭାରତୀୟ ସେନା ବାହିନୀରୁ ବିଦାହେଲେ ସିପାହୀ