ଏନ-୩୨ ବିମାନ ନିଖୋଜ ସମୟରେ କଣ୍ଟ୍ରୋଲ ରୁମରେ ନିୟୋଜିତ ଥିଲେ ପାଇଲଟଙ୍କ ପତ୍ନୀ

ଭରାତୀୟ ବାୟୂସେନାର ନିଖୋଜ ବିମାନ ଏଏନ-୩୨ର ସର୍ଚ୍ଚ ଅପରେସନ ଚତୁର୍ଥ ଦିନରେ ପହଞ୍ଚିଥିଲେ ମଧ୍ୟ ଏପର୍ଯ୍ୟନ୍ତ ବିମାନର ଖୋଜ ଖବର ମିଳିପାରିନାହିଁ। ସାଟେଲାଇଟ ଓ ଅନ୍ୟାନ ଟେକ୍ନୋଲଜି ବ୍ୟବହାର କରି ବିମାନର ସନ୍ଧାନ ପାଇଁ ପ୍ରୟାସ ଜାରୀ ରହିଛି। ସୁଖୋଇ-୩୦,C-୧୩୦J ଓ ଅନ୍ୟାନ ଜ୍ଞାନକୌଶଳର ମଧ୍ୟ ସହଯୋଗ ନିଆଯାଉଛି। ବିମାନରେ ୨୯ ବର୍ଷୀୟ ପାଇଲଟ ଆଶିଷ ତମ୍ବର ଥିଲେ। ତାଙ୍କ ପତ୍ନୀ ସନ୍ଧ୍ୟା ଆସାମର ଜୋରହାଟର ଏୟାର ଟ୍ରାଫିକ୍ କଣ୍ଟ୍ରୋଲ ରୁମର ଦାୟୀତ୍ବରେ ଥିଲେ। ଏହିଠାରୁ ବିମାନଟି ଦିନ ୧୨.୨୫ରେ ଅରୁଣାଞ୍ଚଳ ପ୍ରଦେଶର ମେନଚୁକା ଅଭିମୁଖେ ଉଡାଣ ଭରିଥିଲା। ଆଶିଷଙ୍କ ଦାଦା, ଫ୍ଲାଇଟ ଲିଉଟେନାଣ୍ଟ ଉଦୟବୀର ସିଂହ କହିଛନ୍ତି ବିମାନ ସହିତ ଦିନ ଗୋଟାଏ ବେଳେ ସମ୍ପର୍କ ଛିନ୍ନ ହୋଇଯାଇଥିଲା ଓ ପରେ ଆଶିଷଙ୍କ ସ୍ତ୍ରୀ ସନ୍ଧ୍ୟା ଆମକୁ ଏକ ଘଣ୍ଟା ପରେ ନିଖୋଜ ହେବାର ଖବର ଦେଇଥିଲା।

ବିମାନର ସନ୍ଧାନ ପାଇଁ ପ୍ରୟାସ ଜାରୀ ରହିଛି। ଯେତେଯେତେ ସମୟ ବଢିଚାଲିଛି ସେତିକି ମନରେ ଭୟ ବଢୁଛି ଆଶିଷଙ୍କ ପରିବାର ଲୋକଙ୍କର। ତାଙ୍କ ମା ଗଭୀର ମାତ୍ରାରେ ଭାଙ୍ଗି ପଡିଛନ୍ତି। ଆଖିରୁ ଲୁହ ଶୁଖିଯାଇଛି ସତ କିନ୍ତୁ ଦୁଃଖରେ କାହାକୁ କିଛି କହିପାରୁନାହାନ୍ତି। ଆଶିଷଙ୍କ ବାପା ରାଧେଲାଲ ସେନା ଚାକିରୀରୁ ଅବସର ନେଇସାରିଛନ୍ତି। ପରିବାର ଠାରୁ ପ୍ରଭାବିତ ହୋଇ ଆଶିଷ ଦେଶ ସେବା ପାଇଁ ବାୟୂସେନାରେ ଯୋଗ ଦେଇଥିଲେ। ଆଶିଷଙ୍କ ବଡ ଭଉଣୀ ବାୟୂସେନାରେ ସ୍କ୍ବାର୍ଡନ ଲିଡର ଅଛନ୍ତି।

୨୦୧୫ରେ ଟ୍ରେନିଙ୍ଗ ଶେଷ ପରେ ଆଶିଷ ଜୋରହାଟରେ ପ୍ରଥମ ପୋଷ୍ଟିଙ୍ଗ ପାଇଥିଲେ । ଯେଉଁଠି ସନ୍ଧ୍ୟାଙ୍କ ସହ ଆଶିଷଙ୍କ ଦେଖା ହୋଇଥିଲା। ପରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା ଓ ୨୦୧୮ରେ ଉଭୟଙ୍କ ବିବାହ ହୋଇଥିଲ।।

ଆଶିଷଙ୍କ ଦାଦା ନାରାୟଣ କହିଛନ୍ତି ଉଭୟ ଶେଷ ଥର ପାଇଁ ୨ ମଇରେ ଘରକୁ ଆସିଥିଲେ। କାହିଁକିନା ସେମାନେ ୨୬ ମଇ ପର୍ଯ୍ୟନ୍ତ ଛୁଟିରେ ଥିଲେ। ୧୮ ମଇରେ ସେମାନେ ପଲୱଲରୁ ଚାଲିଯାଇଥିଲେ ଓ ଛୁଟି ପାଇଁ ବ୍ୟାଙ୍ଗକରେ ପହଞ୍ଚିଥିଲେ। ଏହିଠାରୁ ସେମାନେ ଆସାମ ଯାଇଥିଲେ। କେହିବି ଏହା ଭାବିନଥିଲେ ଏମିତି ହୋଇଯିବ ବୋଲି। ପାଖାପାଖି ୨୦ ଦିନ ପୂର୍ବରୁ ଦୁହେଁ ତାଙ୍କ ଘରକୁ ଆସିଥିଲେ।

Leave A Reply

Your email address will not be published.