ମାତ୍ର ୩ ଶହ ମିଟର ଦୂର ଥିଲା ଚନ୍ଦ୍ରପୃଷ୍ଠ, ତା ପରେ ବିକ୍ରମ ସହ ସମ୍ପର୍କ ଚ୍ଛିନ୍ନ ହୋଇଛି : ଶିବନ୍
ନୂଆଦିଲ୍ଲୀ : ଚନ୍ଦ୍ର ପୃଷ୍ଠର ମାତ୍ର ୩ ଶହ ମିଟର ଦୂରରୁ ଲ୍ୟାଣ୍ଡର ବିକ୍ରମ ସହ ସମ୍ପର୍କ ଚ୍ଛିନ୍ନ ହୋଇଥିଲା । ଠିକ୍ ଲ୍ୟାଣ୍ଡ କରିବା ପୂର୍ବରୁ କାହିଁକି ବିକ୍ରମକୁ ଆଉ ଠାବ କରି ହେଲା ନାହିଁ ଏବେବି ତାର ଯାଞ୍ଚ ଚାଲିଛି । ଏକଥା କହିଛନ୍ତି ଭାରତୀୟ ମହାକାଶ ଗବେଷଣା କେନ୍ଦ୍ର ଇସ୍ରୋର ଚେୟାରମ୍ୟାନ୍ କେ. ଶିବନ୍ ।
ଅବଶ୍ୟ ପୂର୍ବରୁ ଇସ୍ରୋ ପକ୍ଷରୁ କୁହାଯାଇଥିଲା ଯେ ଚନ୍ଦ୍ରପୃଷ୍ଠରୁ ୨.୧ କିଲୋମିଟର ଦୂରରେ ଥିବା ବେଳେ ବିକ୍ରମ ଲ୍ୟାଣ୍ଡର ସହିତ ସମ୍ପର୍କ କଟି ଯାଇଥିଲା । ତେବେ ବର୍ତ୍ତମାନ ଶିବନ୍ ଏ ସମ୍ପର୍କରେ ତାଜା ସୂଚନା ଦେଇଛନ୍ତି । ତାଙ୍କର କହିବା କଥା ବିଜ୍ଞାନ ଓ ଭିତ୍ତିଭୂମି ଦୃଷ୍ଟିକୋଣରୁ ଆମେ ଚନ୍ଦ୍ରାୟଣ-୨ ଅଭିଯାନରେ ୯୮ ପ୍ରତିଶତ ସଫଳ ହୋଇଛି । ଇସ୍ରୋ ପକ୍ଷରୁ ଦ୍ୱିତୀୟ ମୁନ୍ ମିଶନ୍ ୨୦୨୦ରେ କରାଯିବ ବୋଲି ସେ ସୂଚନା ଦେଇଛନ୍ତି ।