କର୍ଣ୍ଣାଟକ ନାଟକରେ କେବେ ପଡିବ ଯବନିକା?, ବଢୁଛି କୁମାରସ୍ୱାମୀଙ୍କ ଟେନସନ୍‌

କେବେ ପଡ଼ିବ କର୍ଣ୍ଣାଟକ ନାଟକରେ ଯବନିକା? କଣ ହେବ ଜେଡିଏସ୍‌-କଂଗ୍ରେସ ମେଣ୍ଟ ସରକାର ଭାଗ୍ୟ? ମୁଖ୍ୟମନ୍ତ୍ରୀ କୁମାରସ୍ୱାମୀ ଯିବେ ନା ରହିବେ, ସସପେନ୍ସ ଉପରୁ ପରଦା ହଟୁ ନାହିଁ। ଆଜି ହୋଇ ପାରିଲାନି ଆସ୍ଥା ଭୋଟ୍‌। ଆସନ୍ତାକାଲି ପର୍ଯ୍ୟନ୍ତ କର୍ଣ୍ଣାଟକ ବିଧାନସଭାକୁ ମୁଲତବୀ ରଖିଛନ୍ତି ବାଚସ୍ପତି। ଆଜି ସୁଦ୍ଧା କୁମାରସ୍ୱାମୀ ସରକାରଙ୍କୁ ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେବାକୁ ସମସ୍ତ ପ୍ରକ୍ରିୟା ସାରିବା ପାଇଁ କହିଥିଲେ ରାଜ୍ୟପାଳ। ଏନେଇ ସେ ବାଚସ୍ପତିଙ୍କୁ ଚିଠି ଲେଖିଥିଲେ। କିନ୍ତୁ ଏନେଇ ଆସ୍ଥା ଭୋଟ୍‌ ହୋଇ ପାରିଲା ନାହିଁ। ସେପଟେ ରାଜ୍ୟପାଳଙ୍କ ଚିଠି ଉପରେ ବାଚସ୍ପତିଙ୍କ ଉତ୍ତର ଦାବିରେ ବିଧାନସଭା ଆଗରେ ଧାରଣା ବିଜେପି ବିଧାୟକମାନେ ଧାରଣା ଦେବେ।

ଆହୁରି ପଢନ୍ତୁ: ଜିଲ୍ଲାପାଳଙ୍କ ମହନୀୟତା,ହସ୍ପିଟାଲ ନୁହେଁ ନିଜଘର ବେଡ଼ ଦେଲେ ୧୦୦ ଶିଶୁ ରୋଗୀଙ୍କୁ

ବିଧାନସଭାରେ ମୁଖ୍ୟମନ୍ତ୍ରୀ ଏଚ୍‌. ଡି କୁମାରସ୍ୱାମୀ ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେବାକୁ ପ୍ରସ୍ତାବ ପାରିତ ହୋଇଥିଲା। ତା ପୂର୍ବରୁ ଗୃହରେ ଆଲୋଚନା ବେଳେ କୁମାରସ୍ୱାମୀ କହିଥିଲେ, ‘ଆଜି କେବଳ ମୋ ସରକାର ଉପରେ ସଙ୍କଟ ନାହିଁ  ବରଂ ବାଚସ୍ପତିଙ୍କ ଉପରେ ମଧ୍ୟ ଚାପ ପ୍ରୟୋଗ କରାଯାଉଛି’। ବିରୋଧୀ ସରକାର ଭାଙ୍ଗିବା ପାଇଁ କାହିଁକି ବ୍ୟସ୍ତ ହେଉଛନ୍ତି ବୋଲି ସେ ପ୍ରଶ୍ନ କରିଥିଲେ। ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ସିଦ୍ଧରମୈୟା କହିଛନ୍ତି, ବାଚସ୍ପତି ଆସ୍ଥାଭୋଟକୁ ଅଗ୍ରାଧିକାର ଭିତ୍ତିରେ ନିଅନ୍ତୁ। ସେପଟେ ବିଜେପି ପାଖରେ ବହୁମତ ଥିବା ଦାବି କରିଛି ଦଳ। କଂଗ୍ରେସ ସମୟ ଗଡ଼ାଇବାକୁ ଚେଷ୍ଟା କରୁଥିବା ଅଭିଯୋଗ କରିଛି। ରାତି ୧୨ଟା ସୁଦ୍ଧା ଆସ୍ଥା ଭୋଟ୍‌ ସାରିବାକୁ ଦାବି କରିଥିଲେ ବିଜେପି ନେତା ବି. ଏସ୍‌. ୟେଦିୟୁରପ୍ପା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.