ବରକୁ ପସନ୍ଦ ଆସିଲାନି କନ୍ୟାର ଶାଢି କ୍ୱାଲିଟି : ବର ଫେରାର, ଭାଙ୍ଗିଲା ବାହାଘର

କନ୍ୟା ଶାଢିର କ୍ୱାଲିଟି ବରକୁ ପସନ୍ଦ ଆସିଲାନି। ବାହାଘର ଭାଙ୍ଗି ଚାଲିଗଲେ ବର। ଏପରି ଏକ ଘଟଣା ବାଙ୍ଗାଲୁରୁରେ ଦେଖିବାକୁ ମିଳିଛି। କର୍ନାଟକର ହାସନ ଜିଲ୍ଲାର ବିଏନ ରଘୁକୁମାର ବିବାହର ଏକ ଦିନ ପୂର୍ବରୁ ଫେରାର ହୋଇଯାଇଛନ୍ତି। ଏହାକୁ ନେଇ ବଧୂ ପକ୍ଷ ପୋଲିସରେ ଅଭିଯୋଗ ଦାଏର କରିଛନ୍ତି।

2

ଘଟଣା ମୁତାବକ, ରଘୁକୁମାର ନାମକ ଜଣେ ବ୍ୟକ୍ତି ଏବଂ ବି ଆର ସଂଗୀତା ଗତ ଏକ ବର୍ଷ ହେଲାଣି ରିଲେସନସିପରେ ରହିଥିଲେ। ପରେ ଘର ଲୋକଙ୍କ ସହମତିରେ ବିବାହ କରିବା ପାଇଁ ନିଷ୍ପତ୍ତି ନେଇଥିଲେ। କିନ୍ତୁ ଯେତେବେଳେ ବିବାହ ସ୍ଥିର ହେବା ପାଇଁ ଦୁଇ ପରିବାର ଏକାଠି ହୋଇଥିଲେ, ସେହି ସମୟରେ କନ୍ୟାର ଶାଢି କ୍ୱାଲିଟିକୁ ନେଇ ପ୍ରଶ୍ନ ଉଠିଥିଲା। ଏହାକୁ ନେଇ ଦୁଇପକ୍ଷ ମଧ୍ୟରେ ବିବାଦ ମଧ୍ୟ ସୃଷ୍ଟି ହୋଇଥିଲା। ଫଳରେ ବରପକ୍ଷ ବିବାହ ଭାଙ୍ଗିବା ସହ ବରକୁ ଘରୁ ଫେରାର ହେବା ପାଇଁ କହିଥିଲେ। ପରେ କନ୍ୟାପକ୍ଷ ପୋଲିସ ନିକଟରେ ବରପକ୍ଷ ବିରୋଧରେ ଅଭିଯୋଗ କରିଥିଲେ। ପୋଲିସ ଏବେ ଘଟଣାର ତଦନ୍ତ ଚଳାଇବା ସହ ଫେରାର ଥିବା ବରକୁ ଖୋଜୁଛି।

You might also like