ବିଶ୍ୱାସ ହେଉ ନଥିଲେ ବି ସତ : ଭୋକିଲା ମାଛ ଗିଳିଦେଲା ସାପକୁ, ଦେଖନ୍ତୁ ଆଶ୍ଚର୍ଯ୍ୟ କଲା ଭଳି ଭିଡିଓ

ଶାସ୍ତ୍ରରେ ଅଛି ‘ଭୁଭୁକ୍ଷିତ କିଂ ନ କରୋତି ପାପଂ’ ଅର୍ଥାତ ଭୋକିଲା ଲୋକ କିଛି ବି (ପାପ) କରିପାରେ । ଶାସ୍ତ୍ରରେ କୁହାଯାଇଥିବା ଏହି କଥା ବୋଧହୁଏ ସତ୍ୟ ହୋଇଛି ଏଠାରେ । ଏକ ଭୋକିଲା ମାଛ କିପରି ଏକ ଜୀବନ୍ତ ସାପକୁ ଗିଳି ଦେଉଛି ତାହର ଏହି ଭାଇରାଲ ଭିଡିଓକୁ ଦେଖିଲେ ଆପଣ ବି ହୋଇଯିବେ ଆଶ୍ଚର୍ଯ୍ୟ । ଏହି ଭିଡ଼ିଓକୁ ବନ ସେବା ଅଧିକାରୀ ସୁଶାନ୍ତ ନନ୍ଦା ତାଙ୍କ ଟ୍ଵିଟର ହାଣ୍ଡେଲରେ ଅପ୍‌ଲୋଡ କରିଛନ୍ତି । ଯେଉଁଠି ସାପଟିକୁ ଏକ ମାଛ ଗିଳିଦେଉଥିବା ଦେଖାଯାଇଛି ।

ଭିଡିଓରେ ଦେଖାଯାଇଛି ଯେ ପାଣି ଭିତରୁ ଏକ ମାଛ ଉପରକୁ ମୁହଁ ଉଠାଇ ସାପକୁ ଶିକାର କରିବା ପାଇଁ ଚେଷ୍ଟା କରୁଛି । ସାପ ଯେତେବେଳେ ମାଛକୁ ଦେଖୁଛି ସେ ପୁଣି ପଛକୁ ଫେରି ଆସୁଛି । ମାଛ ପୁଣି ପାଣି ଭିତରେ ଲୁଚି ଯାଉଛି । ସାପ ଯେମିତି ପାଣି ଭିତରକୁ ଆସିବାକୁ ବାହାରୁଛି ମାଛ ପୁଣି ତାକୁ ଶିକାର କରିବାକୁ ଉଦ୍ୟତ ହେଉଛି ।

ସାପ ପୁଣି ପଛକୁ ଫେରି ଯାଉଛି । ଶେଷରେ ସାପଟି ମାଛର ଶିକାର ହୋଇଯାଇଛି । ମାଛ ସାପଟିକୁ ଗିଳିବାକୁ ଲାଗୁଛି । ଏହି ଭୟଙ୍କର ଘଟଣାଟିକୁ ଦେଖିଲେ ଯେ କେହି ବି ଆଶ୍ଚର୍ଯ୍ୟ ହୋଇଯିବେ । ତେବେ ଘଟଣାଟି କେଉଁଠିକାର ଓ କେତେବେଳେ ହୋଇଛି କିମ୍ବା ମାଛର ନାମ କ’ଣ ସେ ସମ୍ପର୍କରେ କିଛି ତଥ୍ୟ ଦିଆଯାଇନାହିଁ । ଭିଡିଓଟି  ଖୁବ୍‌  ଭାଇରାଲ ହୋଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.