ଦେଶ ବିଦେଶ

‘ଯିଏ ମଦ ପିଇବ ସିଏ ନିଶ୍ଚିତ ମରିବ’..! ବିହାରରେ ବିଷାକ୍ତ ମଦ ପିଇ ୩୮ ମୃତ୍ୟୁ ଘଟଣାରେ ଏମିତି ଜବାବ ରଖିଲେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର

ମଦ ଉପରେ କଡ଼ା ପ୍ରତିବନ୍ଧକ, ତା’ ସତ୍ତ୍ୱେ ବିହାରର ସାରଣରେ ବିଷାକ୍ତ ମଦ ପିଇ ଏ ପର୍ଯ୍ୟନ୍ତ ୩୮ ଜଣଙ୍କ ମୃତ୍ୟୁ ଘଟି ସାରିଲାଣି। ଏହି ଘଟଣାକୁ ନେଇ ଲଗାତାର ଭାବେ ବିଜେପି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ଘେରି ରହିଛି। ଏହାରି ଭିତରେ ନୀତୀଶ କୁମାର ବିଧାନସଭାରେ ବିରୋଧୀଙ୍କ ଅଭିଯୋଗର ଜବାବ ରଖି କହିଛନ୍ତି, ‘ଯିଏ ନକଲି ମଦ ପିଇବ, ସେ ମରିବ। ଲୋକମାନଙ୍କୁ ନିଜେ ହିଁ ସଚେତନ ରହିବାକୁ ପଡ଼ିବ’। ନୀତୀଶ କହିଥିଲେ ଯେ ‘କିଛି ଲୋକଙ୍କୁ କ’ଣ କରାଯାଇ ପାରିବ। ସେମାନେ ଭୁଲ୍‌ ତ କରୁଛନ୍ତି। ଯିଏ ମଦ ପିଇବ, ସେ ମରିବ ହିଁ’।

ନୀତୀଶ କୁମାରଙ୍କ କହିବା ହେଲା, ‘ଯେତେବେଳେ ବିହାରରେ ମଦ ଉପରେ ପ୍ରତିବନ୍ଧକ ନ ଥିଲା, ସେତେବେଳେ ମଧ୍ୟ ଲୋକେ ନକଲି ମଦ ପିଇ ମରି ଯାଉଥିଲେ। ଏପରିକି, ଅନ୍ୟ ରାଜ୍ୟମାନଙ୍କରେ ବି ଏଭଳି ଘଟଣା ସବୁ ଘଟୁଛି। ଲୋକେ ସଚେତନ ରହିବା ଉଚିତ୍‌। ବିହାରରେ ଯେହେତୁ ମଦ ଉପରେ ପ୍ରତିବନ୍ଧକ ଲାଗିଛି, ତ କିଛି ନା କିଛି ନକଲି ବିକ୍ରି ହେବ। ଏହାକୁ ପିଇ ଲୋକଙ୍କ ମୃତ୍ୟୁ ଘଟିଛି’। ନୀତୀଶ କୁମାର କହିଥିଲେ, ‘ମଦ ଖରାପ ଅଭ୍ୟାସ। ଏହାକୁ ପିଇବା ଉଚିତ୍‌ ନୁହେଁ’।

ମୁଖ୍ୟମନ୍ତ୍ରୀ ଆହୁରି କହିଥିଲେ, ‘ମୁଁ ଅଧିକାରୀମାନଙ୍କୁ କହିଛି ଯେ ଗରିବଙ୍କୁ ଧରିବ ନାହିଁ, ଯେଉଁ ଲୋକ ଏହାର ବ୍ୟବସାୟ କରୁଛନ୍ତି, ସେମାନଙ୍କୁ ଧରିବ। ମଦ ପ୍ରତିବନ୍ଧକ ଆଇନ ଦ୍ୱାରା ଅନେକ ଲୋକଙ୍କୁ ଫାଇଦା ହୋଇଛି। କିଛି ଲୋକ ମଦ ପିଇବା ଛାଡ଼ି ଦେଇଛନ୍ତି’। ନୀତୀଶ ଏହି ପ୍ରସଙ୍ଗରେ ମଦ ସହ ଜଡ଼ିତ ବ୍ୟବସାୟ ନ କରିବାକୁ ଲୋକଙ୍କୁ ଅପିଲ୍‌ କରିଥିଲେ। ସେ କହିଥିଲେ, ‘ଲୋକେ ଅନ୍ୟ ବ୍ୟବସାୟ କରନ୍ତୁ। ଅବଶ୍ୟକ ପଡ଼ିଲେ ସରକାର ଅନ୍ୟ ବିଜନେସ୍‌ ପାଇଁ ୧ ଲକ୍ଷ ଟଙ୍କା ଦେବାକୁ ପ୍ରସ୍ତୁତ ଅଛନ୍ତି’।

