F-16 ଯୁଦ୍ଧ ବିମାନ ବ୍ୟବହାର ଘଟଣା, ପାକିସ୍ତାନ ବିରୋଧରେ କେବେ କାର୍ଯ୍ୟନୁଷ୍ଠାନ ନେବ ଆମେରିକା?

କେନ୍ୟୁଜ୍ : ପାକିସ୍ତାନ ଦ୍ୱାରା F-16 ଯୁଦ୍ଧ ବିମାନ ବ୍ୟବହାର ନେଇ କେବେ ହେବ କାର୍ଯ୍ୟନୁଷ୍ଠାନ । ପାକିସ୍ତାନର F-16 ବ୍ୟବହାର ନେଇ କିଛି କହିହେବ ନାହିଁ ବୋଲି କହିଛନ୍ତି ୟୁଏସ୍ ଷ୍ଟେଡ୍ ଡିପାର୍ଟମେଣ୍ଟର ଡେପୁଟୀ ସ୍ପୋକ୍ସପର୍ସନ ରୋବର୍ଟ ପାଲାଡିନୋ । ସେ କହିଛନ୍ତି, ଦ୍ୱିପାକ୍ଷିକ ବୁଝାମଣା ନେଇ କିଛି ବି ସାମଗ୍ରୀ ଉପରେ ସାର୍ବଜନୀନ ଭାବେ କିଛି କହିବା ଠିକ୍ ନୁହଁ । F-16ରେ ପାକିସ୍ତାନର ଆକ୍ରମଣ ନେଇ ଏନ୍ଏସ୍ଏ ଅଜିତ ଡୋଭାଲ ଗତକାଲି ଆମେରକାର ସୁରକ୍ଷା ପରାମର୍ଶଦାତାଙ୍କ କଥା ହୋଇଛନ୍ତି ।
ପାକିସ୍ତାନ F-16 ର ବ୍ୟବହାର ନେଇ ଡୋଭାଲ ଆମେରିକାକୁ ପ୍ରମାଣ ଦେଇଛନ୍ତି । ଏହା ଉପରେ ତର୍ଜମା କରାଯାଉଥିବା କହିଛନ୍ତି ରୋବର୍ଟ ପାଲାଡିନୋ । ଏହା ପୂର୍ବରୁ F-16 ବ୍ୟବହାର ନେଇ ପାକିସ୍ତାନକୁ କୈଫିୟି ମାଗିଥିଲା ଆମେରିକା । ତେବେ ଭାରତ ବିରୋଧରେ କୌଣସି F-16 ବ୍ୟବହାର ହୋଇନଥିବା କହିଛି ପାକିସ୍ତାନ । ତେବେ ଭାରତ ଏହାର ପ୍ରମାଣ ଦେଇସାରିଛି ।