ଏମିତି କଣ ହେଲୋ ଯେ ପ୍ରିୟଙ୍କା କଂଗ୍ରେସ ଛାଡ଼ି ଶିବସେନାରେ ମିଶିଗଲେ ?

ନୂଆଦିଲ୍ଲୀ : ସେ କଂଗ୍ରେସର ମୁଖପାତ୍ର ଥିଲେ । ଦୈନିକ ତାଙ୍କୁ ଟେଲିଭିଜନରେ କିଛି କହୁଥିବାର ଦେଖିବାକୁ ମିଳୁଥିଲା । କୁହାଯାଉଥିଲା ସେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କର ମଧ୍ୟ ନିକଟତର ଥିଲେ । ହେଲେ ଏମିତି କଣ ହେଲା ଯେ ଅଚାନକ ପ୍ରିୟଙ୍କା ଚତୁର୍ବେଦୀ କଂଗ୍ରେସରୁ ଇସ୍ତଫା ଦେଇ ଶିବସେନାରେ ମିଶିଗଲେ ? ଆସନ୍ତୁ ଜାଣିବା କାରଣ ।
୧-ତାଙ୍କୁ ଚଳିତ ନିର୍ବାଚନରେ ଟିକେଟ୍‌ ମିଳିଲା ନାହିଁ ବୋଲି ସେ ଦଳ ଛାଡ଼ିଥିବା କଥା ମିଛ ବୋଲି ପ୍ରିୟଙ୍କା ଚତୁର୍ବେଦୀ କହିଛନ୍ତି ।
୨-ପ୍ରିୟଙ୍କା ଚତୁର୍ବେଦୀଙ୍କ କହିବା କଥା ଦଳ ତାଙ୍କ ସମ୍ମାନ ରଖିଲା ନାହିଁ । ତାଙ୍କ ସହିତ କିଛି କଂଗ୍ରେସ କର୍ମୀ ଅଭଦ୍ରୋଚିତ ବ୍ୟବହାର କଲେ । ସେ ଏହାର ବିରୋଧ କରିବା ପରେ ସେମାନଙ୍କୁ ନିଲମ୍ବିତ କରାଯାଇଥିଲା । ହେଲେ ପୁଣି ସେମାନଙ୍କ ଉପରୁ ନିଲମ୍ବନ ଆଦେଶ ଉଠାଇ ଦିଆଗଲା ।
୩-କିଛି ଦିନ ତଳେ ଉତ୍ତର ପ୍ରଦେଶରେ ରାଫେଲ ଚୁକ୍ତିକୁ ନେଇ ପ୍ରିୟଙ୍କା ଚତୁର୍ବେଦୀ ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ । ଏହି ସମୟରେ କିଛି କଂଗ୍ରେସ କର୍ମୀ ତାଙ୍କୁ ଦୁର୍ବ୍ୟବହାର କରିଥିଲେ । ସେମାନଙ୍କ ବିରାଧରେ କାର୍ଯ୍ୟାନୁଷ୍ଠାନ ନିଆଯିବା ପରେ ଜ୍ୟୋତିରଆଦିତ୍ୟ ସିନ୍ଧିଆ ପୁଣି ସେମାନଙ୍କୁ ଦଳରେ ସମାଲ କଲେ । ଯାହାକୁ ନେଇ ପ୍ରିୟଙ୍କା ବିଗିଡ଼ି ଗଲେ ।
୪-ପ୍ରିୟଙ୍କା କହିଛନ୍ତି ଦଳରେ ଥିବା ବେଳେ ବିରୋଧୀଙ୍କର ଗାଳିଗୁଲଜ ଠାରୁ ଆରମ୍ଭ କରି ମାରପିଟ୍‌ ପର୍ଯ୍ୟନ୍ତ ସହିଛି । ହେଲେ ଦଳ ଭିତରେ ମୋତେ ଧମକ ଦେଇଥିବା ଲୋକଙ୍କୁ ଗୁରୁତ୍ୱ ଦିଆଯିବା ଦ୍ୱାରା ମୋର ମର୍ଯ୍ୟାଦା ହାନି ହୋଇଛି । ଯାହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ମୋତେ ଏହି ଘଟଣା ଅତ୍ୟନ୍ତ ମର୍ମାହତ କରିଥିବାରୁ ମୁଁ ଦଳର ସବୁ ପଦବିରୁ ଇସ୍ତଫା ଦେଉଛି ।
୫-ତାଙ୍କୁ ଧମକ ଦେଇଥିବା କର୍ମୀଙ୍କୁ ଯେତେବେଳେ ପୁଣି ଦଳରେ ନିଆଗଲା ସେତେବେଳେ ପ୍ରିୟଙ୍କା ନିଜର ଅସନ୍ତୋଷ ପ୍ରକାଶ କରି ଟ୍ଵିଟ୍‌ କରିଥିଲେ । ହେଲେ ତଥାପି ଦଳ ପକ୍ଷରୁ ତାଙ୍କୁ ସହାନୁଭୂତି ମିଳିଲା ନାହିଁ କିମ୍ବା ଏ ନେଇ କେହି କିଛି ପ୍ରତିକ୍ରିୟା ରଖିଲେ ନାହିଁ । ଏହା ପରେ ସେ ଦଳରୁ ଇସ୍ତଫା ଦେବାକୁ ସ୍ଥିର କରି ନେଲେ ।


