ଛତ୍ରପତି ଶିବାଜୀଙ୍କ ପ୍ରତିମୂର୍ତ୍ତି ଭୁଶୁଡିବା ପଛରେ ଦୋଷୀ କିଏ ? ପରସ୍ପର ଦୋଷାରୋପ କରୁଛନ୍ତି ପିଡବ୍ଲୁଡି ଓ ଭାରତୀୟ ନୌସେନା

ମହାରାଷ୍ଟ୍ର ସରକାର ଓ ଭାରତୀୟ ନୌସେନା ଶିବାଜୀଙ୍କ ପ୍ରତିମୂର୍ତ୍ତି ଭାଙ୍ଗିବାକୁ ନେଇ ପରସ୍ପର ମଧ୍ୟରେ ଆରୋପ ଲଗାଉଛନ୍ତି । ତେବେ ପ୍ରତିମୂର୍ତ୍ତିର ଅବସ୍ଥା ଜାଣିବା ପରେ ମଧ୍ୟ କେହି କିଛି କରିବା ପାଇଁ ଚେଷ୍ଟା କଲେ ନାହିଁ । ମହାରାଷ୍ଟ୍ରର ସିନ୍ଧୁଦୁର୍ଗରେ ରହିଥିବା ରାଜକୋଟରେ ୧୭ ଶତାଦ୍ଧୀ ସମୟରେ ୩୫ ଫୁଟର ମରାଠା ଯୋଦ୍ଧା ଛତ୍ରପତି ଶିବାଜୀଙ୍କ ପ୍ରତିମୂର୍ତ୍ତି ରହିଥିଲା । ଏହି ବିରାଟ କାୟ ପ୍ରତିମୂର୍ତ୍ତି ଟି ୨୬ ଅଗଷ୍ଟରେ କୌଣସି କାରଣରୁ ଭାଙ୍ଗି ଯାଇଥିଲା । ଯାହାକୁ ନେଇ ଏବେ ବଡ ବିବାଦ ଦେଖାଯାଇଛି । ଏହି ପ୍ରତିମୂର୍ତ୍ତିକୁ ଗତବର୍ଷ ଡିସେମ୍ବର ୪ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମନ୍ତ୍ରୀଙ୍କ ଦ୍ୱାରା ନୌସେନା ଦିବସରେ ଉଦଘାଟନ କରିଥିଲେ । ଯାହାକୁ ନେଇ ଏବେ ଏହାର ସୁରକ୍ଷା ଓ ରକ୍ଷଣାବେକ୍ଷଣକୁ ନେଇ ପ୍ରଶ୍ନ ଉଠିଛି ।

ଆଜି ପର୍ଯ୍ୟନ୍ତ ଏହି ଘଟଣାର ଯାଞ୍ଚ କରାଯାଉଛି । ଏକ ପ୍ୟାନେଲ ଏହି ଘଟଣାର ଯାଞ୍ଚ କରୁଛନ୍ତି । ଭାରତୀୟ ନୌସେନା ତଥା ଏବଂ ଲୋକ ନିର୍ମାଣ ଭବନ ପରସ୍ପର ମଧ୍ୟରେ ଦୋଷରୋପ କରୁଛନ୍ତି । ଏ ସମ୍ପର୍କରେ ପିଡବ୍ଲୁ ଡି ର ସହକାରୀ ଯନ୍ତ୍ରୀ ଅଜିତ ପାଟିଲ ଘଟଣା ସମ୍ପର୍କରେ ମାଲବନ ପୋଲିସଙ୍କ ପାଖରେ ଏକ ଅଭିଯୋଗ କରିଛନ୍ତି । ଯାହାକୁ ଆଧାର କରି ଭାରତୀୟ ନ୍ୟାୟ ସଂହିତା ବିଏନଏସ ର ନୀୟମ ଅନୁସାରେ ଏକ ମାମଲା ରୁଜୁ କରାଯାଇଛି । ପ୍ରତିମାର ଉନ୍ମୋଚନ ପରେ ରାଜକୋଟରେ ୫ଲକ୍ଷରୁ ଅଧିକ ପର୍ଯ୍ୟଟକ ଆସିଥିଲେ । କିନ୍ତୁ ଉନ୍ମୋଚନ ପରେ ଏହାର ରକ୍ଷଣବେକ୍ଷଣାକୁ ନେଇ କୌଣସି ପ୍ରଶ୍ଲ ଉଠାଇ ନଥିଲେ । ୨୨ ଅଗଷ୍ଟରେ ପିଡବ୍ଲୁଡି ନୌସେନାକୁ ଏକ ପତ୍ର ଲେଖିଥିଲା । କିନ୍ତୁ ଏହାକୁ ଅଣଦେଖା କରାଯାଇଥିଲା । ଏହାର ଠିକ ଚାରିଦିନ ପରେ ପ୍ରତିମୂର୍ତ୍ତିଟି ଭାଙ୍ଗି ଯାଇଥିଲା । ଯଦି ସମୟ ପୁର୍ବରୁ ଏହାର ମରାମତି କରାଯାଇ ଥାଆନ୍ତା ତାହେଲେ ଏହା ଭାଙ୍ଗି ନଥାନ୍ତା ।

