କାହା ମୁଣ୍ଡରେ ସୁନା କଳସ, କିଏ ହେବେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ; ଆଜି ବସିବ ନବ ନିର୍ବାଚିତ ବିଧାୟକଙ୍କ ବୈଠକ

ରାଜସ୍ଥାନରେ ସରୁନି ସସପେନ୍ସ । ମଧ୍ୟପ୍ରଦେଶ ଓ ଛତିଶଗଡ଼ ଭଳି ସରପ୍ରାଇଜ୍ ଦେଇପାରନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଜି ଘୋଷଣା ହୋଇପାରେ ନୂଆ ମୁଖ୍ୟମନ୍ତ୍ରୀଙ୍କ ନାଁ । ଜୟପୁରରେ ଆଜି ବିଧାୟକ ଦଳ ବୈଠକ ବସୁଛି ।

ନୂଆଦିଲ୍ଲୀ : ଛତିଶଗଡ଼ ଓ ମଧ୍ୟପ୍ରଦେଶରେ ମୁଖ୍ୟମନ୍ତ୍ରୀ ଘୋଷଣା ହେଲା । ରାଜସ୍ଥାନରେ ସରୁନି ସସପେନ୍ସ । ମଧ୍ୟପ୍ରଦେଶ ଓ ଛତିଶଗଡ଼ ଭଳି ସରପ୍ରାଇଜ୍ ଦେଇପାରନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଜି ଘୋଷଣା ହୋଇପାରେ ନୂଆ ମୁଖ୍ୟମନ୍ତ୍ରୀଙ୍କ ନାଁ । ଜୟପୁରରେ ଆଜି ବିଧାୟକ ଦଳ ବୈଠକ ବସୁଛି । ନବ ନିର୍ବାଚିତ ବିଧାୟକଙ୍କ ସହ ୱାନ୍ ଟୁ ୱାନ୍ ଆଲୋଚନା କରିବେ ୩ ପର୍ଯ୍ୟବେକ୍ଷକ ରାଜନାଥ ସିଂ, ସରୋଜ ପାଣ୍ଡେ ଓ ବିନୋଦ ତାୱଡେ । ମୁଖ୍ୟମନ୍ତ୍ରୀ ଚୟନ ନେଇ ବିଜେପିରେ କସରତ ଜାରି ରହିଥିବା ବେଳେ ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ଦଳର ଅଡ଼ୁଆ ବଢ଼ାଉଛନ୍ତି। ଏପରିକି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି. ନଡ୍ଡାଙ୍କ ସହ ଫୋନରେ କଥା ହୋଇ ଏକ ବର୍ଷ ପାଇଁ ସିଏମ ଚୌକିରେ ବସିବାକୁ ଦାବି କରିଥିବା ଚର୍ଚ୍ଚା ହେଉଛି । ଏଥିସହ କିଛି ବର୍ତ୍ତମାନର ବିଧାୟକ ଓ ପୂର୍ବତନ ବିଧାୟକ ତାଙ୍କ ଘରେ ଦୁଇ ଦିନ ତଳେ ମେଳି ବାନ୍ଧିଥିଲେ ।

ଏଭଳି ସ୍ଥିତିରେ କିଏ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଗାଦିରେ ବସିବେ ତାଉପରେ ସମସ୍ତଙ୍କର ନଜର ରହିଛି । ମୁଖ୍ୟମନ୍ତ୍ରୀ ଦୌଡ଼ରେ ବସୁନ୍ଧରା ରାଜେଙ୍କ ସମେତ କେନ୍ଦ୍ରମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ, ଅଶ୍ବିନୀ ବୈଷ୍ଣବ, କିରୋଡ଼ି ଲାଲ ମୀନା ଓ ଅର୍ଜୁନ ମେଘୱାଲଙ୍କ ସମେତ ଅନେକ ନେତା ଅଛନ୍ତି । ୧୯୯ ଆସନ ବିଶିଷ୍ଟ ରାଜସ୍ଥାନ ବିଧାନସଭାରେ ବିଜେପି ଏକାକୀ ୧୧୫ ସିଟ୍ ଜିତିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.