ବାହାଘରରେ ଶ୍ୱଶୁର ଘରୁ ଉପହାରରେ ମିଳିଥିଲା କାର, କାର ଟ୍ରେଷ୍ଟ ଡ୍ରାଇଭ ପାଇଁ ନେଇ ସଂପର୍କୀୟଙ୍କୁ ଚଢାଇ ମାରିଦେଲେ ଜ୍ୱାଇଁ

ଶ୍ୱଶୁର ଘରୁ ମିଳିଥିଲା କାର। ଆଉ ଏହାକୁ ଚଲାଇବା ବେଳେ ବର ଜଣକ ସଂପର୍କୀୟଙ୍କ ଉପରେ ଚଢାଇ ଦେଇଥିଲେ। ଫଳରେ ଗାଡି ଚଢିଯାଇଥିବା ମହିଳାଙ୍କ ମୃତ୍ୟୁ ହୋଇଛି। ଆଉ ବାହାଘରରେ ହସଖୁସି ହେଉଥିବା ଘର କାନ୍ଧ ବୋବାଳିରେ ଫାଟିପଡୁଛି। ଏମିତି ଘଟଣା ଉତ୍ତରପ୍ରଦେଶ ଇଟାଓ୍ଵାରୁ ସାମ୍ନାକୁ ଆସିଛି।
ଉତ୍ତରପ୍ରଦେଶ ଇଟାଓ୍ଵାରେ ଅକବରପୁର ଗାଁର ୨୪ ବର୍ଷୀୟ ଯୁବକ ଅରୁଣ କୁମାର ବିବାହ କରିଥିଲେ। ଆଉ ଶଶ୍ୱର ଘରୁ ଉପହାର ବାବଦରେ କାର୍ ମିଳିଥିଲା। ତେବେ ବାହାଘର ପରେ ଅରୁଣ ସେହି କାରକୁ ଟେଷ୍ଟ ଡ୍ରାଇଭ କରିବା ପାଇଁ ଭାବିଥିଲେ। ଅରୁଣ ବିଲକୁଲ ଗାଡି ଚଲାଇବା ଶିଖିନଥିଲେ। କିନ୍ତୁ କାରକୁ ଚଲାଇବା ପାଇଁ ଚାବି ନେଇ ଯାଇଥିଲେ। କାରକୁ ଷ୍ଟାର୍ଟ କରି ଅଳ୍ପ ଦୂର ଦେଇ ଯାଇଥିବା ପରେ ଅରୁଣ ବ୍ରେକ ବଦଳରେ ଏକ୍ସଲେଟର ଉପରେ ପାଦ ରଖିଦେଇଥିଲେ। ଫଳରେ ଗାଡିଟି ଦ୍ରୁତଗତିରେ ଯାଇ ପାଖରେ ଛିଡା ହୋଇଥିବା ସଂପର୍କୀୟଙ୍କ ଉପରେ ଚଢି ଯାଇଥିଲା।
ସେଠାରେ ଉପସ୍ଥିତ ଥିବା ଜଣେ ମହିଳା ଏବଂ ଅନ୍ୟ ଚାରିଜଣଙ୍କ ଉପରେ କାର ମାଡିଯାଇଥିଲା। ଆଉ ଏହି ଘଟଣାରେ ୩୫ ବର୍ଷୀୟ ଜଣେ ମହିଳା ସାରଳା ଦେବୀଙ୍କର ମୃତ୍ୟୁ ହୋଇଛି। ଅନ୍ୟ ଆହତମାନଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଛି। ଏମାନଙ୍କ ଭିତରେ ୧୦ ବର୍ଷର ଜଣେ ପିଲା ମଧ୍ୟ ସାମିଲ ରହିଛି।
ଏହି ଘଟଣାରେ ପୋଲିସ ବର ଅରୁଣଙ୍କୁ ଗିରଫ କରିବା ସହିତ ଅସାବଧାନତାରେ ଗାଡି ଚଲାଇବା ଏବଂ ଅନ୍ୟ ଅପରାଧିକ ମାମଲାରେ କେସ୍ ଦାୟର କରିଛି।
Also Read : ଖୁସି ହୋଇ ଘରକୁ ଫେରୁଥିଲେ, ହେଲେ ପଛପଟୁ କାଳ ହୋଇ ଆସିଲା ଡମ୍ଫର; ଚାଲିଗଲା ୫ ଜଣଙ୍କ ଜୀବନ