କାହିଁକି ନଭେମ୍ବରର ପ୍ରଥମ ମଙ୍ଗଳବାର ହୋଇଥାଏ ଆମେରିକା ନିର୍ବାଚନ? ଜାଣନ୍ତୁ କାରଣ

ଆଜି ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ । ଭାରତୀୟ ସମୟ ଅପରାହ୍ନ ୪ଟା ୩୦ରୁ ଆସନ୍ତାକାଲି ସକାଳ ୬ଟା ୩୦ ପର୍ଯ୍ୟନ୍ତ ଭୋଟ ପଡ଼ିବ । ରାଷ୍ଟ୍ରପତି ପଦ ପାଇଁ ସାରା ଦେଶରେ ଭୋଟିଂ ଅନୁଷ୍ଠିତ ହେବ । କିନ୍ତୁ କ’ଣ ଆପଣ ଜାଣନ୍ତି କି, ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ମଙ୍ଗଳବାରକୁ କାହିଁକି ଭୋଟିଂ ହୋଇଥାଏ?
ଯେଉଁ ବର୍ଷ ନିର୍ବାଚନ ଥାଏ, ସେହି ବର୍ଷ ନଭେମ୍ବର ମାସର ପ୍ରଥମ ମଙ୍ଗଳବାର ଭୋଟିଂ ହୋଇଥାଏ । ଏହି ସମୟ ଆମେରିକାରେ ବହୁ ବର୍ଷ ପୂର୍ବରୁ ଧାର୍ଯ୍ୟ ରହିଛି । ଆସନ୍ତୁ ଜାଣିବା ଏହା କାହିଁକି ହୋଇଥାଏ ।
ଆଜକୁ ପ୍ରାୟ ୧୦୦ ବର୍ଷ ପୂର୍ବେ ୧୯ଶ ଶତାବ୍ଦୀରେ ଆମେରିକା ଏକ କୃଷି ପ୍ରଧାନ ଦେଶ ଥିଲା । ଦେଶର ଏକ ବଡ଼ ଭାଗ କୃଷି କ୍ଷେତ୍ରରେ କାମ କରୁଥିଲେ । ସେହି ଦୃଷ୍ଟିରୁ ନିର୍ବାଚନ ତାରିଖ ସ୍ଥିର କରିବାରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ରହିଛି । ନଭେମ୍ବର ମାସକୁ ଏଥିପାଇଁ ବଛାଯାଇଛି, କାରଣ ଏହି ସମୟ ଅଧିକ ଥଣ୍ଡା ହୋଇ ନ ଥାଏ ଏବଂ ଚାଷ ହିସାବରେ ମଧ୍ୟ ଏହି ପାଣିପାଗ ସର୍ବୋତ୍ତମ ଥାଏ ।
ପ୍ରଥମେ ଆମେରିକୀୟ ଗ୍ରାମୀଣ ଅଞ୍ଚଳରେ ବସବାସ କରୁଥିଲେ, ତେଣୁ ଭୋଟିଂ ପାଇଁ ସେମାନଙ୍କୁ ପାଖାପାଖି ପୂରା ଦିନ ଲାଗିଯାଉଥିଲା । ପୋଲିଂ ବୁଥକୁ ଯିବା ପାଇଁ ଯାତ୍ରା କରିବାକୁ ପଡ଼ୁଥିଲା ।
ଚର୍ଚ୍ଚ ଯିବା କାରଣରୁ ରବିବାରକୁ ଚୟନ କରାଯାଇ ନ ଥିଲା । ସେହି ସମୟରେ ବୁଧବାରକୁ ବଜାର ଦିବସ ଭାବେ ବିବେଚନା କରାଯାଉଥିଲା । ଚାଷୀମାନେ ଏହି ଦିନ ଟ୍ରେଡିଙ୍ଗ୍ କରୁଥିଲେ । ଏହା ସହିତ ଆଗାମୀ ଗୁରୁବାର ଓ ସୋମବାରକୁ ମଧ୍ୟ ଯୋଜନା ବାତିଲ କରି ଦିଆଯାଇଥିଲା । ଏମିତିରେ ମଙ୍ଗଳବାର ହିଁ ଏକ ଭଳ ବିକଳ୍ପ ରୂପେ ବିବେଚିତ ହୋଇଥିଲା ।
ସେବେଠାରୁ ଆମେରିକାରେ ନଭେମ୍ବରର ପ୍ରଥମ ମଙ୍ଗଳବାର ରାଷ୍ଟ୍ରପତି ନିର୍ବାଚନ ହୋଇ ଆସୁଛି ।