କିଏ ଏହି ଭାରତୀୟ ମହିଳା ଯାହାଙ୍କୁ ଭେଟିବାକୁ ଉତ୍କଣ୍ଠାର ଅପେକ୍ଷା କରିଛନ୍ତି ଏତେ ଲୋକ, ଟ୍ରମ୍ପଙ୍କ ସହ ଆସୁଛନ୍ତି ଭାରତ
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦୁଇ ଦିନିଆ ଭାରତ ଗସ୍ତରେ ଆସୁଛନ୍ତି। ଆଉ ତାଙ୍କ ସହିତ ଆସୁଛନ୍ତି ରୀତା ବରନଓ୍ଵାଲ। ଆମେରିକାରେ ପରମାଣୁ ଉର୍ଜା ବିଭାଗରେ ସେ ମୁଖ୍ୟ ବା ହେଡ୍ ଅଟନ୍ତି। ତାଙ୍କର ଜନ୍ମ ଉତ୍ତରପ୍ରଦେଶ ବସ୍ତି ଜିଲ୍ଳାର କଲଓ୍ଵାରୀ ଥାନା ଅଞ୍ଚଳର ବାହାଦୁରପୁର ଗାଁରେ। ଏବେ ତାଙ୍କ ସମ୍ପର୍କୀୟ ମାନେ ଆମେରିକାନ ଆମ୍ବାସୀରେ ରୀତାଙ୍କୁ ଭେଟିବାକୁ ଅନୁମତି ମାଗିଛନ୍ତି।
ରୀତାଙ୍କ ପରିବାର ଲୋକେ ୧୮ ଫେବୃଆରୀରେ ଫୋନ ଜରିଆରେ ରାଷ୍ଟ୍ରପତି ଟ୍ରମ୍ପଙ୍କ ପ୍ରତିନିଧିମଣ୍ଡଳଙ୍କ ସହିତ ରୀତାଙ୍କୁ ଆଣିବା ପାଇଁ ଅନୁମତି ମାଗିଥିଲେ। ଯଦି ଅନୁମତି ମିଳିଯାଏ ତେବେ ତାଙ୍କ ପରିବାର ଲୋକ ତାଙ୍କୁ ଦେଖା କରିବାକୁ ଦିଲ୍ଲୀ ଯିବେ।
ସୂଚନା ଅନୁଯାୟୀ ଟ୍ରମ୍ପଙ୍କ ସହିତ ଆସୁଥିବା ଡେଲିଗେସନରେ ଭାରତୀୟ ମୂଳର ଅନେକ ଲୋକଙ୍କୁ ସାମିଲ କରାଯିବ। ଏମାନଙ୍କ ମଧ୍ୟରୁ ପରମାଣୁ ଉର୍ଜା ବିଭାଗର ହେଡ ରୀତା ବରନଓ୍ଵାଲ ମଧ୍ୟ ଅଛନ୍ତି। ରୀତାଙ୍କ ବାପା କ୍ରୁଷ୍ଣ ଚନ୍ଦ୍ର ବରନଓ୍ଵାଲ ବହୁତ ଦିନ ପୂର୍ବରୁ ଆମେରିକା ଯାଇ ସେଠାକାର ବାସିନ୍ଦା ହୋଇଯାଇଥିଲେ। ତାଙ୍କ ସହିତ ରୀତା ମଧ୍ୟ ସେଠାକାର ବାସିନ୍ଦା ହୋଇ ରହିଗଲେ। ରୀତା ଏମଆଇଟିରୁ ପଦାର୍ଥ ବିଜ୍ଞାନ ଏବଂ ଇଞ୍ଜିନିୟରିଂରେ ବିଏ କରିବା ସହିତ ମିଶିଗନ ବିଶ୍ୱବିଦ୍ୟାଳୟରୁ ପିଏଚଡି କରିଛନ୍ତି।
ରୀତାଙ୍କୁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରସ୍ଥାବରେ ଜୁନ୍ ୨୦୧୯ରେ ପରମାଣୁ ଉର୍ଜା ବିଭାଗର ପ୍ରମୁଖ ସିଟ୍ ପାଇଁ ସିନେଟ ମୋହର ଲଗାଇଲେ ଯାହାପରେ ତାଙ୍କୁ ଜୁଲାଇରେ ନିଯୁକ୍ତ କରାଗଲା। ଏହି ନିଯୁକ୍ତିର ଖବର ଯେତେବେଳେ ତାଙ୍କ ଗାଁରେ ପହଁଚିଲା ସେତେବେଳେ ତାଙ୍କ ପରିବାର ଲୋକେ ଖୁସିରେ ଝୁମି ଉଠିଲେ। ଏବେ ତାଙ୍କ ପରିବାର ଲୋକେ କେବଳ ତାଙ୍କୁ ଭେଟିବା ପାଇଁ ବହୁତ ଉତ୍ସାହିତ ଅଛନ୍ତି।