ଗାଜି ରସିଦର ମୃତ୍ୟୁ ନେଇ କଣ କହୁଛି ପାକିସ୍ତାନ, ଜାଣନ୍ତୁ

ନୂଆଦିଲ୍ଲୀ : ପୁଲଓ୍ଵାମା ଆକ୍ରମଣ ପରେ ପାଲଟା କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି ଭାରତୀୟ ସେନା ବାହିନୀ । ପ୍ରଧାନମନ୍ତ୍ରୀ କହିଛନ୍ତି ସେନାବାହିନୀକୁ ପୂରା ସ୍ୱାଧୀନତା ଦିଆଯାଇଛି, ଯାହା କାର୍ଯ୍ୟାନୁଷ୍ଠାନ ନେଇ ପାରିବ । ଏହି କ୍ରମରେ ପୁଲଓ୍ଵାମା ଆକ୍ରମଣର ମାଷ୍ଟର ମାଇଣ୍ଡ

GHAZI-2
ପାକିସ୍ତାନ କହୁଛି ୧୦ ବର୍ଷ ତଳୁ ଗାଜିର ମୃତ୍ୟୁ ହୋଇ ସାରିଛି

ଗାଜି ଅବଦୁଲ ରସିଦ ଓରଫ କାମରାନ୍‌କୁ ମାରି ଦେଇଛି । ରସିଦ ଜୈସ-ଇ-ମହମ୍ମଦ ମୁଖ୍ୟ ମାସୁଦ ଆଝାରର ଜଣେ ପ୍ରମୁଖ ସହଯୋଗୀ । ସେ ଆଇଇଡି ସ୍ପେସାଲିଷ୍ଟ ମଧ୍ୟ । ତାରି ତାଲିମରେ ଆଦିଲ ଏହି ଭୟଙ୍କର ବିସ୍ଫୋରଣ ଘଟାଇଥିଲା ।
ତେବେ ଏକଥାକୁ ଖଣ୍ଡନ କରିଛି ପାକିସ୍ତାନ । ପାକିସ୍ତାନ ପକ୍ଷରୁ କୁହାଯାଇଛି ଯେ ଭାରତ ମିଛ କହୁଛି । ଗାଜି ରସିଦ ପ୍ରାୟ ୧୦ ବର୍ଷ ତଳୁ ମରି ସାରିଲାଣି । ତାକୁ ଇସଲାମାବାଦରେ ଲାଲ ମସଜିଦ୍‌ ଅପରେସନ୍‌ ବେଳେ ପାକିସ୍ତାନୀ ସେନା ମାରି ସାରିଛି । … ଏବେ କୁହନ୍ତୁ ତ କାହା କଥାକୁ ସତ ମାନିବା ?
ଗୋଇନ୍ଦା ସଂସ୍ଥା ସୂତ୍ରରୁ ପ୍ରକାଶ ଯେ ଗାଜି ଗତ ବର୍ଷ ଶେଷ ଭାଗରେ ତାର ଦୁଇ ଜଣ ସହଯୋଗୀଙ୍କ ସହିତ କଶ୍ମୀରରେ ଅନୁପ୍ରବେଶ କରିଥିଲା । ମସୁଦ ଆଝାର ତାକୁ ପଠାଇଥିଲା । ତାର ପୁତୁରା ତଲା ରସିଦ ଓ ଉସମାନ ହତ୍ୟାର ପ୍ରତିଶୋଧ ନେବା ଲାଗି ଗାଜିକୁ ମସୁଦ ପଠାଇଥିବା କୁହାଯାଉଛି । ଆହୁରି ମଧ୍ୟ ଫେବ୍ରୁଆରୀ ୧୪ ଆକ୍ରମଣ ପୂର୍ବରୁ ଗାଜି ଭାରତୀୟ ସେନା ହାବୁଡ଼ରେ ପଡ଼ିଥିଲା । ହେଲେ ଅଳ୍ପକେ ଖସି ଯାଇଥିଲା । ୩୨ ବର୍ଷ ବୟସ୍କ ଗାଜି ହେଉଛି ପାକିସ୍ତାନୀ ନିବାସୀ । ସେ ଆଫଗାନିସ୍ତାନରେ ତାଲିବାନ୍‌ଙ୍କ ଠାରୁ ଯୁଦ୍ଧ ସମ୍ପର୍କିତ ତାଲିମ ନେଇଥିଲା । ସେଠାରୁ ଆସିବା ପରେ ଜୈସ-ମହମ୍ମଦ ସଂଗଠନ ସଦସ୍ୟଙ୍କୁ ପ୍ରଶିକ୍ଷଣ ଦେଉଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.