ଉତ୍ତର କୋରିଆରେ ଚିନ୍ତାଜନକ ସ୍ଥିତିରେ କୋଭିଡ ସଂକ୍ରମଣ, ୨୪ ଘଣ୍ଟାରେ ଅଢ଼େଇ ଲକ୍ଷରୁ ଅଧିକ ନୂଆ ସଂକ୍ରମଣ ମାମଲା

ସିଓଲ :  ବିଭିନ୍ନ ଦେଶରେ କୋଭିଡ ସଂକ୍ରମଣ ହ୍ରାସ ପାଇଥିବା ବେଳେ ଉତ୍ତର କୋରିଆରେ କୋଭିଡ ବିସ୍ଫୋରକ ସ୍ଥିତିରେ ପହଞ୍ଚିଛି ।
ଉତ୍ତର କୋରିଆରେ ୨୨ ଲକ୍ଷ ଟପିଲା କୋଭିଡ଼ ମାମଲା। ୨୪ ଘଣ୍ଟାରେ ୨ଲକ୍ଷ ୬୩ ହଜାରରୁ ଅଧିକ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଦେଶରେ ଏବେ ମୋଟ କେସ ୨୨ ଲକ୍ଷ ୪୧ ହଜାର ୬୧୦ ରେ ପହଞ୍ଚିଛି । ଏପର୍ଯ୍ୟନ୍ତ ୬୩ ଜଣଙ୍କ ମୃତ୍ୟୁ ହୋଇଛି । ସବୁଠୁ ବଡ଼ କଥା ହେଉଛି କରୋନା ମୁକାବିଲା ପାଇଁ ଦେଶରେ ଟିକା ନାହିଁ ।

ଏପରିକି କୋଭିଡ଼ ଟେଷ୍ଟ ପାଇଁ ମଧ୍ୟ ଆବଶ୍ୟକ ଟେଷ୍ଟିଂ କିଟ୍ ଓ ଅନ୍ୟ ଚିକିତ୍ସା ସାମଗ୍ରୀ ଉପଲବ୍ଧ ନାହିଁ। ପାରମ୍ପରିକ ଔଷଧରେ ଚାଲିଛି ଚିକିତ୍ସା । ବାହାରୁ ଔଷଧ ଆଣିବାକୁ ମନା କରିଦେଇଛି ସରକାର। ପ୍ରାୟେ ସପ୍ତାହ ପୂର୍ବରୁ ଦେଶରେ କରୋନା ମାମଲା ଚିହ୍ନଟ ହୋଇଥିବା ଘୋଷଣା କରିଥିଲା ଉତ୍ତର କୋରିଆ।

ଏହାପରେ ଦେଶରେ ଏମରଜେନ୍ସି ଜାରି କରିଥିଲେ ଏକଛତ୍ରବାଦୀ ଶାସକ କିମ୍ ଜଙ୍ଗ। କୋଭିଡ ସଂକ୍ରମଣ କିଭଳି ନ ବ୍ୟାପିବ ସେଥିପାଇଁ ବାୟୁ, ଜଳ ପଥ ବନ୍ଦ କରିଥିଲେ କିମ ଜଙ୍ଗ । ଦେଶର କୌଣସି ବ୍ୟକ୍ତଙ୍କୁ ଭ୍ୟାକ୍ସିନ ଦିଆଯାଇନି। ପୂର୍ବରୁ ଡବ୍ଲୁଏଚଓ, ଚୀନ୍ ଓ ରୁଷ ଟିକାକରଣ ପାଇଁ ଅଫର ଦେଇଥିଲେ ମଧ୍ୟ ଉତ୍ତର କୋରିଆ ଏହାକୁ ଅଗ୍ରାହ୍ୟ କରିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.