ମଥୁରା : ଭାଙ୍ଗିଲା ୨.୫ ଲକ୍ଷ ଲିଟର ପାଣିଟାଙ୍କି, ୨ ମୃତ ଅନେକ ଗୁରୁତର
ଉତ୍ତର ପ୍ରଦେଶ ମଥୁରାରେ ପାଣି ଟାଙ୍କି ଖସିପଡିବାରୁ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୨ ଜଣ ଆହତ ହୋଇଛନ୍ତି । ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଆହତଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଛି । ମୃତକଙ୍କ ସଂଖ୍ୟା ବଢିପାରେ ବୋଲି ଅନୁମାନ କରାଯାଉଛି ।
ପୋଲିସ କହିବା ମୁତାବକ, ରବିବାର ମଥୁରାରେ ଏକ କଲୋନୀରେ ପାଣି ଟାଙ୍କି ଖସିପଡିବାର ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୨ ଜଣ ଗୁରୁତର ଆହତ ହୋଇଛନ୍ତି । ଘଟଣାଟି ଗତକାଲି ସନ୍ଧ୍ୟା ୬ଟାରେ କୃଷ୍ଣା ବିହାର କଲୋନୀରେ ଘଟିଛି । ୨.୫ ଲକ୍ଷ ଲିଟର ପାଣି ଟାଙ୍କି ଖସିପଡିବାରୁ ଭଗ୍ନାବଶେଷ ତଳେ ପିଲା ଦବିଥିବାରୁ ମୃତକଙ୍କ ସଂଖ୍ୟା ବଢିପାରେ ବୋଲି ଅନୁମାନ କରାଯାଉଛି ।
ଜିଲ୍ଲାପାଳ କହିଛନ୍ତି, ଆହତଙ୍କୁ ଚିକିତ୍ସା ପାଇଁ ଜିଲ୍ଲା ହସପିଟାଲରେ ଭର୍ତ୍ତି କରାଯାଇଛି । ଅଗ୍ନିଶମ ବିଭାଗ ଏବଂ ପୋଲିସ, ନଗର ନିଗମ ଏବଂ ସ୍ୱାସ୍ଥ୍ୟ ବିଭାଗ ଟିମ୍ ଉଦ୍ଧାର କାର୍ଯ୍ୟରେ ଲାଗିଛି । ଏନଡିଆରଏଫ ଟିମ ଡକାଯାଇଛି । ତେବେ ପାଣି ଟାଙ୍କିର ନିର୍ମାଣ ୨୦୨୧ରେ ହୋଇଥିଲା । ମାତ୍ର ୩ ବର୍ଷରେ ପାଣି ଟାଙ୍କି ଭାଙ୍ଗିବା ଯୋଗୁଁ ଏହାର ଯାଞ୍ଚ ହେବ । ଟାଙ୍କିର ନିର୍ମାଣ ଗଙ୍ଗାଜଳ ପାନୀୟ ଜଳ ପରିଯୋଜନା ଅଧିନରେ ୬ କୋଟି ଟଙ୍କାରେ ନିର୍ମାଣ କରାଯାଇଥିଲା ।
ତେବେ ଘଟଣାରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟମାନେ ଆହତ ହୋଇ ଚିକିତ୍ସିତ ହେଉଛନ୍ତି । ଭଗ୍ନାବଶେଷ ହଟାଇବା ପାଇଁ କାମ ଜାରି ରହିଛି ।