ସୂଚନାଥାଉ କି, ବିହାରର ସାରଣରେ ହସୁଆପୁର ଓ ମାଶରକ ଥାନା ଅଞ୍ଚଳରେ ବିଷାକ୍ତ ମଦ ପିଇ ୩୮ ଜଣଙ୍କ ମୃତ୍ୟୁ ଘଟିଛି। ମୃତକମାନଙ୍କ ପରିବାର ଲୋକଙ୍କ କହିବା ଅନୁସାରେ, ବିଷାକ୍ତ ମଦ ପିଇବା ଦ୍ୱାରା ଏମାନଙ୍କର ମୃତ୍ୟୁ ହୋଇଛି। ଏ ପର୍ଯ୍ୟନ୍ତ ବି ଅନେକ ଲୋକ ହସ୍ପିଟାଲରେ ଭର୍ତ୍ତି ଥିବା କୁହାଯାଉଛି।

Roshni

Recent Posts

ନିର୍ବାଚନ ପରେ ସ୍ଥିତି ଜାହିର କଲେ ମାଓବାଦୀ, ଛକରେ ଲଗାଇଲେ ମାଓ ପୋଷ୍ଟର

କୋରାପୁଟ (କେନ୍ୟୁଜ); କୋରାପୁଟ ଜିଲ୍ଲା ବନ୍ଧୁଗାଁରେ ମାଓ ପୋଷ୍ଟର । ନିର୍ବାଚନ ପରେ ନିଜର ସ୍ଥିତି ଜାହିର ପାଇଁ ଲଗାଇଲେ…

13 mins ago

ସମ୍ବଲପୁର ମହାନଗର ଅଞ୍ଚଳରେ ପୁଣି ଫେରିଛି ଜଣ୍ଡିସ୍, ୫୯ ଜଣ ରୋଗୀ ଚିହ୍ନଟ

ସମ୍ବଲପୁର(କେନ୍ୟୁଜ): ଏକ ଦଶନ୍ଧି ପରେ ସମ୍ବଲପୁର ମହାନଗର ଅଞ୍ଚଳରେ ପୁଣି ଫେରିଛି ଜଣ୍ଡିସ୍ । ଏହାକୁ ନେଇ ମହାନଗରବାସୀ ଚିନ୍ତାରେ…

17 mins ago

ଯୋଗ ଦିବସରେ କାଶ୍ମୀର ମହିଳାଙ୍କ ସହିତ ସେଲଫି ନେଲେ ମୋଦି, ଫଟୋ ଭାଇରଲ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅର୍ନ୍ତରାଷ୍ଟ୍ରୀୟ ଯୋଗ ଦିବସରେ ଜମ୍ମୁ କାଶ୍ମୀର ଶ୍ରୀନଗର ସ୍ଥିତ ଶେର-ଏ-କଶ୍ମୀର ଅର୍ନ୍ତରାଷ୍ଟ୍ରୀୟ ସମ୍ମେଳନ କେନ୍ଦ୍ର (SKICC)…

21 mins ago

ପାରିବାରିକ କଳହକୁ ନେଇ ହତ୍ୟାକାଣ୍ଡ, ପଥରରେ ଛେଚି ଯୁବକଙ୍କୁ ହତ୍ୟା

କଣ୍ଟାବାଞ୍ଜି (କେନ୍ୟୁଜ); ପାରିବାରିକ କଳହକୁ ନେଇ ହତ୍ୟାକାଣ୍ଡ। ସିନ୍ଧେକେଲା ଥାନା ସାଲେବରଟ ଗାଁରେ ଏହି ହତ୍ୟାକାଣ୍ଡ ଘଟିଛି । ମୃତ…

33 mins ago

ରାଜଧାନୀରେ ବୀଭତ୍ସ ହତ୍ୟାକାଣ୍ଡ, ଘର ମାଲିକଙ୍କୁ ହତ୍ୟା କଲା ଭଡ଼ାଟିଆ

ଭୁବନେଶ୍ୱର (କେନ୍ୟୁଜ) : ରାଜଧାନୀରେ ବୀଭତ୍ସ ହତ୍ୟାକାଣ୍ଡ  ।  ଘର ମାଲିକଙ୍କୁ ହତ୍ୟା କଲା ଭଡ଼ାଟିଆ ।  ଭୁବନେଶ୍ବର ତମାଣ୍ଡୋରେ…

50 mins ago

କିଟ୍ ରେ ଯୋଗ ଦିବସ ପାଳିତ, ମାନସିକ ଓ ଶାରୀରିକ ସୁସ୍ଥତା ପାଇଁ ଯୋଗ ଗୁରୁତ୍ୱପୂର୍ଣ୍ଣ ବୋଲି କହିଲେ ଡକ୍ଟର ସାମନ୍ତ

ଭୁବନେଶ୍ୱର (କେନ୍ୟୁଜ): ଆଜି କିଟ୍ ପକ୍ଷରୁ ପାଳିତ ହୋଇଛି ଅନ୍ତର୍ଜାତୀୟ ଯୋଗ ଦିବସ । କିଟ୍ ଇଣ୍ଡୋର ଷ୍ଟାଡିୟମରେ କିଟ୍…

2 hours ago