କେନ୍ଦ୍ର ସରକାରଙ୍କ ଗୁରୁତ୍ବପୂର୍ଣ୍ଣ ନିଷ୍ପତି: କରୋନାର ଦ୍ୱିତୀୟ ଲହରରୁ ବର୍ତ୍ତିବା ପାଇଁ ଘରେ ରହିଲେ ବି ମାସ୍କ ପିନ୍ଧନ୍ତୁ

ନୂଆଦିଲ୍ଲୀ: ଘରେ ରହିଲେ ବି ମାସ୍କ ପିନ୍ଧିବାକୁ ପଡ଼ିବ । ପୂର୍ବରୁ ବାହାରକୁ ବାହାରିଲେ ମାସ୍କ ପିନ୍ଧିବାକୁ ପରାମର୍ଶ ଦେଇଥିଲେ କେନ୍ଦ୍ର ସରକାର । ଏବେ ଘର ଭିତରେ ପରିବାର ସହ ରହିଲେ ବି ମାସ୍କ ପିନ୍ଧିବାକୁ କହିଛି କେନ୍ଦ୍ର । ଏହି ଅଭ୍ୟାସ ଏବେ ଠାରୁ ଆରମ୍ଭ କଲେ ଭଲ । କରୋନାର ଦ୍ୱିତୀୟ ଲହରରୁ ବର୍ତ୍ତିବା ପାଇଁ ମାସ୍କ ପିନ୍ଧିବା ନିହାତି ଜରୁରୀ ବୋଲି କେନ୍ଦ୍ର ସରକାର କହିଛନ୍ତି ।

ନୀତି ଆୟୋଗ ସଦସ୍ୟ ଭିକେ ପଲ୍‌ କହିଛନ୍ତି, ବର୍ତ୍ତମାନ ସମୟରେ ଲୋକମାନେ ନିଜ ନିଜର ଘରେ ରହିବା ବେଳେ ମଧ୍ୟ ମାସ୍କ ପିନ୍ଧନ୍ତୁ । କରୋନାର ଦ୍ୱିତୀୟ ଲହରକୁ ନେଇ ଆଦୌ ଆତଙ୍କିତ ହୁଅନ୍ତୁ ନାହିଁ । ଅଯଥା ଆତଙ୍କିତ ହେବା ଭଲ ବଦଳରେ ଖରାପ ସ୍ଥିତି ସୃଷ୍ଟି କରିବ । କରୋନାର ଯେଉଁ ସ୍ଥିତି ରହିଛି, ଅଯଥାରେ ଘରୁ ପାଦ କାଢ଼ନ୍ତୁ ନାହିଁ । ଏପରି କି ଘରେ ପରିବାର ଲୋକଙ୍କ ସହ ରହିବା ବେଳେ ମାସ୍କ ପିନ୍ଧନ୍ତୁ । ମାସ୍କ ପିନ୍ଧିବା ହିଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ । ବାହାର ଲୋକଙ୍କୁ ନିଜ ଘରକୁ ଡାକନ୍ତୁ ନାହିଁ । ଯଦି ପରିବାରରେ କେହି କୋଭିଡ ପଜିଟିଭ ରୋଗୀ ଅଛନ୍ତି, ତା’ହେଲେ ସଂପୃକ୍ତ ବ୍ୟକ୍ତି ଘରେ ରହିଲେ ମଧ୍ୟ ମାସ୍କ ପିନ୍ଧିବା ଜରୁରୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.