ୱାୟନାଡ ଭୂସ୍ଖଳନ: ମୃତ୍ୟୁ ସଂଖ୍ୟା ୩୦୦କୁ ବୃଦ୍ଧି, ଧ୍ବଂସସ୍ତୂପ ତଳୁ ବାହାରିବାରେ ଲାଗିଛି ମୃତଦେହ

ନୂଆଦିଲ୍ଲୀ : ୱାୟନାଡ ଭୟାନକ ଭୂସ୍ଖଳନରେ ବଢୁଛି ମୃତ୍ୟୁ ସଂଖ୍ୟା । ଧ୍ବଂସସ୍ତୂପ ତଳୁ ବାହାରିବାରେ ଲାଗିଛି ମୃତଦେହ । ଏଯାଏ ୩୦୦ ମୃତଦେହ ଉଦ୍ଧାର ହେଲାଣି। ୧୫୦୦ରୁ ଅଧିକଙ୍କୁ ମାଟିତଳୁ ଉଦ୍ଧାର କରାଯାଇଛି । ଗତରାତିରେ ପ୍ରବଳ ବର୍ଷା ଯୋଗୁଁ ଉଦ୍ଧାର କାର୍ଯ୍ୟ ବନ୍ଦ ହେବାପରେ ଆଜି ସକାଳେ ପୁଣିଥ‌ରେ ଆରମ୍ଭ ହୋଇଛି । ଚରମ ପ୍ରତିକୂଳ ପାଣିପାଗ ଉକ୍ତ ଅଞ୍ଚଳରେ ଉଦ୍ଧାର ଅଭିଯାନ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ମେଜର ଜେନେରାଲ ମନୋଜ ମାଥ୍ୟୁଙ୍କ ନେତୃତ୍ବରେ ‌ସେନା‌ ଏକ କମାଣ୍ଡ ଏବଂ କଣ୍ଟ୍ରୋଲ୍‌ ସେଣ୍ଟର ପ୍ରତିଷ୍ଠା କରିଛି । ମେପାଡ଼ି -ଚୁରାଲମାଲା ରୋଡ୍‌ରେ ସେନା ଦ୍ବାରା ଅସ୍ଥାୟୀ ବ୍ରିଜ୍‌ ନିର୍ମାଣ ଶେଷ ହୋଇଛି।

ଅନ୍ୟପଟେ କ୍ଷତିଗ୍ରସ୍ତ ଅଞ୍ଚଳରେ ରିଲିଫ ଓ ରେସକ୍ୟୁ ଜୋରଦାର କରିଛି ଉଦ୍ଧାରକାରୀ ଦଳ। ସ୍ଵତନ୍ତ୍ର ବେଲି ବ୍ରିଜ କରି ଫସି ରହିଥିବା ଲୋକଙ୍କୁ ଠାବ କରି ବାହାର କରୁଛି ଇଣ୍ଡିଆନ ଆର୍ମିର ମିଲିଟାରୀ ଇଞ୍ଜିନିୟରିଂ ଗ୍ରୁପ ଓ ସେନା ଯବାନ। ଉଦ୍ଧାରଙ୍କୁ ବାୟୁସେନାର ହେଲିକପ୍ଟରରେ ଏୟାର ଲିଫ୍ଟ କରାଯାଇ ସ୍ଵତନ୍ତ୍ର ରେସ୍କ୍ୟୁ କ୍ୟାମ୍ପରେ ରଖାଯାଇଛି। କେରଳ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ଚାରି ଜଣ କ୍ୟାବିନେଟ୍ ମନ୍ତ୍ରୀ ୱାୟନଡରେ ରହି ଉଦ୍ଧାର କାର୍ଯ୍ୟର ତଦାରଖ କରୁଛନ୍ତି । କେରଳ ନ ଆସିବାକୁ ସମସ୍ତଙ୍କୁ ଅନୁରୋଧ କରିଛନ୍ତି କେରଳ ସରକାର। ଭୂସ୍ଖଳନରେ ଜଣେ ଓଡ଼ିଆ ଡାକ୍ତରଙ୍କ ମୃତ ଘଟିଛି। ମୃତ ଡାକ୍ତର ହେଲେ ଚୌଦ୍ବାରର ଡାକ୍ତର ବିଷ୍ଣୁ ପ୍ରସାଦ ଚିନାରା। ତାଙ୍କ ମୃତଦେହ ଉଦ୍ଧାର ହୋଇଛି। ଏବେ ବି ନିଖୋଜ ଅଛନ୍ତି ଡାକ୍ତର ସ୍ୱାଧୀନ ପଣ୍ଡା।

ଅନ୍ୟପକ୍ଷେ ରାଜ୍ୟର ଉତ୍ତର ଜିଲ୍ଲାଗୁଡ଼ିକରେ ବର୍ଷା କମିଥିଲେ ସୁଦ୍ଧା କିଛି ଅଞ୍ଚଳରେ ପ୍ରବଳ ବର୍ଷା ଲାଗି ରହିଛି। ଆଇଏମ୍‌ଡି ପକ୍ଷରୁ ଆଜି କୋଝିକୋଡ଼, ୱାୟନାଡ଼, କନ୍ନୁର ଏବଂ କସରଗଡ଼‌ରେ ଅରେଞ୍ଜ ଆଲର୍ଟ ଜାରି ହୋଇଛି। ଆଇଏମ୍‌ଡି ମଧ୍ୟ କେରଳ ଏବଂ ଲକ୍ଷଦ୍ବୀପରେ ଅଗଷ୍ଟ ୬ ପର୍ଯ୍ୟନ୍ତ ପ୍ରବଳ ବର୍ଷା ନେଇ ସତର୍କ ସୂଚନା ଜାରି କରିଛି।

 

You might also like