ଭାରତୀୟ ସେନାର ପ୍ଲାନ୍‌-୧୯୦ କ’ଣ? ଯାହା ଚୀନର ପ୍ରତ୍ୟେକ ଷଡ଼ଯନ୍ତ୍ରକୁ ବେକାର କରିବା ପାଇଁ ଯଥେଷ୍ଟ

Line of Actual Control(ଏଲ୍‌ଏସି)ରେ ଭାରତ ଓ ଚୀନ ମଧ୍ୟରେ ବିବାଦ ଦିନକୁ ଦିନ ଘନେଇବାରେ ଲାଗିଛି। ଦୁଇ ଦେଶ ଶୀତ ଆସିବା ପୂର୍ବରୁ ବର୍ଡରରେ ଅସ୍ତ୍ରଶସ୍ତ୍ର ଜମା କରିବା କାର୍ଯ୍ୟରେ ଲାଗି ପଡ଼ିଛନ୍ତି। ଏଲ୍‌ଏସିରେ ଚୀନର ଅନୁପ୍ରବେଶ ବୃଦ୍ଧି ଏବଂ ମିଲିଟାରୀ ଡ୍ରିଲ୍‌କୁ ନଜରରେ ରଖି ଭାରତୀୟ ସେନା ବର୍ତ୍ତମାନ ‘ପ୍ଲାନ୍‌ ୧୯୦’ ଉପରେ କାମ କରୁଛି। ଅରୁଣାଚଳ ପ୍ରଦେଶ ସଂଲଗ୍ନ ଚୀନ ସୀମାରେ ଭାରତୀୟ ସେନା ‘ପ୍ଲାନ୍‌-୧୯୦’ ପ୍ରସ୍ତୁତ କରୁଛି। ରିପୋର୍ଟ ମୁତାବକ, ଏହି ପ୍ଲାନ୍‌ ଅଧୀନରେ ସୈନ୍ୟମାନଙ୍କୁ ଆକ୍ରମଣାତ୍ମକ ବନା ଯାଉଛି। ତେବେ ଆଜି ଆମେ ଆପଣଙ୍କୁ ପ୍ଲାନ୍‌ ୧୯୦ ବିଷୟରେ ବିସ୍ତାର ରୂପେ କହିବାକୁ ଯାଉଛୁ।

ଏକ ନ୍ୟୁଜ୍‌ ରିପୋର୍ଟ ମୁତାବକ, Line of Actual Controlରେ ମୁତୟନ ସୈନିକମାନଙ୍କୁ ପ୍ରତ୍ୟେକ ଦିନ ୧୯୦ ମିନିଟ୍‌ର ଏକ ସ୍ୱତନ୍ତ୍ର ଡ୍ରିଲ ଦେଇ ଯିବାକୁ ପଡ଼ିଥାଏ। ଏହା ଅଧୀନରେ ପାଖାପାଖି ୧୫ ହଜାର ଫୁଟ ଉଚ୍ଚତା ଉପରେ ସୈନିକମାନେ ୧୪୦ ମିନିଟ୍‌ ଧରି ଶାରୀରିକ ବ୍ୟାୟାମ କରି ଥାଆନ୍ତି। ଏଥିରେ ପୁଶ୍‌-ଅପ୍‌, ମାର୍ଶାଲ ଆର୍ଟ ଆଦି ସାମିଲ ରହିଛି। ଏହାପରେ ୫୦ ମିନିଟ୍‌ର ଆକ୍ରମଣାତ୍ମକ ଗତିବିଧି ଦେଇ ସେମାନଙ୍କୁ ଯିବାକୁ ହୋଇଥାଏ। ଏହା ଅଧୀନରେ ଶତ୍ରୁର ପିତ୍ତୁଳିକା ଉପରେ ରାଇଫଲର ସାମ୍ନା ଭାଗରେ ଆକ୍ରମଣ କରିବାକୁ ପଡ଼ିଥାଏ। ଟାୟରଗୁଡ଼ିକୁ ହାତୁଡ଼ିରେ ପିଟିବା ଏବଂ ବିଶାଳ କାଠଗଣ୍ଡିଗୁଡ଼ିକୁ କୁରାଢ଼ି ସାହାଯ୍ୟରେ ତତ୍‌କ୍ଷଣାତ ଦୁଇ ଫାଳ କରିବାକୁ ପଡ଼ିଥାଏ।

