ବାୟୁ ପ୍ରଦୂଷଣ ପାଇଁ ପ୍ରତି ବର୍ଷ ୭୦ ଲକ୍ଷ ଲୋକଙ୍କ ମୃତ୍ୟୁ ହେବା ଆଶଙ୍କା, WHO ଦେଲା ଏପରି ରିପୋର୍ଟ

ନୂଆଦିଲ୍ଳୀ : ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ର ଏକ ରିପୋର୍ଟ ଅନୁଯାୟୀ ପ୍ରତିବର୍ଷ ବିଶ୍ୱର ୯୦ ପ୍ରତିଶତ ଜନ ସମୂହ ଏବଂ ଦକ୍ଷିଣ ଏସିଆର ପୁରା ଜନସଂଖ୍ୟା ପ୍ରଦୂଷିତ ବାତାବରଣରେ ରହିବାକୁ ବାଧ୍ୟ ହୁଅନ୍ତି । ମୃତ୍ୟୁର ସବୁଠୁ ବଡ଼ କାରଣPM 2.5 Particle ହୋଇଥାଏ । ଯାହାକି ମୃତ୍ୟୁର ୮୦ ପ୍ରତିଶତ କାରଣ ହୋଇଥାଏ ।

ପୁରା ବିଶ୍ୱରେ ବାୟୁ ପ୍ରଦୂଷଣର ମାରାତ୍ମକ ପ୍ରଭାବକୁ ଦେଖି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ବୁଧବାର ଏୟାର କ୍ୱାଲିଟି ଇଣ୍ଡେକ୍ସର ନକରାତ୍ମକ ପ୍ରଭାବ ଉପରେ ତା’ର ଶଂସୋଧିତ ନିର୍ଦ୍ଦେଶନାମା ଜାରି କରିଛି । ଦୀର୍ଘ ୧୫ ବର୍ଷ ପରେ WHO ନିଜର ନିୟମରେ କିଛି ପରିବର୍ତ୍ତନ ଆଣିଛି ।

ଆମେରିକାରେ ଆୟୋଜିତ ସଂଯୁକ୍ତ ରାଜ୍ୟ ମହାସଭାରେ ଚଳିତ ବର୍ଷର ଗୁରୁତ୍ୱପୂର୍ଣ୍ଣ ବିଷୟ ମଧ୍ୟରୁ ବାୟୁ ପ୍ରଦୂଷଣ ପ୍ରମୁଖ ଅଟେ । ଭାରତରେ ଏବେ ୨୦୦୯ ବାୟୁ ପ୍ରଦୂଷଣ ନିୟମ ଅନୁଯାୟୀ କାର୍ଯ୍ୟ ଚାଲୁଅଛି । ତେବେ ଆସନ୍ତା ବର୍ଷ ଏହି ନିୟମରେ ପରିବର୍ତ୍ତନ ଅଣାଯିବ ବୋଲି ସରକାର ପ୍ରସ୍ତାବ ରଖିଛନ୍ତି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ରିପୋର୍ଟ ଅନୁଯାୟୀ, ପ୍ରତିବର୍ଷ ପ୍ରାୟ ୭୦ ଲକ୍ଷ ଲୋକ ବାୟୁ ପ୍ରଦୂଷଣ କାରଣରୁ ମୃତ୍ୟୁ ମୁଖରେ ପଡ଼ିଥାନ୍ତି । ବିଶ୍ୱରେ ସବୁଠୁ ବଡ଼ ଭାଗରେ ବାୟୁ ପ୍ରଦୂଷଣର ପ୍ରଭାବ ଦେଖିବାକୁ ମିଳିଥାଏ ।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁସାରେ ବିଶ୍ୱରେ ପ୍ରାୟ ୯୦ ପ୍ରତିଶତ ଜନ ସମୁଦାୟ ଏବଂ ଦକ୍ଷିଣ ଏସିଆର ପୁରା ଜନସମୁଦାୟ ବାୟୁ ପ୍ରଦୂଷିତ ଅଞ୍ଚଳରେ ରହିବାକୁ ବାଧ୍ୟ ଅଟନ୍ତି । ଏଥିପାଇଁ ମୃତ୍ୟୁର ସବୁଠୁ ବଡ଼ କାରଣ PM 2.5 Particle ହୋଇଥାଏ । ବାୟୁ ପ୍ରଦୂଷଣ ହିଁ ମୃତ୍ୟୁର ୮୦ ପ୍ରତିଶତ କାରଣ ହୋଇଥାଏ । ଏହି ପାର୍ଟିକିଲ କାରଣରୁ ଶ୍ୱାସ ନେବାରେ କଷ୍ଟ ଭଳି ସମସ୍ୟା ସୃଷ୍ଟି ହୋଇଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.