ଯୁବପିଢିଙ୍କୁ WHOର ଚେତାବନୀ, ଭ୍ରମରେ ରୁହନ୍ତୁ ନାହିଁ ବୟସ୍କଙ୍କ ଭଳି ଆପଣଙ୍କ ଜୀବନ ମଧ୍ୟ ବିପଦରେ

କରୋନା ପାଇଁ ସାରା ଦୁନିଆରେ ପ୍ରାୟ ୯୦୦୦ ଲୋକଙ୍କ ମୃତ୍ୟୁ ହୋଇସାରିଛି । ତେବେ କରୋନା ଯୋଗୁଁ ବୃଦ୍ଧି ପାଉଥିବା ମୃତ୍ୟୁସଂଖ୍ୟା ଦେଖି ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନ ସାରା ଦୁନିଆର ଯୁବପିଢ଼ିଙ୍କ ପାଇଁ କିଛି ବାର୍ତ୍ତା ଦେଇଛି । WHO ଯୁବପିଢ଼ିକୁ ସତର୍କ କରିବା ସହିତ କହିଛି ଯେ କରୋନା ଯୁବପିଢିଙ୍କୁ ମଧ୍ୟ ନିଜ କବଳରେ ନେଇ ସାରିଛି । ସେମାନଙ୍କୁ ଖାସ କରି ବୟସ୍କ ବ୍ୟକ୍ତି ଓ ଦୁର୍ବଳ ଲୋକମାନଙ୍କ ଠାରୁ ଦୁରେଇ ରହିବା ଆବଶ୍ୟକ ।

କରୋନା ସଂକ୍ରମିତଙ୍କ ସୂଚନା ଦେବା ସହିତ ଯୁବପିଢିଙ୍କୁ କହିଥିଲେ ଯେ ବର୍ତ୍ତମାନ ପର୍ଯ୍ୟନ୍ତ ସାରା ଦୁନିଆରେ ୨,୧୦,୦୦୦ରୁ ଅଧିକ ଲୋକ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ପ୍ରାୟ ୯୦୦୦ ଲୋକଙ୍କ ମୃତ୍ୟୁ ହୋଇସାରିଛି । ପ୍ରତିଦିନ ଆମେ ଏକ ନୂଆ ଚ୍ୟାଲେଞ୍ଜକୁ ସାମ୍ନା କରୁଛୁ ବୋଲି ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନ ସୂଚନା ଦେଇଛି । କିଛିଲୋକଙ୍କ କହିବା ଅନୁଯାୟୀ କରୋନା ସବୁଠାରୁ ଅଧିକ ବୟସ୍କ ବ୍ୟକ୍ତି ମାନଙ୍କୁ ଆକ୍ରମଣ କରୁଛି । ତେବେ ସେଥିପାଇଁ ସାରା ବିଶ୍ଵରେ କରୋନାରେ ଆକ୍ରାନ୍ତ ହୋଇଥିବା ସମସ୍ତ ଲୋକଙ୍କ ଡାଟା ନିଆଯାଉଛି । ଯେଉଁଥିରୁ ଜଣାପଡିଛି ଯେ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଅଧିକାଂଶ ଲୋକେ ୫୦ ବର୍ଷରୁ କମ ବୟସର ଅଟନ୍ତି ।

ତେବେ WHOର ନିର୍ଦ୍ଦେଶକଙ୍କ କହିବା ଅନୁଯାୟୀ ଏହି ଭାଇରସ ପାଇଁ ଯୁବପିଢିଙ୍କ ଜୀବନ ଉପରେ ମଧ୍ୟ ବିପଦ ରହିଛି । ତେବେ ଏହାସହିତ ସେ କହିଥିଲେ ଯେ ବୁହାନରୁ ବର୍ତ୍ତମାନ ଗୋଟିଏ ବି ନୂଆ ମାମଲା ସାମ୍ନାକୁ ଆସିନି । ସେଥିପାଇଁ ଯଦି ଆମେ ସମସ୍ତେ ସତର୍କ ରହିବା ତାହେଲେ ଆମେ ଏହି ବଡ଼ ମହାମାରୀରୁ ମୁକ୍ତି ପାଇପାରିବା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.