ଦଲେର ମେହେନ୍ଦିଙ୍କ ଗୀତ ଗାଇ ସଚେତନତା ସୃଷ୍ଟି କରୁଛନ୍ତି ଟ୍ରାଫିକ ପୋଲିସ, ଦେଖନ୍ତୁ ଭିଡିଓ

ଚଣ୍ଡୀଗଡ଼ର ଜଣେ ଟ୍ରାଫିକ୍ ପୋଲିସ୍ ଏକ ନିଆରା ଅନ୍ଦାଜ୍ରେ ସଚେତନତା ସୃଷ୍ଟି କରୁଥିବା ଦେଖିବାକୁ ମିଳିଛି। ଲୋକପ୍ରିୟ ସଙ୍ଗୀତଜ୍ଞ ଦଲେର ମେହେନ୍ଦୀଙ୍କ ହିଟ୍ ଗୀତ‘‘ବୋଲୋ ତାରା ରା ରା ରା’’ଙ୍କ ଗୀତର ଧୁନ୍କୁ ନେଇ ଟ୍ରାଫିକ୍ ପୋଲିସ ଜଣକ ଲୋକଙ୍କୁ ସଚେତନ କରୁଥିବା ନଜର ଆସିଛି। ନିଜେ ଦଲେର ମେହେନ୍ଦି ଏହି ଭିଡିଓକୁ ନିଜ ଟ୍ଵିଟରରେ ସେୟାର କରି ଧନ୍ୟବାଦ ଜଣାଇଥିବା ଦେଖିବାକୁ ମିଳିଛି।
I am glad that my music is used by Traffic police to inspire people to follow rules.
Happiness Means Daler Mehndi
Celebration Means Daler Mehndi
Thank you for your love and Support#DalerMehndi #BoloTaRaRaRa @trafficchd @ssptfcchd pic.twitter.com/1fUZMmCNkt— Daler Mehndi (@dalermehndi) October 17, 2019
ଟ୍ରାଫିକ୍ ଏଏସ୍ଆଇ ଭୂପିନ୍ଦର ସିଂହ ରାସ୍ତା ମଝିରେ ଲୋକଙ୍କୁ ଗୀତ ମାଧ୍ୟମରେ ସଚେତନ କରାଉଥିବା ଭିଡିଓ ଏବେ ସୋସିଆଲ୍ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଭୂପିନ୍ଦର ସିଂହ ଗାୟକ ଦଲେର ମେହେନ୍ଦିଙ୍କ ବୋଲେ ତାରା ରାରା ଗୀତର ଧୁନ୍ରେ ନୂଆ ମୋଟରଯାନ ଅଧିନିୟମ, ଗାଡ଼ି ପାର୍କିଂ ଆଦି ସମ୍ବନ୍ଧରେ ଏକ ନୂଆ ଗୀତ ପ୍ରସ୍ତୁତ କରି ଲୋକଙ୍କୁ ସଚେତନ କରୁଥିବା ଦେଖିବାକୁ ମିଳିଛି। ଏହି ଭିଡିଓକୁ ୟୁଜରମାନେ ଖୁବ୍ ପସନ୍ଦ କରିବା ସହ ସେୟାର ମଧ୍ୟ କରୁଛନ୍ତି।