ଆହୁରି ଘନେଇଲା ଜଳ ସଙ୍କଟ; ବେଙ୍ଗାଲୁରରେ ୫ ବର୍ଷ ପାଇଁ ବନ୍ଦ ହେବ ଘର ନିର୍ମାଣ କାମ

ବେଙ୍ଗାଲୁରୁ : ଚେନ୍ନାଇ ପରେ ଏବେ ବେଙ୍ଗାଲୁରରେ ଭୟଙ୍କର ଜଳ ସଙ୍କଟ l ତେଣୁ ଏହାର ମୁକାବିଲା ପାଇଁ କର୍ଣ୍ଣାଟକ ସରକାର କିଛି କଠୋର ନିଷ୍ପତ୍ତି ନେବାକୁ ଯାଉଛନ୍ତି । ରାଜ୍ୟରେ ଜଳ ସଙ୍କଟର ଏଭଳି ପରିସ୍ଥିତି ଦେଖି ଆଗାମୀ ୫ ବର୍ଷ ପର୍ଯ୍ୟନ୍ତ ଘର ନିର୍ମାଣ ଉପରେ ରୋକ ଲଗାଇ ପାରନ୍ତି l
ସହରରେ ପାନୀୟ ଜଳର ଘୋର ସମସ୍ୟା ରହିଛି । ସେପଟେ କୋଠାବାଡ଼ି ନିର୍ମାଣ ବିଶେଷ କରି ଆପାର୍ଟମେଣ୍ଟ ନିର୍ମାଣ କରିବାରେ ବହୁତ ପାଣି ଦରକାର ହୁଏ । ପ୍ରଥମେ ଲୋକଙ୍କୁ ପାନୀୟ ଜଳ ଯୋଗାଇବା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ । ତେଣୁ ବିଲଡର୍ସଙ୍କ ସହ ଏ ନେଇ ଆଲୋଚନା କରିବେ ସରକାର ।

WATER CRISIS
ଅନ୍ୟପକ୍ଷରେ ବିଲଡର୍ସମାନେ ସରକାରଙ୍କ ପ୍ରସ୍ତାବକୁ ଗ୍ରହଣ କରିବା ପାଇଁ ରାଜି ନାହାନ୍ତି । ସେମାନଙ୍କ କହିବା କଥା ହେଉଛି ସହରବାସୀଙ୍କୁ ପାଣି ଯୋଗାଇବା ହେଉଛି ରାଜ୍ୟ ସରକାରଙ୍କ ଦାୟିତ୍ୱ । ଯଦି ନିର୍ମାଣ କାମ ଉପରେ କଟକଣା ଲାଗିବ ସେମାନେ ଭୀଷଣ କ୍ଷତିଗ୍ରସ୍ତ ହେବେ । କାରଣ ଅନେକ ପ୍ରକଳ୍ପ ଅଧାରେ ରହିଛି ଓ ଆଉ କିଛି ପ୍ରକଳ୍ପର ନିର୍ମାଣ ଆରମ୍ଭ ହେଉଛି ।
ଅବଶ୍ୟ କର୍ଣ୍ଣାଟକ ସରକାର ଲିଙ୍ଗାନାମକୀ ଜଳାଶୟରୁ ପାଣି ଆଣିବାକୁ ଚାଁହୁଛନ୍ତି l କାରଣ କାବେରୀ ନଦୀର ପାଣି ଯଥେଷ୍ଟ ହେଉନାହିଁ । ଯଦି ପାଣି ସମସ୍ୟାର ସମାଧାନ ହୋଇଯାଏ ତାହା ହେଲେ ନିର୍ମାଣ କାର୍ଯ୍ୟ ଉପରେ ନିଷେଧାଜ୍ଞା ହଟାଇ ଦିଆଯିବ ବୋଲି କର୍ଣାଟକ ସରକାର ସୂଚନା ଦେଇଛନ୍ତି l ତେବେ ରାଜ୍ୟ ସରକାରଙ୍କ ଏଭଳି ନିଷ୍ପତ୍ତି ଏବେ ସମସ୍ତଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.