ଆସାମରେ ପ୍ରକୃତିର ବିପର୍ଯ୍ୟୟ: ତୁହାକୁ ତୁହା ବର୍ଷା ସାଙ୍ଗକୁ ବଜ୍ରପାତରେ ଗଲା ୧୪ ଜୀବନ

ନୂଆଦିଲ୍ଲୀ : ଉତ୍ତର ଭାରତ ସମେତ ଦେଶର ଅନେକ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ତାପମାତ୍ରା ବଢିବା ସହିତ ପାଗ ଶୁଖିଲା ମଧ୍ୟ ଶୁଖିଲା ରହୁଛି। ଏଥି ସହିତ ତାମିଲନାଡୁ, କେରଳ ଏବଂ ଆସାମ ସମେତ ଅନେକ ରାଜ୍ୟରେ ପ୍ରବଳ ବର୍ଷା ସାଙ୍ଗକୁ ପ୍ରକୃତିର ତାଣ୍ଡବ ଦେଖିବାକୁ ମିଳିଛି । ସମ୍ପ୍ରତି ଆସାମରେ ପାଣିପାଗ ଏମିତି ଭୟଙ୍କର ମୋଡ ନେଇଛି ଯେ ପ୍ରବଳ ବଜ୍ରପାତ ଏବଂ ବର୍ଷା ଯୋଗୁଁ ରାଜ୍ୟର ଅନେକ କ୍ଷୟକ୍ଷତି କରିଛି । ସେଠାକାର ଲୋକମାନେ ମଧ୍ୟ ବହୁ ଅସୁବିଧାରେ ସମ୍ମୁଖୀନ ହେଇଛନ୍ତି ।

ଆସାମ ରାଜ୍ୟର ବିଭିନ୍ନ ଜିଲ୍ଲାରେ ତୁହାକୁ ତୁହା ବର୍ଷା, ପବନ ଓ ବଜ୍ରପାତ ହେତୁ ଅନେକ ଲୋକ ପ୍ରାଣ ହରାଇଛନ୍ତି। ଆସାମ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ (ASDMA) ଅନୁଯାୟୀ ପ୍ରକୃତିର ବିପର୍ଯ୍ୟୟ, ବଜ୍ରପାତ ଏବଂ ବର୍ଷା ଯୋଗୁଁ ରାଜ୍ୟରେ ଏପର୍ଯ୍ୟନ୍ତ ୧୪ ଜଣଙ୍କର ମୃତ୍ୟୁ ଘଟିଛି।

ଆସାମ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ ଅନୁଯାୟୀ, ଏପ୍ରିଲ ୧୫ ରେ ପ୍ରବଳ ବଜ୍ରପାତ ଏବଂ ବର୍ଷା ସହିତ ପାଗ ବଦଳିଯାଇଥିଲା । ରାଜ୍ୟରଗୋଲପାରା, ବାରପେଟା ଡିବ୍ରୁଗଡ, ନଲବାଡୀ ଆଦି ଜିଲ୍ଲାରେ ପ୍ରବଳ ବାତ୍ୟା ଓ ପ୍ରବଳ ବର୍ଷା ଯୋଗୁଁ ଅନେକ ଘର ନଷ୍ଟ ହୋଇଯାଇଛି। ଏହା ସହିତ ଗଛଗୁଡିକ ଉପୁଡି ଯାଇ ରାସ୍ତା ଉପରେ ପଡ଼ିଯାଇଛି । ବାତ୍ୟା ସମୟରେ ବିଦ୍ୟୁତ୍ ଲାଇନଗୁଡ଼ିକ ମଧ୍ୟ ନଷ୍ଟ ହୋଇଯାଇଥିଲା ଏବଂ କିଛି ସମୟ ପାଇଁ ଯୋଗାଣ ପ୍ରଭାବିତ ହୋଇଥିଲା ।

ଏହି ସମୟ ମଧ୍ୟରେ ଆଜି ଅର୍ଥାତ ଏପ୍ରିଲ ୧୭ ରେ ମଧ୍ୟ ବର୍ଷା ଜାରି ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଆଇଏମଡି ଅନୁଯାୟୀ ଅରୁଣାଚଳ ପ୍ରଦେଶ, ଆସାମ, କେରଳ, ତାମିଲନାଡୁରେ ବର୍ଷା ହେବାର ସମ୍ଭାବନା ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.