ନର୍ସଙ୍କୁ ଫୋନ୍ କଲା ବାଇଆ, ଫୋନରେ କଥା ହୋଇ ମହିଳାଙ୍କୁ ଦୁଇଥର ଦେଲେ କରୋନା ଟିକା

ଦେଶରେ କରୋନାର ଦ୍ବିତୀୟ ଲହରୀ ଚିନ୍ତା ବଢାଇଲାଣି । ପ୍ରତିଦିନ ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଦେଶରେ କରୋନା ସଂକ୍ରମଣରୁ ରୋକିବା ପାଇଁ ସରକାର ପ୍ରୟାସ କରୁଛନ୍ତି। ଏହି ମହାମାରୀ ଯୋଗୁଁ ଲକ୍ଷାଧିକ ଲୋକଙ୍କ ଜୀବନ ମଧ୍ୟ ଚାଲିଗଲାଣି। ଏହି ମହାମାରୀରେ ଅଙ୍କୁଶ ଲଗାଇବା ପାଇଁ ସରକାର ସତର୍କତା ସହିତ କୋଭିଡ ନିୟମ ମାନିବାକୁ କହିଛନ୍ତି। କିଛି ସ୍ଥାନରେ ଲକଡାଉନ ଭଳି ସ୍ଥିତି ମଧ୍ୟ ଦେଖାଗଲାଣି। କିନ୍ତୁ ଏଭଳି ସମୟରେ ଏକ ବଡ଼ଧରଣର ଅବହେଳା କାନପୁରରେ ଆସିଛି । ଗୋଟିଏ ବଦଳରେ ଏକଥରକେ ୨ଟି କରୋନା ଟିକା ଦିଆଯାଇଛି । ଶୁଣି ଆପଣଙ୍କୁ ଆଶ୍ଚର୍ଯ୍ଯ ଲାଗୁଛି କି ? ଆଶ୍ଚର୍ଯ୍ଯ ହୁଅନ୍ତୁ ନାହିଁ ନର୍ସ ଜଣକ ମୋବାଇଲରେ ଗପି ଗପି ଦୁଇଥର କରୋନା ଟିକା ଦେଇଦେଇଛନ୍ତି।

ଖବର ମୁତାବକ, ଉତ୍ତରପ୍ରଦେଶର କାନପୁର ଗ୍ରାମାଞ୍ଚଳର ମାଡୋଲି ସିଏଚସିରେ କରୋନା ଟିକା ଜାରି ରହିଛି । ସେଠାରେ କମଲେଶ ଦେବୀ ନାମକ ଜଣେ ମହିଳା କରୋନା ଟିକା ନେବା ପାଇଁ ସେଣ୍ଟରରେ ପହଞ୍ଚିଥିଲେ । ଏହି ସମୟରେ ଟିକା ଦେଉଥିବା ନର୍ସ ଜଣକ ଫୋନରେ ବହୁତ ବ୍ୟସ୍ତ ଥିଲେ। ଫୋନରେ କଥା ହେଉଥିବା ଏଏନଏମ କମଲେଶ ଦେବୀଙ୍କୁ ଗୋଟିଏ ବଦଳରେ ଦୁଇଥର କରୋନା ଟିକା ଲଗାଇଥିଲେ। ମହିଳା ଜଣକ ଏଏନଏମଙ୍କୁ ଏହି କଥାକୁ କହିବାକୁ ସେ ଭୁଲକୁ ସ୍ବୀକାର କରିନଥିଲେ। କିନ୍ତୁ ମହିଳାଙ୍କ ପରିବାର ସଦସ୍ୟ ଏହା ଜାଣିବା ପରେ ହସ୍ପିଟାଲରେ ଉତ୍ତେଜନା ଦେଖାଦେଇଥିଲା ।

ଟିକା ନେଇଥିବା ମହିଳାଙ୍କ କହିବାନୁଯାୟୀ, ‘ଏଏନଏମ୍ ନିଜ ମୋବାଇଲ ଫୋନରେ ବ୍ୟସ୍ତ ଥିଲେ । ଫୋନ୍ରେ କଥା ହେଉଥିବା ବେଳେ ଗୋଟିଏ ବଦଳରେ ଦୁଇ ଥର କରୋନା ଟିକା ଲଗାଇଥିଲେ। ଏକଥା ପଚାରିବା ପରେ ଏଏନଏମ ଜଣକ ରାଗି ଯାଇ ମହିଳାଙ୍କୁ ଅନେକ କଥା କହିଥିଲେ। ମହିଳାଙ୍କ ପରିବାର ଲୋକ ଘଟଣା ବିଷୟରେ ଜାଣିବା ପରେ ହସପିଟାଲରେ ଉତ୍ତେଜନା ଦେଖାଦେଇଥିଲା।

ତେବେ ଏହି ୨ ଥର ଟିକା ଦେବା କଥା ପ୍ରଘଟ ହେବା ପରେ ସ୍ଥାନୀୟ ପ୍ରଶାସନିକ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି କାର୍ଯ୍ଯାନୁଷ୍ଠାନର ପ୍ରତିଶୃତି ଦେବା ପରେ ମାମଲା ଶାନ୍ତ ପଡିଥିଲା । ସ୍ବାସ୍ଥ୍ଯକର୍ମୀଙ୍କ ଏପରି ଅବହେଳା ଟିକା ନେଇଥିବା ମହିଳାଙ୍କ ଜୀବନ ପ୍ରତି ହୁଏତ କିଛି ବିପଦ ଆଣିପାରେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.