ନିକଟରେ ଏକ ଚଳଚ୍ଚିତ୍ର ରିଲିଜ ହୋଇଛି ଯାହାର ନାମ ହେଉଛି ‘ପତି ପତ୍ନୀ ଔର ୱ’ କିନ୍ତୁ ରିୟଲ ଲାଇଫରେ ଆପଣ କେବେ ଏପରି ଦେଖିଛନ୍ତି ଯେଉଁଠି ପତି ପତ୍ନୀ ଓ ତୃତୀୟ ଲୋକ ମିଶି ଖୁସିରେ ରହୁଛନ୍ତି । ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଥିବ ନିଶ୍ଚୟ କିନ୍ତୁ ଏହା ସତ । କାହାଣୀର ଆରମ୍ଭ ହୋଇଥିଲା ୨୦୦୪ ମସିହାରେ ଯେବେ ଆମେରିକାର ଜୋୟ ଟ୍ରିପଲେଟ ନାମକ ଜଣେ ଯୁବକ ବିବାହ କରିଥିଲେ କ୍ରିଷ୍ଟାଲ ଟ୍ରିପଲେଟଙ୍କୁ । ସୂଚନା ଅନୁଯାୟୀ ଜୋୟଙ୍କ ବୟସ ୩୭ ବର୍ଷ ହୋଇଥିବା ବେଳେ କ୍ରିଷ୍ଟାଲଙ୍କ ବୟସ ୩୫ ବର୍ଷ । ଦୁଇଜଣଙ୍କ ବୈବାହିକ ଜୀବନ ହସଖୁସିରେ ଚାଲିଥିଲା କିନ୍ତୁ ହଠାତ ଏପରି କିଛି ଘଟିଲା ଯାହା ଦୁଇଜଣଙ୍କ ଜୀବନରେ ଏକ ନୂଆ ମୋଡ଼ ଆଣିଲା ।
ଦିନେ ଜୋୟଙ୍କ ପତ୍ନୀ କ୍ରିଷ୍ଟାଲ ଏକ କ୍ଲବ ମିଟିଂକୁ ଯାଇଥିଲେ ଯେଉଁଠାରେ ସେ ଜଣେ ମହିଳାଙ୍କୁ ଦେଖିଲେ । କେବଳ ସେତିକି ନୁହେଁ ତାଙ୍କୁ ଯେମି ନାମକ ଏହି ମହିଳାଙ୍କ ସହ ପ୍ରେମ ହୋଇଯାଇଥିଲା । ନିଜର ଏହି ନୂଆ ପ୍ରେମ ବିଷୟରେ କ୍ରିଷ୍ଟାଲ ପ୍ରଥମେ ଜୋୟଙ୍କୁ ଜଣାଇଥିଲେ କିନ୍ତୁ ଆଶ୍ଚର୍ଯ୍ୟ ଓ ରାଗିବା ବଦଳରେ ଜୋୟ ଏହି ସମ୍ପର୍କକୁ ସ୍ୱୀକାର କରିଥିଲେ । ତେବେ ଏଇଠି ଶେଷ ହୋଇନଥିଲା ଘଟଣା । ଧୀରେ ଧୀରେ ଜୋୟଙ୍କୁ ମଧ୍ୟ ନିଜ ସ୍ତ୍ରୀ’ର ପ୍ରେମିକା ଯେମି ବହୁତ ପସନ୍ଦ ଆସିଥିଲେ । ଶେଷରେ ଜୋୟ, କ୍ରିଷ୍ଟାଲ ଓ ଯେମି ତିନିଜଣ ମିଶି ଗୋଟିଏ ଘରେ ରହିବାକୁ ଲାଗିଲେ ।