ଦେଶ ବିଦେଶ

ପାକିସ୍ତାନର ସିୟାଲକୋଟ୍‌ର ସେନାବାହିନୀର ଅସ୍ତ୍ରାଗାରରେ ଭୟଙ୍କର ବିସ୍ଫୋରଣ, ଥରିଗଲା ପୂରା ଅଞ୍ଚଳ

ପାକିସ୍ତାନର ପଞ୍ଜାବ ପ୍ରାନ୍ତର ସିୟାଲକୋଟ୍‌ ସହରରେ ପାକିସ୍ତାନୀ ସେନାର ଅସ୍ତ୍ରଶସ୍ତ୍ର ଗୋଦାମରେ ଭୀଷଣ ବିସ୍ଫୋରଣ ହୋଇଛି। ଏହି ବିସ୍ଫୋରଣ ପରେ ସୈନ୍ୟ ବାହିନୀର ବିଶ୍ରାମସ୍ଥଳୀ ଭିତରେ ଭୀଷଣ ନିଆଁ ଲାଗିଯାଇଛି। ବିସ୍ଫୋରଣର କାରଣ ଏବେ ଯାଏଁ ଜଣାପଡ଼ିନାହିଁ। ବିସ୍ଫୋରଣ ଯୋଗୁ ସ୍ଥାନୀୟ ଅଞ୍ଚଳରେ ଚାରି ଆଡ଼ୁ ନିଆଁ ବର୍ଷା ହେଉଥିବା ଦେଖାଯାଇଛି। ଏଣୁ ଲୋକମାନେ ଭୟଭୀତ ଅଛନ୍ତି। ତେବେ ପାକିସ୍ତାନର ସେନା ପକ୍ଷରୁ ଏନେଇ ଏବେ ଯାଏଁ କୌଣସି ବୟାନ ଜାରି କରାଯାଇନାହିଁ।

ପାକ୍‌ର ଏହି ବିସ୍ଫୋରଣ ବେଳର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଦେଖାଯାଇଛି ଯେ ଏହି ବିସ୍ଫୋରଣ ଯୋଗୁ ଆଖପାଖ ଅଞ୍ଚଳରେ ବି ଭୀଷଣ ନିଆଁ ଲାଗିଯାଇଛି।

ପାକିସ୍ତାନର ଜଣେ ବରିଷ୍ଠ ସାମ୍ବାଦିକ ଟ୍ଵିଟ୍‌ କରି କହିଛନ୍ତି, ସିୟାଲ କୋଟ୍‌ର ସୈନ୍ୟବାହିନୀଙ୍କ ଆଡ୍ଡାରେ ଏକାଧିକ ଥର ବିସ୍ଫୋରଣ ହୋଇଛି। ପ୍ରାରମ୍ଭିକ ତଦନ୍ତରୁ ଜଣାପଡ଼ିଛି ଯେ ଏହି ସ୍ଥାନରେ ଅସ୍ତ୍ରଶସ୍ତ୍ର ରଖାଯାଏ। ନିଆଁ ଲାଗିବା ଫଳରେ ଚାରିଆଡ଼େ ଧୂଆଁମୟ ହୋଇଯାଇଛି। କିନ୍ତୁ ନିଆଁ ଲାଗିବାର କାରଣ ସମ୍ପର୍କରେ ଏବେ ଯାଏଁ କୌଣସି ସୂଚନା ମିଳିପାରିନାହିଁ।

WCW 11

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

8 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

9 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

9 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

10 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

11 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

11 hours ago