କିଛିଦିନ ପରେ ଭାରତୀୟ ନୈସେନା ପିଡବ୍ସୁଡି ଦ୍ୱାରା ପ୍ରତିମୂର୍ତ୍ତିର ସ୍ଥିତି ବିଷୟରେ ସୂଚନା ଦିଆ ଯାଇଥିଲା । କିନ୍ତୁ ଉନ୍ମୋଚିତ ପରେ ରକ୍ଷଣାବେକ୍ଷଣା ପାଇଁ କାହାକୁ ଜିମା ଦିଆଯାଇନଥିଲା । ଭାରତୀୟ ନୌସେନା ପକ୍ଷରୁ କୁହାଯାଇଛି କି ପ୍ରତିମୂର୍ତ୍ତିର ବେଶଭୁଷା ଓ ଡିଡାଇନ ବିଶେଷଜ୍ଞ ମାନେ କରିଛନ୍ତି । ତେବେ ଏହା ଭୁଶୁଡି ପଡିବାରୁ ଊଭୟ ମହାରାଷ୍ଟ୍ର ସରକାର ଓ ଭାରତୀୟ ନୌସେନା ପରସ୍ପର ମଧ୍ୟରେ ଦୋଷାରୋପ କରୁଛନ୍ତି । ଅଡିଟ୍ ଦାୟିତ୍ୱରେ ଥିବା ଯନ୍ତ୍ରୀ ଚେତନ ପାଟିଲଙ୍କୁ ଗିରଫ କରାଯାଇଛି । ସେ ଦାବି କରିଛନ୍ତି ଯେ ସେ ପ୍ରତିମୂର୍ତ୍ତିର ପ୍ଲାଟଫର୍ମ ଡିଜାଇନ୍ କରିଥିଲେ, ଯାହା ପିଡବ୍ଲ୍ୟୁଡି ମାଧ୍ୟମରେ ଭାରତୀୟ ନୌସେନାକୁ ପ୍ରଦାନ କରାଯାଇଥିଲା । ତିନି ମାସ ମଧ୍ୟରେ ଏହି ପ୍ରତିମୂର୍ତ୍ତି ନିର୍ମାଣ କାର୍ଯ୍ୟ ଦ୍ରୁତ ଗତିରେ ଶେଷ ହୋଇଥିଲା । ଭାରତୀୟ ନୌସେନା ଏହି ପ୍ରକଳ୍ପର ତଦାରଖ କରିବା ସହ ଠିକାଦାର ଜୟଦୀପ ଆପତେଙ୍କୁ କାର୍ଯ୍ୟାଦେଶ ପ୍ରଦାନ କରିଥିଲା। ତେବେ ପ୍ରତିମୂର୍ତ୍ତି ଭୁଶୁଡ଼ି ପଡ଼ିବାରୁ ଉଭୟ ମହାରାଷ୍ଟ୍ର ସରକାର ଓ ଭାରତୀୟ ନୌସେନା ପରସ୍ପର ଉପରେ ଦୋଷାରାପ କରୁଛନ୍ତି। ତେଣୁ ଉଦଘାଟନ ପରେ ପ୍ରତିମୂର୍ତ୍ତିର ରକ୍ଷଣାବେକ୍ଷଣ ପାଇଁ କିଏ ଦାୟୀ ସେ ନେଇ ପ୍ରଶ୍ନ ଉଠିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.