‘ଯିଏ ନୁପୂର ଶର୍ମାଙ୍କ ବେକ କାଟି ଆଣିବ, ତାଙ୍କୁ ନିଜ ଘର ଦେଇଦେବି’…ଭାଇରାଲ ଭିଡିଓକୁ ନେଇ ଆତଙ୍କ

ପ୍ରଫେଟ୍‌ ମହମ୍ମଦଙ୍କ ଉପରେ ବିବାଦୀୟ ଟିପ୍ପଣୀ ଦେଇଥିବା ବିଜେପିର ନିଲମ୍ବିତ ନେତ୍ରୀ ନୁପୂର ଶର୍ମାଙ୍କ ସମସ୍ୟା ଥମିବାର ନାଁ ଧରୁନାହିଁ। ନିକଟରେ ଶୁଣାଣି ସମୟରେ ସୁପ୍ରିମକୋର୍ଟ ନୁପୂର ଶର୍ମାଙ୍କୁ ତୀବ୍ର ନିନ୍ଦା କରିବା ସହିତ ତାଗିଦ୍‌ କରିଥିଲେ। ବର୍ତ୍ତମାନ ସୋସିଆଲ ମିଡିଆରେ ଅଜମେର୍‌ର ଏକ ଭିଡିଓ ଖୁବ୍‌ ଭାଇରାଲ ହେଉଛି, ଯେଉଁଥିରେ ନୁପୂର ଶର୍ମାଙ୍କୁ ହତ୍ୟା କରିବାକୁ ଖୁଲମ୍‌ଖୁଲା ଧମକ ଦିଆଯାଉଛି।

ଏହି ଧମକ ବିଶ୍ୱ ପ୍ରସିଦ୍ଧ ସୁଫି ସନ୍ଥ ଖ୍ଵାଜା ଗରିବ୍‌ ନଓ୍ଵାଜଙ୍କ ଦରଗାହର ଖାଦିମ୍‌ ଦେଇଛନ୍ତି। ଦରଗାହର ଖାଦିମ୍‌ ସଲମାନ ଚିସ୍ତି ଭାଇରାଲ ଭିଡିଓରେ ନଜର ଆସୁଛନ୍ତି। ସେ କହୁଛନ୍ତି ଯେ ଯେଉଁ ବ୍ୟକ୍ତି ନୁପୂର ଶର୍ମାଙ୍କୁ ଜୀବନରୁ ମାରିଦେବ, ସେ ତାଙ୍କୁ ପୁରସ୍କାର ସ୍ୱରୂପ ଟଙ୍କା ଏବଂ ଘର ଦେବେ।

ଭାଇରାଲ ଭିଡିଓରେ ଚିସ୍ତି ନୁପୂର ଶର୍ମାଙ୍କ ବେକ କାଟି ଆଣିଥିବା ଲୋକକୁ ଉପହାର ସ୍ୱରୂପ ନିଜର ଘର ଦେବାକୁ ପ୍ରତିଶ୍ରୁତି ଦେଉଛନ୍ତି। କହି ରଖୁଛୁ, ଏହି ଭିଡିଓ ପାଖାପାଖି ୨ ମିନିଟ୍‌ ୫୦ ସେକେଣ୍ଡର ରହିଛି। ଏଥିରେ ସଲମାନ ଚିସ୍ତି ନିଜ ଧାର୍ମିକ ଭାବନାକୁ ଦର୍ଶାଇ ନୁପୂର ଶର୍ମାଙ୍କୁ ଧମକ ଦେଇଛନ୍ତି।

nupur22
photo: abp live

ଅନ୍ୟପଟେ ଭିଡିଓ ଭାଇରାଲ ହେବା ପରେ ଅଜମେର୍‌ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ପୋଲିସ ଏହି ଭିଡିଓର ଯାଞ୍ଚ ଆରମ୍ଭ କରି ଦେଇଛି। ସେପଟେ ନୁପୂର ଶର୍ମାଙ୍କ ହତ୍ୟାକୁ ନେଇ ଜାରି ଭିଡିଓ ପୂରା ଅଜମେର୍‌ରେ ଆତଙ୍କ ସୃଷ୍ଟି କରିଛି।

ସୂଚନାଥାଉ କି, ନିକଟରେ ନୁପୂର ଶର୍ମାଙ୍କୁ ସମର୍ଥନ କରିବାକୁ ନେଇ ରାଜସ୍ଥାନର ଉଦୟପୁରରେ ଦର୍ଜି କହ୍ନେୟାଲାଲଙ୍କୁ ହତ୍ୟା କରାଯାଇଥିଲା। ଜୁନ୍‌ ୧୭ରେ ଗୌସ୍‌ ମହମ୍ମଦ ଓ ରିୟାଜ୍‌ ମହମ୍ମଦ ଏହି ହତ୍ୟା ଷଡ଼ଯନ୍ତ୍ର ରଚିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.