କେଉଁଠି ଅଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ? ପ୍ରାଇଭେଟ ଜେଟରେ ବସି ଦେଶ ଛାଡ଼ି ପଳାଇଥିବା ଚର୍ଚ୍ଚା

କେଉଁଠି ଅଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ? ଶେହବାଜଙ୍କ ଉପସ୍ଥିତକୁ ନେଇ ଉଠିଲାଣି ପ୍ରଶ୍ନ । ଭାରତ ପାକିସ୍ତାନ ଉତ୍ତେଜନା ମଧ୍ୟରେ ଶେହବାଜ ସରିଫଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି । ଶେହବାଜ ଦେଶ ଛାଡ଼ି ପଳାଇଯାଇଥିବା କିଛି ରିପୋର୍ଟ ପ୍ରକାଶ ପାଇଛି । ଏକ ପ୍ରାଇଭେଟ ଜେଟରେ ବସି ଦେଶଛାଡ଼ି ପଳାଇଥିବା କୁହାଯାଉଛି ।

ଗତକାଲି ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ବାସଭବନ ନିକଟରେ ବଡ଼ ଧରଣର ବିସ୍ଫୋରଣ ହୋଇଥିବା ନେଇ ଖବର ଆସିଥିଲା । ବିସ୍ଫୋରଣର କାରଣ ଅସ୍ପଷ୍ଟ ରହିଛି। ବିସ୍ଫୋରଣ ପରେ ଶେହବାଜଙ୍କୁ ସେଠାରୁ ସୁରକ୍ଷିତ ସ୍ଥାନକୁ ନିଆଯାଇଥିବା ସୂଚନା ମଳିଥିଲା । ଆଜି ଶେହବାଜଙ୍କ ସହ ଆମେରିକାର ବୈଦେଶିକ ସଚିବ ମାର୍କୋ ରୁବିଓ କଥା ହୋଇଛନ୍ତି  । ଆତଙ୍କବାଦୀଙ୍କୁ ସମର୍ଥନ ବନ୍ଦ କରିବାକୁ ପାକିସ୍ତାନକୁ ଚେତାଇଛନ୍ତି ମାର୍କୋ ରୁବିଓ।

ସେପଟେ ପାକିସ୍ତାନର ବଡ଼ବଡ଼ ସହରରେ ଏବେ କେବଳ ଜରୁରୀକାଳୀନ ସାଇରନ୍ ବାଜିବାରେ ଲାଗିଛି । କ୍ୱେଟାରେ ଥିବା ପାକ୍‌ ସେନା କ୍ୟାମ୍ପ୍‌ ଉପରେ ଆକ୍ରମଣ ହେଉଛି । ସେହଭଳି ବଲୁଚିସ୍ତାନରେ ବି ପାକ୍‌ ସେନା କ୍ୟାମ୍ପ୍‌ ଉପରେ ଧ୍ୱଂସଲୀଳା ରଚିଛି ଭାରତର ବାୟୁସେନା ବିମାନ ।

 

ଆହୁରି ପଢ଼ନ୍ତୁ : ଶକ୍ତି ଦେଖାଇଲା ଭାରତୀୟ ସେନା, ପାକିସ୍ତାନର ୫୦ରୁ ଅଧିକ ସ୍ବାର୍ମ ଡ୍ରୋନ ଖସାଇଲା