Below header

ଜେଲ୍‌ ଯିବା ସତ୍ତ୍ୱେ କାହିଁକି ଦେଲେ ନାହିଁ ସିଏମ୍‌ ପଦରୁ ଇସ୍ତଫା, କେଜ୍ରିଓ୍ଵାଲ ନିଜେ ଜଣାଇଲେ କାରଣ

ତିହାର ଜେଲ୍‌ରୁ ୨୧ ଦିନିଆ ଅନ୍ତରୀଣ ଜାମିନ୍‌ରେ ଆସିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ । ସୁପ୍ରିମ୍‌କୋର୍ଟଙ୍କଠାରୁ ଜାମିନ୍‌ ମିଳିବା ପରେ ଶୁକ୍ରବାର ରାତିରେ ସେ ଜେଲ୍‌ରୁ ବାହାରିଥିଲେ । ଶନିବାର ସେ ଗଣମାଧ୍ୟମକୁ ସମ୍ବୋଧିତ କରିଥିଲେ ।

ତିହାର ଜେଲ୍‌ରୁ ୨୧ ଦିନିଆ ଅନ୍ତରୀଣ ଜାମିନ୍‌ରେ ଆସିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ । ସୁପ୍ରିମ୍‌କୋର୍ଟଙ୍କଠାରୁ ଜାମିନ୍‌ ମିଳିବା ପରେ ଶୁକ୍ରବାର ରାତିରେ ସେ ଜେଲ୍‌ରୁ ବାହାରିଥିଲେ । ଶନିବାର ସେ ଗଣମାଧ୍ୟମକୁ ସମ୍ବୋଧିତ କରିଥିଲେ । ଏହା ସହିତ ଲୋକସଭା ନିର୍ବାଚନ ପାଇଁ ମଧ୍ୟ ରୋଡ୍‌ ଶୋ’ କରିଥିଲେ । ଗଣମାଧ୍ୟମକୁ ସମ୍ବୋଧିତ କରି କେଜ୍ରିଓ୍ଵାଲ ଖୁଲାସା କରିଛନ୍ତି ଯେ ସେ କାହିଁକି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ନାହିଁ ।

ସିଏମ୍‌ ଅରବିନ୍ଦ କେଜ୍ରିଓ୍ଵାଲ କହିଛନ୍ତି, ମାର୍ଚ୍ଚ ୨୧ରେ ତାଙ୍କ ଗିରଫଦାରୀ ପରଠାରୁ ବିଜେପି କ୍ରମାଗତ ଭାବେ ତାଙ୍କର ଇସ୍ତଫା ଦାବି କରି ଆସୁଥିଲା । ଏହା ସତ୍ତ୍ୱେ ସେ ପଦ ଛାଡ଼ି ନ ଥିଲେ । କେଜ୍ରିଓ୍ଵାଲ କହିଛନ୍ତି କି, ‘ମୋ ପାଇଁ ମୁଖ୍ୟମନ୍ତ୍ରୀ ପଦ ଜରୁରୀ ନୁହେଁ । ମୁଁ ମୁଖ୍ୟମନ୍ତ୍ରୀ ପଦ ଏଥିପାଇଁ ଛାଡ଼ିଲି ନାହିଁ, କାହିଁକି ନା, ଏକ ମିଥ୍ୟା ମାମଲାରେ ଇସ୍ତଫା ଦେବାକୁ ମୋତେ ବାଧ୍ୟ କରିବା ପାଇଁ ଷଡ଼ଯନ୍ତ୍ର ରଚାଯାଇଥିଲା’ ।

ସେ ଆହୁରି କହିଛନ୍ତି ଯେ ‘୫୦ ଦିନ ପରେ ମୁଁ ଜେଲ୍‌ରୁ ବାହାରିଛି, କାରଣ, ମୋ ଉପରେ ବଜରଙ୍ଗବାଲିଙ୍କ କୃପା ଥିଲା । ସେ ମୋତେ ଦିଲ୍ଲୀ ଏବଂ ଦେଶର ରାଜନୀତିରେ ପରିବର୍ତ୍ତନ ଆଣିବା ପାଇଁ ପଠାଇଛନ୍ତି । ମୁଁ ଏମିତିରେ ଜେଲ୍‌ରୁ ବାହାରିନି’ ।

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଶନିବାର ଲୋକସଭା ନିର୍ବାଚନ ପ୍ରଚାର ପାଇଁ ନିଜର ପ୍ରଥମ ରୋଡ୍‌ ଶୋ’ ଦକ୍ଷିଣ ଦିଲ୍ଲୀରେ କରିଥିଲେ । ସେ କହିଥିଲେ, ଦକ୍ଷିଣ ଦିଲ୍ଲୀର ଲୋକମାନଙ୍କ କଥା ମୋର ମନେ ପଡ଼ିଥିଲା । ଜେଲ୍‌ରୁ ବାହାରିବା ପରେ ମୁଁ ସିଧାସଳଖ ଆପଣଙ୍କ ପାଖକୁ ଆସିଛି । ଦିଲ୍ଲୀର ଲୋକମାନେ ମୋର ବହୁତ ମନେ ପଡ଼ୁଥିଲେ । ମୁଁ ସେହି କୋଟି କୋଟି ଲୋକଙ୍କୁ ଧନ୍ୟବାଦ ଦେବାକୁ ଚାହୁଁଛି, ଯେଉଁମାନେ ପ୍ରାର୍ଥନା କରି ମୋ ପାଇଁ ଆଶୀର୍ବାଦ ପଠାଇଥିଲେ ।

କହି ରଖୁଛୁ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ୍‌ ଆଦ୍‌ମୀ ପାର୍ଟିର ରାଷ୍ଟ୍ରୀୟ ସଂଯୋଜକ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ମଦ ନୀତି ଦୁର୍ନୀତି ମାମଲା ସହ ଜଡ଼ିତ ମନି ଲଣ୍ଡରିଂ ମାମଲାରେ ଇଡି ଗିରଫ କରିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.