ଜୟପୁର : ଏବେ କିଛି ରାଜ୍ୟରେ ଚାଲିଛି ନିର୍ବାଚନୀ ୠତୁ । ଏହି ୠତୁରେ ବଡ଼ ବଡ଼ ନେତା ମନ୍ତ୍ରୀଙ୍କ ଗହଳି ଲାଗିଥାଏ । ଠିକ୍ ସେହିଭଳି ଜୋରଦାର ଗହଳି ହେଉଛି ରାଜସ୍ଥାନରେ । କାରଣ ଏଠି ଟକ୍କର ହେବ ଶାସକ ବିଜେପି ଏବଅ ବିରୋଧୀ କଂଗ୍ରେସ ମଧ୍ୟରେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଠାରୁ ଆରମ୍ଭ କରି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତା ଶାହା ଓ ଷ୍ଟାର କ୍ୟାମ୍ପେନର ସବୁ ଛୁଟୁଛନ୍ତି ରାଜସ୍ଥାନକୁ ସେହି କ୍ରମରେ ଗତକାଲି ରାଜସ୍ଥାନର ଅଲବର ସ୍ଥିତ ରାଜଗନକୁ ପ୍ରଚାର କରିବାକୁ ଯାଇଥିଲେ ବଲିଉଡ୍ ଡ୍ରିମ୍ ଗାର୍ଲ ତଥା ବିଜେପି ସାଂସଦ ହେମା ମାଳିନୀ । ସେଠାରେ ଏକ ସାଧାରଣ ସଭାରେ ତାଙ୍କର ଭାଷଣ ଦେବାର ଥିଲା । ଗାଡ଼ିରୁ ଓହ୍ଲାଇ ହେମା ମଞ୍ଚ ଉପରକୁ ଗଲା ବେଳେ ତାଙ୍କ ଶାଢ଼ିରେ କାଦୁଅ ଲାଗିଲା । ଆଉ ତୁରନ୍ତ ଏହାକୁ ଦେଖଇ ହେମା ସାମାନ୍ୟ ବିବ୍ରତ ହୋଇ ପଡ଼ିଲେ । କିନ୍ତୁ ଟିକିଏ ବି ଦ୍ୱିଧା ବୋଧ ନକରି ହେମାଙ୍କ ଶାଢ଼ିରୁ କାଦୁଅ ସଫା କରିଦେଲେ ସେଠାକାର ସାଂସଦ । ମହିଳା ସାଂସଦ ସଂନ୍ତୋଷ ଅହଲାବତ ନିଜେ ନଇଁ ପଡ଼ି ସଫା କରି ଦେଲେ । ଡ୍ରିମ୍ ଗାର୍ଲ ଏକ ପିଙ୍କ ରଙ୍ଗର ଶାଢ଼ିରେ ଖୁବ୍ ସୁନ୍ଦର ଦେଖା ଯାଉଥିଲେ ।
ସେଠାରେ ପ୍ରଚାର ବେଳେ ହେମା କହିଲେ ବିଜେପି ପ୍ରାର୍ଥୀଙ୍କୁ ଭୋଟ୍ ଦେବେ ତ ତେବେ ମୁଁ ‘ଶୋଲେ’ର ଡାଇଲଗ୍ କହିବି । ସଭାରେ ଥିବା ଲୋକ ଜୋରରେ ହଁ ମାରିଲେ । ହେମା ସଂଗେ ସଂଗେ କହିଲେ ‘‘ଚଲ୍ ଧନ୍ନୋ, ଆଜ ତେରି ବସନ୍ତୀ କି ଇଜ୍ଜତ କା ସବାଲ ହୈ । ମୁଁ ଜାଠ୍ ଘର (ଧର୍ମେନ୍ଦ୍ର)ଙ୍କ ବୋହୂ । ମୋ ଅନୁରୋଧର ସମ୍ମାନ ରଖିବ ।’’ ତାଙ୍କ କଥାରେ ତାଳ ଦେଉଥିଲେ ଉପସ୍ଥିତ ଜନସାଧାରଣ । ହେମା ଅନେକ ଜାଗା ବୁଲି ନିର୍ବାଚନ ପ୍ରଚାର କରିଥିଲେ । ଏମିତିକି ସେଠାକାର ଲୋକାଲ ଗାଡ଼ିରେ ବସି ଯିବା ଆସିବା କରିଥିଲେ ।
