ବିଜୟ ମାଲ୍ୟାଙ୍କ ଉପରେ ହେଉଥିବା ୱେବସିରିଜ ରୁ ହେଲା ବଡ ଖୁଲାସା, ଏହି ଓଟିଟି ପ୍ଲାଟଫର୍ମ କରିବ ରିଲିଜ

ଆପଣ ଜାଣିଥିବେ ଭାରତର ସବୁଠାରୁ ବଡ ଚର୍ଚ୍ଚିତ ଓ ବିବାଦୀୟ ବ୍ୟକ୍ତି ବିଜୟ ମାଲ୍ୟା , ଯାହାର କଳା କାରନାମା ଓ ସାମ୍ରାଜ୍ୟ ବିଷୟରେ ସମସ୍ତଙ୍କୁ ଜଣା । ଦେଶର ସବୁଠୁ ବଡ ମନି ଲଣ୍ଡ୍ରିଙ୍ଗ ଓ କୋଟି କୋଟି ଟଙ୍କା ଧାର କରି ୟୁକେ ରେ ବସିଥିବା ବିଜୟ ମାଲ୍ୟାଙ୍କ ଜୀବନ କାହାଣୀ କୁ ନେଇ ବର୍ତ୍ତମାନ ବଡ ପରଦାରେ ଫିଲ୍ମ ଆସିବା ନେଇ ମଧ୍ୟ କଥା ଉଠୁଛି ।

ଗତ ବର୍ଷ ନିର୍ମାତା ସୁନୀଲ ବୋରାଙ୍କ ପ୍ରଡକ୍ସନ ହାଉସ ଅଲମାଇଟି, ବିଜୟଙ୍କ ଜୀବନ ଉପରେ ହୋଇଥିବା ବହି ରାଇଟ୍ସ କିଣିନେଇଥିଲେ । ଏହା ପରେ ପ୍ରଚାର ମଧ୍ୟ ହୋଇଥିଲା ଯେ ତାଙ୍କ ଉପରେ ଏକ ୱେବ୍‌ ସିରିଜ ଆସିବ । ତେବେ ବର୍ତ୍ତମାନ ଏହି ଖବର ମଧ୍ୟ ଶୁଣିବାକୁ ମିଳୁଛି ଯେ ଏହି ଫିଲ୍ମ ଏକ ବଡ ଓଟିଟି ପ୍ଲାଟଫର୍ମରେ ରିଲିଜ ହେବ । ବିଜୟ ମାଲ୍ୟାଙ୍କ ଲାଇଫ ଷ୍ଟୋରୀ ଏକ ବଡ ଓଟିଟି ପ୍ଲାଟଫର୍ମ ରେ ହିଁ ଷ୍ଟି୍ରମ ହେବ ।

 vijay malya
Picture Credit – wiki folder

ଏମଏକ୍ସ ପ୍ଲେୟଲ ବର୍ତ୍ତମାନ ନିଜର ଓଟିଟି ପ୍ଲାଟଫର୍ମରେ ବିଜୟ ମାଲ୍ୟାଙ୍କର ୱେବ ସିରିଜ କୁ ଟେଲିକାଷ୍ଟ କରିବ । କେବଳ ଏତିକି ନୁହେଁ ଏମଏକ୍ସ ପ୍ଲେୟାର ଏକ ନିର୍ମାତା ଭାବେ ମଧ୍ୟ ଏହି ପ୍ରୋଜେକ୍ଟ ସହିତ ଜଡିତ ହୋଇସାରିଛି । ପ୍ରୋଡ୍ୟୁସର ସୁନୀଲ ବୋରାଙ୍କ ପ୍ରଡକ୍ସନ କମ୍ପାନୀ ଅଲମାଇଟି ସହ ମିଶି ଏମଏକ୍ସ ପ୍ଲେୟାର୍‌ ମଧ୍ୟ ଏହି ୱେବ ସିରିଜ୍‌କୁ ପ୍ରଡ୍ୟୁସ କରିବ ।

ଏହା ପୂର୍ବରୁ ଏମ୍‌ଏକ୍ସ ପ୍ଲେୟାର ରେ ପ୍ରକାଶ ଝା ଙ୍କର ଆଶ୍ରମ ୱେବ୍‌ ସିରିଜ ର ର ଦୁଇଟି ପାର୍ଟ କୁ ଲୋକେ ଖୁବ ପ୍ରସଂଶା କରିଥିଲେ ଓ ଏହା ସଫଳ ହୋଇ ସାରଛି । କେବଳ ଏତିକି ନୁହେଁ ବଲିଉଡ ର କୌଣସି ଖାସ ଅଭିନେତାଙ୍କୁ ଏହି ୱେବ ସିରିଜ ପାଇଁ କାଷ୍ଟ କରାଯିବ । ତେବେ ଆସନ୍ତା ବର୍ଷ ୨୦୨୨ ରେ ହିଁ ବିଜୟ ମାଲ୍ୟାଙ୍କ ଉପରେ ଫିଲ୍ମ ସୁଟିଙ୍ଗ ହେବା ଆରମ୍ଭ ହୋଇଯିବ । ତେବେ ଦେଖିବାକୁ ବାକି ରହିଲା ଏହା ରିଲିଜ କେବେ ହେବ । ତେବେ ଏହି ଫିଲ୍ମ ରେ ମାଲ୍ୟାଙ୍କର ୟୁକେ ଲିଭିଙ୍ଗ ବିଷୟରେ ବି ବର୍ଣ୍ଣନା କରାଯିବ ଓ ସେ କେଉଁ ପ୍ରଣାଳୀରେ ଠକୁଥିଲେ ତାହା ମଧ୍ୟ ଦର୍ଶାଯିବ

Leave A Reply

Your email address will not be published.