ବିସ୍ଫୋରଣ ପଛରେ କାହାର ହାତ ରହିଛି ? ସନ୍ଦିଗ୍ଧ ବ୍ୟକ୍ତିକୁ ନେଇ ଆରମ୍ଭ ହୋଇଛି ତଦନ୍ତ

ସାରା ଦେଶକୁ ଥରାଇ ଦେଇଛି ଦିଲ୍ଲୀରେ ହୋଇଥିବା ଭୟଙ୍କର କାର୍ ବିସ୍ଫୋରଣ । କିନ୍ତୁ ଏହି ବିସ୍ଫୋରଣ ପଛରେ କାହାର ହାତ ରହିଛି ? କିଏ ରଚିଥିଲା ଏମିତି ଷଡ଼ଯନ୍ତ୍ର । ଏସବୁ ପ୍ରଶ୍ନର ଉତ୍ତର ଖୋଜୁଥିବାବେଳେ ପୋଲିସ ହାତରେ ଲାଗିଛି ସିସିଟିଭି ଭିଜୁଆଲ । ଯେଉଁଥିଲେ କାର ଚଳାଉଥିବା ସନ୍ଦିଗ୍ଧ ବ୍ୟକ୍ତିକୁ ନେଇ ଆରମ୍ଭ ହୋଇଛି ଜୋରଦାର ତଦନ୍ତ ।

ଘଟଣାସ୍ଥଳରୁ ଉଦ୍ଧାର ହୋଇଥିବା କାରରେ ମିଳିଥିବା ମୃତଦେହର ଡିଏନଏ ପରୀକ୍ଷା ପୋଲିସ କରିବ, ଯାହା ଦ୍ୱାରା କାରରେ ଥିବା ବ୍ୟକ୍ତି ଅଭିଯୁକ୍ତ ଆତଙ୍କବାଦୀ ଡାକ୍ତର ଉମର ମହମ୍ମଦ କି ନାହିଁ ତାହା ନିଶ୍ଚିତ ହେବ । ଗୁଇନ୍ଦା ସଂସ୍ଥା ସନ୍ଦେହ କରୁଛି ଯେ ଡାକ୍ତର ଉମର ମହମ୍ମଦ କାର i-20 ଗାଡ଼ି ଚଳାଉଥିଲା । ଯାହାର ସିସିଟିଭି ଭିଜୁଆଲରେ ସେ କଳା ମାସ୍କ ପିନ୍ଧିଥିବା ଦେଖାଯାଇଛି । ଏହାରି ଭିତରେ ଉମରଙ୍କ ମାଆ ଏବଂ ତାର ଭାଇଙ୍କୁ ହେପାଜତକୁ ନିଆଯାଇଛି । କିନ୍ତୁ ଉମରର କୌଣସି ସନ୍ଧାନ ମିଳିନାହିଁ ।

ଲାଲକିଲ୍ଲା ମେଟ୍ରୋ ଷ୍ଟେସନର ୧ ନମ୍ବର ଗେଟ ନିକଟରେ ହୋଇଥିଲା ଜୋରଦାର ବିସ୍ଫୋରଣ । ମିଳିଥିବା ସୂଚନା ଅନୁସାରେ ପ୍ରାୟ ୧୦ ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ଖବର ରହିଛି ।  ୨୦ରୁ ଅଧିକ ଆହତ ହୋଇଛନ୍ତି ।  ଆହତମାନଙ୍କୁ ବିଭିନ୍ନ ମେଡିକାଲରେ ଭର୍ତ୍ତି କରାଯାଇଛି ।  ବିସ୍ଫୋରଣ ପରେ ଆଖପାଖରେ ଥିବା କାର ଗୁଡ଼ିକ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି ।  ୫ରୁ ୬ଟି ଗାଡି ପୂରା ଛିନଛତ୍ର ହୋଇଥିବାବେଳେ ବିସ୍ଫୋରଣରେ  ୨୩ ଗାଡି କ୍ଷତିଗ୍ରସ୍ତ ହୋଇଥିବା ଜଣାଯାଇଛି ।

