ଦୀର୍ଘ ୧୫ ବର୍ଷରେ ପରେ ବାୟୁର ଗୁଣବତ୍ତାକୁ ନେଇ ଗାଇଡାଲଇନ ଜାରି କଲା WHO

କେନ୍ୟୁଜ୍(ବ୍ୟୁରୋ): ବାୟୁ ପ୍ରଦୂଷଣକୁ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଚାଞ୍ଚଲ୍ୟକର ରିପୋର୍ଟ । ଏୟାର ପଲ୍ୟୁସନ ଯୋଗୁଁ ବର୍ଷକୁ ଯାଉଛି ୭୦ଲକ୍ଷ ଲୋକଙ୍କ ଜୀବନ । ସେହିପରି ଦୀର୍ଘ ୧୫ ବର୍ଷରେ ପରେ ବାୟୁର ଗୁଣବତ୍ତାକୁ ନେଇ ପ୍ରଥମଥର ପାଇଁ ଗାଇଡାଲଇନ ଜାରି କରିଛି WHO । ବାୟୁ ପ୍ରଦୂଷଣ ପାଇଁ ସୃଷ୍ଟି ହେଉଥିବା ଫୁସଫୁସ ସମ୍ପର୍କିତ ରୋଗ ଉପରେ ରୋକ୍‌ ଲଗାଇବା ଓ ମୃତ୍ୟୁହାରକୁ ହ୍ରାସ କରିବା ଲକ୍ଷ୍ୟ ନେଇ WHO ଏପରି ଗାଇଡଲାଇନ ଜାରି କରିଛି । ନୂଆ ଗାଇଡଲାଇନରେ ଜୀବାଶ୍ମ ଇନ୍ଧନରୁ ମିଳୁଥିବା କଣିକା ମ୍ୟାଟର ଓ ନାଇଟ୍ରୋଜେନ୍‌ ଡାଇଅକ୍ସାଇଡର ସ୍ତରକୁ ହ୍ରାସ କରିବା ପାଇଁ ସୁପାରିସ କରାଯାଇଛି । ବାୟୁ ପ୍ରଦୂଷଣ ଜଳବାୟୁ ପରିବର୍ତ୍ତନର ପ୍ରମୁଖ କାରଣ । ତେଣୁ ବାୟୁ ପ୍ରଦୂଷଣ ଜନିତ ସମସ୍ୟାକୁ ସୁଧାରି ପାରିଲେ ଲୋକଙ୍କ ଜୀବନ ରକ୍ଷା ହୋଇପାରିବ ବୋଲି ଏଥିରେ କୁହାଯାଇଛି । ବିଶ୍ୱ ସ୍ୱାସ୍ଥ୍ୟ

ସଂଗଠନ ପ୍ରଦୂଷଣକୁ ହ୍ରାସ କରିବା ପାଇଁ particulate matter ବା ପିଏମର ବାର୍ଷିକ ହାରାହାରି ପିଏମ ୨.୫ସ୍ତରକୁ ୧୦ ମାଇକ୍ରୋଗ୍ରାମ ପ୍ରତି କ୍ୟୁବିକ୍‌ ମିଟରରୁ ୫କୁ ହ୍ରାସ କରିଛି । ସେହିପରି ପିଏମ ୧୦ର ସ୍ତରକୁ ୨୦ ମାଇକ୍ରୋଗ୍ରାମ୍ସରୁ ୧୫କୁ ହ୍ରାସ କରାଯାଇଛି । ଯଦି ବର୍ତ୍ତମାନ ବିଶ୍ୱରେ ଜାରି ରହିଥିବା ପ୍ରଦୂଷଣକୁ ହ୍ରାସ କରାଯାଇପାରିବ, ତା’ହେଲେ ପିଏମ୨.୫ ସହ ଜଡ଼ିତ ମୃତ୍ୟୁକୁ ପ୍ରାୟ ୮୦% ହ୍ରାସ କରାଯାଇ ପାରିବ । ନିର୍ଦ୍ଦେଶାବଳୀରେ କୁହାଯାଇଛି ଯେ ଯଦି ପ୍ରସ୍ତାବିତ ମାନଦଣ୍ଡ ପାଳନ କରାଯାଏ, ତେବେ PM 2.5 କାରଣରୁ ଘଟୁଥିବା ୮୦% ମୃତ୍ୟୁକୁ ରୋକାଯାଇ ପାରିବ । particulate matter ନିଃଶ୍ୱାସପ୍ରଶ୍ୱାସ ଦ୍ୱାରା ସିଧା ଫୁସଫୁସରେ ପହଞ୍ଚିଥାଏ । ସେଠାରୁ ଏହା ରକ୍ତରେ ମିଶିଯାଏ । ଏହାଦ୍ୱାରା ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥାଏ । ପରିବହନ ଠାରୁ ଆରମ୍ଭ କରି କୃଷି କ୍ଷେତ୍ର ଓ ଶିଳ୍ପ କାରଖାନାରୁ ଏହି ପିଏମ ସାଧାରଣତଃ ନିର୍ଗତ ହୋଇଥାଏ ।

Leave A Reply

Your email address will not be published.