ହଠାତ ଠପ୍ ହୋଇଗଲା ସବୁ ସୋସିଆଲ ମିଡିଆ: ଗଲାନି ମେସେଜ, ୟୁଜର୍ସ ହନ୍ତସନ୍ତ

ସୋସିଆଲ ମିଡିଆ ଅଚଳ । ଫେସବୁକ୍, ହ୍ବାଟସଆପ୍ ଓ ଇନଷ୍ଟାଗ୍ରାମ ଡାଉନ୍ । ବୁ ଧବାର ରାତିରେ ମେଟା ଅଧୀନରେ ପରିଚାଳିତ ୩ ଲୋକପ୍ରିୟ ସୋସିଆଲ ମିଡିଆ ଆପ୍ ଡାଉନ ରହିଥିଲା ।  ମିଳିଥିବା ଖବର ଅନୁସାରେ କେବଳ ଭାରତ ନୁହେଁ ସାରା ବିଶ୍ୱରେ ଗତ କାଲି ରାତିରେ ଠପ ହୋଇଯାଇଥିଲା ସୋସିଆଲ ମିଡିଆ ସେବା ।  ସାମାଜିକ ଗଣମାଧ୍ୟମରେ ସମସ୍ତ ବାର୍ତ୍ତା ଆଦାନ ପ୍ରଦାନ ଠପ୍ ହୋଇଯାଇଥିଲା ।  ଯାହା ଫଳରେ ବହୁ ସମସ୍ୟାର ସମ୍ମୁଖୀନ ହୋଇଥିଲେ ୟୁଜର୍ସ ।

ଡାଉନଡିଟେକ୍ଟର ତଥ୍ୟ ଅନୁଯାୟୀ ୫୦ ହଜାରରୁ ଅଧିକ ଲୋକ ଫେସବୁକ ଓ ୨୩ ହଜାରରୁ ଅଧିକ ୟୁଜର ଇନଷ୍ଟାଗ୍ରାମ ବ୍ୟବହାର କରିବାରେ ଅସୁବିଧା ଭୋଗିଥିଲେ। ବହୁ ସମୟ ଧରି ଫେସବୁକ୍ ଓ ଇନଷ୍ଟାଗ୍ରାମରେ ପୋଷ୍ଟର ଦେଖିପାରିନଥିଲେ ୟୁଜର । ଗତକାଲି ରାତି ପ୍ରାୟ ୧୧ଟାରୁ ଖୋଲିନଥିଲା କୌଣସି ଆପ୍ ।  ଏପରିକି ଲୋକ ନିଜ ଆଇଡି ଲଗ୍ ଇନ୍ କରିପାରିନଥିଲେ । ଏହାସହ ବିଶ୍ବବ୍ୟାପୀ ଚାର୍ଟଜିପିଟିରେ ମଧ୍ୟ ସମସ୍ୟା ଦେଖାଦେଇଥିଲା ।  ଯାନ୍ତ୍ରିକ ତ୍ରୁଟି ପାଇଁ ଏପରି ହୋଇଥିବା ମେଟା ପକ୍ଷରୁ କୁହାଯାଇଛି ।  ଏତେ ସମୟ ଧରି ଅପେକ୍ଷା କରିଥିବାରୁ ୟୁଜର ଧନ୍ୟବାଦ ଜଣାଇଛି ମେଟା  ।