ସାରା ବିଶ୍ୱରେ ୬ ଘଣ୍ଟା ସୋସିଆଲ୍‌ ମିଡିଆ ଠପ୍‌: ଫେସବୁକ, ଇନଷ୍ଟାଗ୍ରାମ ଏବଂ ହ୍ଵାଟ୍ସଆପ୍‌ ଅକାମୀ, ୭ ଆରବ ଡଲାରର ଝଟ୍‌କା

ନୂଆଦିଲ୍ଲୀ(କେନ୍ଯୁଜ୍): ୬ ଘଣ୍ଟାରେ ୭ ଆରବ ଡଲାରର ଝଟ୍‌କା । ଫେସବୁକ, ଇନଷ୍ଟାଗ୍ରାମ ଏବଂ ହ୍ଵାଟ୍ସଆପ୍‌ ଅକାମୀ ହେବାରୁ ଫାଉଣ୍ଡର ତଥା ସିଇଓଙ୍କୁ ମାର୍କ ଜୁକରବର୍ଗଙ୍କୁ ପ୍ରାୟ ୮ ହଜାର ୭୦୦ କୋଟି କ୍ଷତି ସହିବାକୁ ପଡିଛି । ବିଶ୍ୱର ଧନୀ ବ୍ୟକ୍ତିଙ୍କ ତାଲିକାରେ ତଳକୁ ଖସିଛନ୍ତି ଜୁକରବର୍ଗ । ଗତକାଲି ୬ ଘଣ୍ଟା ଫେସବୁକ, ଇନଷ୍ଟାଗ୍ରାମ ଏବଂ ହ୍ଵାଟ୍ସଆପ୍‌ ଅକାମୀ । ଆଜି ସକାଳୁ ପୁଣି କାମ କରିବା ଆରମ୍ଭ କରିଛି ।

୬ ଘଣ୍ଟା ହେବ ସୋସିଆଲ ମିଡିଆ ସର୍ଭର ଡାଉନ୍‌ ହୋଇଥିଲା । ହ୍ଵାଟ୍ସଆପ୍‌, ଇନଷ୍ଟାଗ୍ରାମ, ଫେସବୁକ୍‌ ସେବା ଠପ୍‌ ହୋଇପଡିଥିଲା । ଫଳରେ ସୋସିଆଲ୍‌ ମିଡିଆରେ ମେସେଜ୍‌ ପଠାଇ ହେଉନଥିଲା । ସାରା ବିଶ୍ୱରେ ସୋସିଆଲ୍‌ ମିଡିଆ ଠପ୍‌ ହୋଇଛି । ଏନେଇ ହ୍ଵାଟ୍ସଆପ୍‌, ଫେସବୁକ୍‌ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଛି । ଯଥାଶୀଘ୍ର ସେବା ସ୍ୱାଭାବିକ କରିବାକୁ ଚେଷ୍ଟା ଜାରି ରହିଛି ବୋଲ ଟ୍ଵିଟ୍‌ ମାଧ୍ୟମରେ ହ୍ଵାଟ୍ସଆପ୍‌, ଫେସବୁକ୍‌ ପକ୍ଷରୁ ସୂଚନା ଦିଆଯାଇଛି ।

ଅସୁବିଧା ପାଇଁ ହ୍ଵାଟସଆପ୍‌ ଓ ଫେସବୁକ୍‌ କ୍ଷମା ପ୍ରାର୍ଥନା କରିଛନ୍ତି । ଏବେ ସୋସିଆଲ ମିଡିଆ ପ୍ଲାଟଫର୍ମଗୁଡିକ ଧୀରେ ଧୀରେ ଅନଲାଇନକୁ ଆସୁଛନ୍ତି । ଗତକାଲି ରାତି ୯ଟାରୁ ସେବା ବନ୍ଦ ହୋଇଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.