୬-ପ୍ରିୟଙ୍କା ଦୁଇ ପୃଷ୍ଠାର ଏକ ଇସ୍ତଫାପତ୍ର ରାହୁଲ ଗାନ୍ଧିଙ୍କ ନିକଟକୁ ପଠାଇଛନ୍ତି । ଏହା ସହିତ ସେ ମୁମ୍ବାଇ ବାସିନ୍ଦା ହୋଇଥିବାରୁ ଶିବସେନା ବ୍ୟତୀତ ତାଙ୍କ ପାଇଁ ଅନ୍ୟ ଭଲ ବିକଳ୍ପ କିଛି ନଥିଲା ବୋଲି ଏହି ଦଳରେ ଯୋଗ ଦେବା ପରେ କହିଛନ୍ତି ।
୭-କଂଗ୍ରେସ ମୁଖପାତ୍ର ଭାବେ ପ୍ରିୟଙ୍କା ବିଜେପି ବିରୋଧରେ ସବୁବେଳେ ବିଷୋଦଗାର କରୁଥିଲେ । ବିଜେପିକୁ ଜବାବ ଦେବାରେ ଏବଂ ଆକ୍ରମଣ କରିବାରେ ସେ ସବୁଠାରୁ ଆଗରେ ଥିଲେ । ହେଲେ ସେ ଇସ୍ତଫା ଦେବା ପରେ କଂଗ୍ରେସର ବରିଷ୍ଠ ନେତା କପିଲ ଶିବଲ କହିଛନ୍ତି, ଏହି ଘଟଣା ପ୍ରିୟଙ୍କା ଓ କଂଗ୍ରେସ ଦଳରର ଆଭ୍ୟନ୍ତରୀଣ ବ୍ୟାପାର ।

 

KNews Bureau

Recent Posts

ଦେଢ଼ ବର୍ଷ ହେଲା ଦୋକାନକୁ ସିଲ୍‌ କରିଛି ପୋଲିସ, ହେଲେ ଭିତରୁ ଖୋଳ କଲେ ଚୋର

କଣ୍ଟାବାଞ୍ଜି : କଂଟାବାଞ୍ଜି-ବଲାଙ୍ଗୀର ରାସ୍ତାରେ ଥିବା ଏକ ଠିପି ଖୋଲା ବିଦେଶୀ ମଦ ଦୋକାନରୁ ଚୋରୀ ହୋଇଥିବା ନେଇ କଣ୍ଟାବାଞ୍ଜି…

9 mins ago

ରଥଯାତ୍ରାର ଦ୍ଵିତୀୟ ସମନ୍ୱୟ କମିଟି ବୈଠକ, ସମସ୍ତଙ୍କ ସହଯୋଗରେ ହେବ ୨ ଦିନ ରଥଯାତ୍ରା

ପୁରୀ : ଆସନ୍ତା ୭ ତାରିଖରେ ପୁରୀ ବିଶ୍ବପ୍ରସିଦ୍ଧ ରଥଯାତ୍ରା । ଚଳିତ ବର୍ଷ ଦୁଇ ଦିନ ରଥଯାତ୍ରା ।…

12 mins ago

ପ୍ୟାରିସ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍‌ ଘୋଷଣା, ଓଡିଆ ଖେଳାଳି ଅମିତ ରୋହିଦାସଙ୍କୁ ସୁଯୋଗ

ଜୁଲାଇରେ ହେବାକୁ ଥିବା ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍ ଘୋଷଣା ହୋଇଛି । ହରମନପ୍ରୀତ ସିଂହଙ୍କ ନେତୃତ୍ୱରେ…

45 mins ago

ବର୍ଷାରେ ଜଳମଗ୍ନ ରାଜଧାନୀ, ଯାତାୟାତ ବାଧାପ୍ରାପ୍ତ

ଭୁବନେଶ୍ୱର: ଗରମ ଓ ଗୁଳୁଗୁଳିରୁ ମିଳିଲା ଆଶ୍ବସ୍ତି । ଭୁବନେଶ୍ବର ଓ କଟକରେ ଝଡ଼ପବନ ସହ ବର୍ଷା । ରାଜଧାନୀର…

47 mins ago

ସେଲଫି ନେବା ସମୟରେ ଫ୍ୟାନ୍ସଙ୍କୁ ଧକ୍କା ମାରିଲେ ଧନୁଷଙ୍କ ବଡିଗାର୍ଡ, ଭାଇରାଲ ହେଉଛି ଭିଡିଓ

ଫ୍ୟାନ୍ସ ପ୍ରାୟତଃ ବଲିଉଡ ଷ୍ଟାରମାନଙ୍କ ସହିତ ଫଟୋ ଉଠାଇବାକୁ ଏବଂ ଦେଖା କରିବାକୁ ଚାହଁଥାନ୍ତି । ତେବେ ଅନେକ ଥର…

1 hour ago

ବଦଳିଲା ପାଣିପାଗର ମିଜାଜ: ରାଜଧାନୀରେ ପ୍ରବଳ ବର୍ଷା, ବୁଡିଲା କାର୍‌ ଓ ବସ୍‌

ଭୁବନେଶ୍ୱର: ବଦଳିଲା ପାଣିପାଗର ମିଜାଜ। ରାଜଧାନୀର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା…

2 hours ago