ଉତ୍ତର କୋରିଆରେ କରୋନା ଭାଇରସ୍‌ର ମହା ପ୍ରକୋପ, ଗତ ୨୪ ଘଣ୍ଟାରେ ୨ ଲକ୍ଷରୁ ଅଧିକ ପଜିଟିଭ ଚିହ୍ନଟ

ନୂଆଦିଲ୍ଲୀ : ଉତ୍ତର କୋରିଆରେ କରୋନା ଭାଇରସ୍‌ର ମହା ପ୍ରକୋପ । ଉପରମୁହାଁ ଭାଇରସ । ବଢୁଛି ଦୈନିକ ସଂକ୍ରମଣ । ୨୪ ଘଣ୍ଟାରେ ୨ଲକ୍ଷ ୬୩ ହଜାରରୁ ଅଧିକ ପଜିଟିଭ ଚିହ୍ନଟ । ଏ ଯାଏଁ ୨୨ ଲକ୍ଷ ୪୧ ହଜାର ୬୧୦ ମାମଲା ବାହାରି ଥିବା ବେଳେ ୬୩ ଜଣଙ୍କ ମହାମାରୀରେ ମୃତ୍ୟୁ ହୋଇଛି । ଏପ୍ରିଲ ପରଠୁ ୧୯ ଲକ୍ଷ ଲୋକ ଅସୁସ୍ଥ ହୋଇଛନ୍ତି। କିଛି ଜଣଙ୍କ ଠାରେ ଚିହ୍ନଟ ହୋଇଛି ଓମିକ୍ରନ ଭାରିଆଣ୍ଟ । ହୋମ କ୍ୱାରେଣ୍ଟାଇନରେ ଅଛନ୍ତି ୭ ଲକ୍ଷ ୪୦ ହଜାର ସଂକ୍ରମିତ । କରୋନା ମୁକାବିଲା ପାଇଁ ଦେଶରେ ଟିକା ନାହିଁ ।

ଏପରିକି କୋଭିଡ଼ ଟେଷ୍ଟ ପାଇଁ ବି ଆବଶ୍ୟକ ଟେଷ୍ଟିଂ କିଟ୍‌ ଓ ଅନ୍ୟ ଚିକିତ୍ସା ସାମଗ୍ରୀ ଉପଲବ୍ଧ ନାହିଁ। ପାରମ୍ପରିକ ଔଷଧରେ ଚାଲିଛି ଚିକିତ୍ସା । ମୁଖ୍ୟତଃ ଗରମ ମୃଦୁ ପାନୀୟ, ଲୁଣପାଣି, ପେନ କିଲର ଓ ଆଣ୍ଟିବାୟୋଟିକର ବ୍ୟବହାର ପାଇଁ ସ୍ୱାସ୍ଥ୍ୟ ବିଭାଗ ପରାମର୍ଶ ଦେଉଛିା ବାହାରୁ ଔଷଧ ଆଣିବାକୁ ମନା କରିଦେଇଛି ସରକାର। ସପ୍ତାହ ପୂର୍ବରୁ ଦେଶରେ କରୋନା ମାମଲା ଚିହ୍ନଟ ହୋଇଥିବା ଘୋଷଣା କରିଥିଲା ଉତ୍ତର କୋରିଆ। ଦେଶରେ ଏମରଜେନ୍ସି ଜାରି କରିଥିଲେ ଏକଛତ୍ରବାଦୀ ଶାସକ କିମ୍‌ ଜଙ୍ଗ। କୋଭିଡ ସଂକ୍ରମଣ କିଭଳି ନ ବ୍ୟାପିବ ସେଥିପାଇଁ ଆକାଶ ଓ ଜଳ ପଥ ବନ୍ଦ କରିଥିଲେ କିମ । ଦେଶର କୌଣସି ବ୍ୟକ୍ତଙ୍କୁ ଭ୍ୟାକ୍ସିନ ଦିଆଯାଇନି ।

ପୂର୍ବରୁ ଡବ୍ଲୁଏଚଓ, ଚୀନ୍‌ ଓ ରୁଷ ଟିକାକରଣ ପାଇଁ ଉତ୍ତର କୋରିଆକୁ ଅଫର ଦେଇଥିଲେ ମଧ୍ୟ ଉତ୍ତର କୋରିଆ ଏହାକୁ ଅଗ୍ରାହ୍ୟ କରିଥିଲା। କରୋନା ବ୍ୟାପୁଥିବା ବେଳେ ବାଲିଷ୍ଟିକ ମିସାଇଲ ପରୀକ୍ଷଣ ନେଇ ବ୍ୟସ୍ତ ଥିବା ହ୍ନାଇଟ ହାଉସର ଜାତୀୟ ସୁରକ୍ଷା ପରାମର୍ଶଦାତା ଜେକ ସୁଲେଭାନ ସୂଚନା ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.