Mpox କୁ ଗ୍ଲୋବାଲ ହେଲଥ ଇମର୍ଜେନ୍ସୀ ଘୋଷଣା କଲା WHO
ଆଫ୍ରିକାରେ ମାଡ଼ୁଛି ଏମ୍ ପକ୍ସ । ଗ୍ଲୋବାଲ ହେଲଥ ଇମର୍ଜେନ୍ସୀ ଘୋଷଣା କଲା ବିଶ୍ବ ସ୍ବାସ୍ଥ୍ୟ ସଂଗଠନ -WHO । Mpox ଏବେ କଙ୍ଗୋରୁ ଅନ୍ୟ ଆଫ୍ରିକୀୟ ଦେଶମାନଙ୍କୁ ବ୍ୟାପିବାରେ ଲାଗିଛି । ୧୩ଟି ଅଫ୍ରିକୀୟ ଦେଶକୁ ବ୍ୟାପି ସାରିଲାଣି । ବୁରୁଣ୍ଡି, କେନିଆ, ରୁଆଣ୍ଡା, ଉଗାଣ୍ଡା ଆଦି ରାଷ୍ଟ୍ରକୁ ବ୍ୟାପି ଗଲାଣି । ନୂଆ ରୂପରେ ବ୍ୟାପୁଛି ଭାଇରସ୍ । ଏହାକୁ ନେଇ ଚିନ୍ତା ପ୍ରକାଶ କରିଛି ହୁ ।
ବୁଧବାର Mpox କୁ ବିଶ୍ବ ସ୍ବାସ୍ଥ୍ୟ ଇମର୍ଜେନ୍ସୀ ଘୋଷଣା କରିଛି । ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ବୈଠକ ପରେ ଇମର୍ଜେନ୍ସୀ ଘୋଷଣା ହୋଇଛି । ହୁ ମୁଖ୍ୟ ଟେଡ୍ରସ ଅଧନମ ଘେବ୍ରିୟେସସ୍ କହିଛନ୍ତି ଏହି ଭାଇରସ୍ ବ୍ୟାପିବା ଚିନ୍ତାର କାରଣ । ଅନ୍ତର୍ଜାତୀୟ ସ୍ତରରେ ସମନ୍ବୟ ରଖି କାର୍ଯ୍ୟ କଲେ ଭାଇରସକୁ ରୋକା ଯାଇ ପାରିବ ବୋଲି ସେ କହିଛନ୍ତି । ଦୁଇ ବର୍ଷ ଭିତରେ ଦ୍ବିତୀୟ ଥର ପାଇଁ Mpoxକୁ ସ୍ବାସ୍ଥ୍ୟ ଇମର୍ଜେନ୍ସୀ ଘୋଷଣା କରିଛି ହୁ ।
ପୂର୍ବରୁ ଏଣ୍ଡେମିକ୍ ଷ୍ଟ୍ରେନ୍ ଭାବେ ଏହି ଭାଇରସ୍ ବ୍ୟାପିଥିଲା । ଯାହରା ନାଁ ଥିଲା କ୍ଲେଡ୍ 1 । ଏବେ କ୍ଲେଡ୍ 1b ବ୍ୟାପିବାରେ ଲାଗିଛି । ଏହି ଭାଇରସ୍ କ୍ଲେଡ୍ ୱାନ୍ ଠାରୁ ସହଜରେହ ବ୍ୟାପୁଛି। ନିୟମିତ ଘନିଷ୍ଠ ଭାବେ ମିଳାମିଶା ଦ୍ବାରା ସଂକ୍ରିମତ ହୋଇଥାଏ ଏହି ଭାଇରସ୍ । ଏହାର ଲକ୍ଷଣ ଅତି ସାମାନ୍ୟ । କ୍ବଚିତ ମୃତ୍ୟୁର କାରଣ ହୋଇଥାଏ । ଚଳିତ ବର୍ଷ ୧୭ ହଜାର ରୁ ଅଧିକ ଏମପକ୍ସ ମାମଲା ଠାବ ହୋଇଛି । ୫୧୭ ଜଣ ପ୍ରାଣ ହରାଇଛନ୍ତି । ଗତ ବର୍ଷ ଠାରୁ ଏହା ୧୬ ପ୍ରତିଶତ ଅଧିକ ।