ଆଜି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ ଉପସ୍ଥାପନା କରିଛନ୍ତି । ବଜେଟ ଉପସ୍ଥାପନ ସମୟରେ କ’ଣ ଶସ୍ତା ହେବ ତାହା ଉପରେ ସମସ୍ତଙ୍କ ନଜର ରହିଥିଲା । ସୁନା, ରୁପା ଏବଂ ପ୍ଲାଟିନମ ଏବଂ ୩ଟି କ୍ୟାନସର ଔଷଧ ଉପରେ ସୀମା ଶୁଳ୍କ ଛାଡ଼ କରାଯିବ ବୋଲି ବଜେଟ ଅଭିଭାଷଣରେ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ବଜେଟରେ ଏସବୁ ଜିନିଷ ଶସ୍ତା ହେବ । ବଜେଟରେ ଏସବୁ ଜିନିଷରୁ କଷ୍ଟମ ଡ୍ୟୁଟି ବା ସୀମା ଶୁଳ୍କ ଛାଡ ହେବ ।
କ’ଣ ହେଲା ଶସ୍ତା :
– କ୍ୟାନସର ଔଷଧ
– ସୁନା, ରୁପା, ପ୍ଲାଟିନମ
– ମୋବାଇଲ ଫୋନ, ଚାର୍ଜର, ମୋବାଇଲ ପାଟର୍ସ
– ସୋଲାର ପ୍ୟାନେଲ, ସୋଲାର ସେଲ
– ଏକ୍ସ ରେ ମେସିନ
– ଇଲେକ୍ଟ୍ରିକ ଗାଡି
– ଚମଡା ଯୋତା, ଚପଲ, ପର୍ସ
– ଇମ୍ପୋଟେଡ ଗହଣା
ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ ସମୟରେ ସୁନା, ରୁପା ଏବଂ ପ୍ଲାଟିନମ ଉପରୁ ସୀମା ଶୁଳ୍କ ଛାଡ ହେବାକୁ ଘୋଷଣା କରିଛନ୍ତି । ସୁନା ରୁପାରୁ ସୀମା ଶୁଳ୍କ ୬% ଏବଂ ପ୍ଲାଟିନମରୁ ୬.୫% ଛାଡ ହେବ । ସରକାରଙ୍କ ଘୋଷଣା ପରେ ଦେଶରେ ସୁନା, ରୁପା ସହିତ ବହୁମୂଲ୍ୟ ଧାତୁ କମ୍ ହେବ ।
ମୋବାଇଲ୍ ଫୋନରେ ବିସିଡି (ବେସିକ କଷ୍ଟମ୍ସ ଡ୍ୟୁଟି) ଏବଂ ସେମାନଙ୍କର ଅଂଶଗୁଡିକ ୧୫% କୁ ହ୍ରାସ କରାଯାଇଛି । ଯାହା ଫଳରେ ଗ୍ରାହକ କମ୍ ଦାମରେ ମୋବାଇଲ ଫୋନ୍ କିଣିପାରିବେ । ସେହିପରି ସୋଲାର ସେଲ ଏବଂ ପ୍ୟାନେଲ ନିର୍ମାଣ ପଦାର୍ଥ ଉପରେ ସୀମା ଶୁଳ୍କ ଛାଡ଼ କରାଯାଇଛି ।