ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ହେବା ପରେ ଯେତେବେଳେ ପ୍ରଥମ ଥର ଘରେ ପହଞ୍ଚିଲେ ଏକନାଥ ସିନ୍ଦେ…ତ ଡ୍ରମ୍‌ ବଜାଇ ଭବ୍ୟ ସ୍ୱାଗତ କଲେ ପତ୍ନୀ ଲତା; ଦେଖନ୍ତୁ ଭିଡିଓ

ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ରୂପେ କାର୍ଯ୍ୟଭାର ସମ୍ଭାଳିବା ପରେ ଏକନାଥ ସିନ୍ଦେ ପ୍ରଥମ ଥର ନିଜ ଘର ଠାଣେ ଯାଇଥିଲେ। ସେଠାରେ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା। ସିନ୍ଦେଙ୍କ ପତ୍ନୀ ଲତା ଏକନାଥ ସିନ୍ଦେ ଡ୍ରମ୍‌ ବଜାଇ ସ୍ୱାମୀଙ୍କୁ ସ୍ୱାଗତ କରିଥିଲେ।

ସୋସିଆଲ ମିଡିଆରେ ସେୟାର କରାଯାଇଥିବା ଭିଡିଓରେ ଦେଖାଯାଉଛି ଯେ ମୁଖ୍ୟମନ୍ତ୍ରୀଙ୍କ ଆବାସରେ ସିନ୍ଦେଙ୍କ ପତ୍ନୀ ଡ୍ରମ୍‌ ବଜାଉଛନ୍ତି। ସିନ୍ଦେ ୩ ସପ୍ତାହ ତଳେ ଶିବସେନା ପ୍ରମୁଖ ଉଦ୍ଧବ ଠାକରେଙ୍କ ବିରୋଧରେ ବିଦ୍ରୋହର ବିଗୁଲ୍‌ ଫୁଙ୍ଗିବା ପୂର୍ବରୁ ଶେଷ ଥର ନିଜ ଘରକୁ ଯାଇଥିଲେ। ଉଦ୍ଧବ ଠାକରେଙ୍କ ସରକାର ଭାଙ୍ଗିବା ପରେ ଗତ ସପ୍ତାହରେ ସେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ରୂପେ ଶପଥ ନେଇଥିଲେ।

ଗତକାଲି ରାତି ପ୍ରାୟ ସାଢ଼େ ୯ଟାରେ ଯେତେବେଳେ ସିଏମ୍‌ ଏକନାଥ ସିନ୍ଦେ କଡ଼ା ସୁରକ୍ଷା ବଳୟ ଭିତରେ ଠାଣେ ପହଞ୍ଚିଥିଲେ, ତ ଆନନ୍ଦ ନଗରରେ ତାଙ୍କୁ ସ୍ୱାଗତ ପାଇଁ ସମର୍ଥକମାନଙ୍କ ଭିଡ଼ ପରିଲକ୍ଷିତ ହୋଇଥିଲା। ଏହି ସମୟରେ ଶହ ଶହ ସମର୍ଥକ ତାଙ୍କ କାର୍‌ ଉପରକୁ ଫୁଲ ପକାଇଥିଲେ। ପ୍ରବଳ ବର୍ଷା ସତ୍ତ୍ୱେ ଲୋକେ ତାଙ୍କୁ ସ୍ୱାଗତ କରିବା ପାଇଁ ଅନେକ ଘଣ୍ଟା ଧରି ଅପେକ୍ଷା କରି ରହିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.