ଭାରତୀୟ ସେନାର ତଓ୍ଵାଙ୍ଗ୍‌ ବ୍ରିଗେଡ୍‌ ( କୋରିଆ ବ୍ରିଗେଡ୍‌)ର ସୈନିକମାନେ ଏହି ପ୍ଲାନ୍‌କୁ ଫଲୋ କରି ନିଜକୁ ଆକ୍ରମଣାତ୍ମକ କରୁଛନ୍ତି, ଯେପରି ଶତ୍ରୁମାନଙ୍କୁ କୌଣସି ବି ପ୍ରକାରେ ମଉକା ଦିଆ ନ ଯାଇ ପାରିବ। ସେନାର ବରିଷ୍ଠ ଅଧିକାରୀମାନେ ନିକଟରେ କହିଥିଲେ କି, ଯଦି ବର୍ଡରରେ ଅନୁପ୍ରବେଶ ଜାରି ରୁହେ, ତା’ହେଲେ ଭାରତୀୟ ସେନା ନିଜର ଆକ୍ରମଣାତ୍ମକ ସ୍ୱଭାବ ଆପଣାଇ ପାରେ।

ଭାରତୀୟ ସେନା ଉଚ୍ଚ ଶିଖର ଉପରେ ଦ୍ୱିତୀୟ ବିଶ୍ୱଯୁଦ୍ଧ ଭଳି ବଙ୍କର ବନାଇଛି, କିନ୍ତୁ ଏହାକୁ ଅତ୍ୟାଧୁନିକ ତରିକାରେ ପ୍ରସ୍ତୁତ କରାଯାଇଛି। ଏହି ବଙ୍କରରେ ଆଧୁନିକ ଯୋଗାଯୋଗ ସେଣ୍ଟର, ସର୍ଭିଲାନ୍ସ ରୁମ୍‌ (ସିସିଟିଭି କୋଠରୀ) ଆଦି ସହିତ ଆର୍ଟଲରୀର କମାଣ୍ଡ ସେଣ୍ଟର ରହିଛି। ଏହାଛଡ଼ା HHTI କ୍ୟାମେରାର ଲାଇଭ୍‌ ଫିଡ୍‌, ଭିଡିଓ ଷ୍ଟ୍ରିମିଙ୍ଗ୍‌ ଏବଂ ଇଣ୍ଟିଗ୍ରେଟେଡ୍‌ ବ୍ୟାଟଲ ଫିଲ୍ଡ ପ୍ଲାନ୍‌ ସିଷ୍ଟମ ଲଗା ହୋଇଛି, ଯାହା ବର୍ଡର ଉପରେ ଶତ୍ରୁମାନଙ୍କର ପ୍ରତ୍ୟେକ କାର୍ଯ୍ୟକଳାପ ଉପରେ ତୀକ୍ଷ୍‌ଣ ନଜର ରଖି ପାରିଥାଏ। ଭାରତୀୟ ସେନାର ପ୍ଲାନ୍‌-୧୯୦ର ଉଦ୍ଦେଶ୍ୟ ହେଉଛି ‘Kill and be killed’। ଅର୍ଥାତ୍‌ ଶତ୍ରୁଙ୍କୁ ସଂହାର କର ନଚେତ୍‌ ଲଢ଼ି କି ପ୍ରାଣବଳି ଦିଅ। କହି ରଖୁଛୁ କି, ନିକଟରେ Line of Actual Control ଠାରୁ ପାଖାପାଖି ୨.୫ କିଲୋମିଟର ଦୂରରେ ଭାରତୀୟ ସେନା ଏକ ସ୍ୱତସ୍ତ୍ର ଯୁଦ୍ଧ ଅଭ୍ୟାସ ମଧ୍ୟ ଆରମ୍ଭ କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.