ତେବେ  ଦିଲ୍ଲୀ ବିସ୍ଫୋରଣ ପରେ ଦେଶର ବିଭିନ୍ନ ରାଜ୍ୟରେ ହାଇ ଆଲର୍ଟ ଜାରି କରାଯାଇଛି । ମୁମ୍ବାଇରେ ମଧ୍ୟ ହାଇଆଲର୍ଟ ଜାରି । ସମ୍ବେଦନଶୀଳ ସ୍ଥାନ ଉପରେ ତୀକ୍ଷଣ ନଜର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । କୌଣସି ସନ୍ଦିଗ୍ଧ ବସ୍ତୁ ଉପରେ ସନ୍ଦେହ ଉପୁଜିଲେ ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ବିହାରରେ ମଧ୍ୟ ହାଇ ଆଲର୍ଟ ଜାରି ହୋଇଛି । ବିଭିନ୍ନ ସ୍ଥାନରେ ତନ୍ନତନ୍ନ କରି ଯାଞ୍ଚ କରାଯାଉଛି । ଚଣ୍ଡିଗଡ଼ରେ ହାଇ ଆଲର୍ଟ ସହ ସୁରକ୍ଷା କଡ଼ାକଡ଼ି କରାଯାଇଛି । ହରିଆଣା, ଉତ୍ତର ପ୍ରଦେଶରେ ମଧ୍ୟ ହାଇଆଲର୍ଟ । ଚେକିଂ ଓ ବ୍ଲକିଂକୁ କଡ଼ାକଡ଼ି କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ଓଡିଶାର କେନ୍ଦ୍ରାଞ୍ଚଳ ଅଞ୍ଚଳର ସବୁ ଜିଲ୍ଲାରେ ଜାରି ହୋଇଛି ହାଇଆଲର୍ଟ । ଭୁବନେଶ୍ୱର, କଟକ, ପୁରୀ, ଖୋର୍ଦ୍ଧା, ଜଗତସିଂହପୁର, ଯାଜପୁର ଅଞ୍ଚଳରେ ଆଲର୍ଟ ଜାରି ହୋଇଛି ।

କହି ରଖୁଛୁ ଏହି  ବିସ୍ଫୋରଣ ଏତେ ଜୋରଦାର ଥିଲା ଯେ, ପାଖରେ ଥିବା ଦେକାନ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି । ବିସ୍ଫୋରଣ ବେଳେ କାର ପାର୍କିଂ ନିକଟରେ ପ୍ରବଳ ଭିଡ଼ ରହିଥିଲା । ପ୍ରାୟ ୬ଟା ୫୨ରେ ବିସ୍ଫୋରଣ ହୋଇଥିଲା । କାର୍ ଟି ଧୀରେ ଧୀରେ ଆସି ରେଡ୍ ଲାଇଟ୍ ନିକଟରେ ଛିଡ଼ା ହୋଇଥିଲା । ପରେ ହଠାତ ବିସ୍ଫୋରଣ ହୋଇଥିଲା । ବିସ୍ଫୋରଣ ବେଳେ କାର୍ ଭିତରେ ୨ ରୁ ୩ ଜଣ ଲୋକ ବସିଥିବା ସୂଚନା ମିଳିଛି ।

ବିସ୍ପୋରଣ କେତେ ଭୟଙ୍କର ଥିଲା, ତାର ବର୍ଣ୍ଣନା କରିଛନ୍ତି ପ୍ରତ୍ୟକ୍ଷଦର୍ଶୀ । ବିସ୍ଫୋରଣ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୃହ ମନ୍ତ୍ରୀ ଅମିତ ଶାହଙ୍କ ସହ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଘଟଣା ସ୍ଥଳରେ ଦିଲ୍ଲୀ ପୋଲିସ, କ୍ରାଇମବ୍ରାଞ୍ଚ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ଫରେନସିକ୍ ଟିମ୍ ଓ ଟେକ୍ନିକାଲ ଟିମ ମଧ୍ୟ ଘଟଣା ସ୍ଥଳରେ ପହଞ୍ଚି ଯାଞ୍ଚ କରୁଛି । ଏନଏସଜି ଓ ଏନଆଇଏ ମଧ୍ୟ ତଦନ୍ତ କରୁଛନ୍ତି ।

ଏହି ଘଟଣା ପରେ ଲାଲକିଲା ନିକଟ ଚାନ୍ଦିନୀଚୌକ ମାର୍କେଟକୁ ବନ୍ଦ କରିଦିଆଯାଇଛି । ପ୍ରାୟ ୬ଟା ୫୫ରେ ବିସ୍ଫୋରଣ ନେଇ ଫାୟାର ବ୍ରିଗେଡ ନିକଟକୁ ସୂଚନା ମିଳିଥିଲା । ନିଆଁ ଲିଭାଇବାକୁ ୭ଟି ଦମକଳ ଗାଡ଼ି ନିୟୋଜିତ ହୋଇଥିଲା । ତେବେ କାର ବିସ୍ଫୋରଣ କେମିତି ହେଲା, ସେ ନେଇ କିଛି ସ୍ପଷ୍ଟ ହୋଇ ନାହିଁ ।

Also Read: ଦିଲ୍ଲୀ ବିସ୍ଫୋରଣ ପରେ ଗୃହମନ୍ତ୍ରୀ ଅମିତ ଶାହ ଡକାଇଲେ ବୈଠକ, ଘଟଣାକୁ ନେଇ କରାଯିବ ସମୀକ୍ଷା