କାହିଁକି ପାକିସ୍ତାନର ଏହି ମହିଳା ପୋଲିସ ଅଧିକାରୀଙ୍କୁ ନେଇ ଜୋର ଧରିଛି ଏତେ ଚର୍ଚ୍ଚା, ଜାଣନ୍ତୁ

ପାକିସ୍ତାନର ଚରମପନ୍ଥୀ ମାନଙ୍କ ଦ୍ୱାରା ପ୍ରଭାବିତ ସ୍ୱାତ ଜିଲ୍ଲାରେ ମହିଳା ହିନା ମୁନବରଙ୍କୁ ଫ୍ରଣ୍ଟିଅର କାନ୍ସଟିବୁଲାରି ଠାରେ ଜିଲ୍ଲା ଅଧିକାରୀ ରୂପେ ଅବସ୍ଥାପିତ କରାଯାଇଛି । ଅବଶ୍ୟ ପ୍ରଥମ ଥର ପାଇଁ ହିଁ ଏହି ପରି ଏକ ସ୍ଥାନରେ ଜଣେ ମହିଳା ଅଧିକାରୀଙ୍କୁ ଅବସ୍ଥାପିତ କରାଯାଇଛି । ହିନା ମୁନାବାରଙ୍କ କହିବା ଅନୁଯାୟୀ ନିଜ ଡ୍ୟୁଟି ପୂରଣ କରିବାରେ ତାଙ୍କୁ ସେପରି କୌଣସି ଅସୁବିଧା ହେଉନାହିଁ । ସେ ଅଫିସ ହେଉ ବା କୌଣସି ଦୁର୍ଦାନ୍ତ ସ୍ଥାନ ନିଜ ଡ୍ୟୁଟିକୁ ସେ ଖୁବ ନିଖୁଣତାର ସହ ତୁଲେଇ ପାରୁଛନ୍ତି । ପଞ୍ଜାବ ପ୍ରାନ୍ତର ଫୈଜଳାବାଦ ଜିଲ୍ଲାର ହିନାଙ୍କ କହିବା ଅନୁଯାୟୀ ଫ୍ରଣ୍ଟିଅର କାନ୍ସଟିବୁଲାରି ଠାରେ ନିଯୁକ୍ତି ପାଇବା ତାଙ୍କ ପାଇଁ ଗର୍ବର କଥା । କାରଣ ଏହି ପଦବୀରେ ରହି ଏହି ସ୍ଥାନର ଉନ୍ନତି ପାଇଁ ସେ କିଛି କରିପାରିବେ ।

hina

ପାକିସ୍ତାନର ସିଏସଏସ ପରୀକ୍ଷା ପାସ କରିବା ପରେ ହିଁ ୭ ମହିଳା କର୍ମଚାରୀଙ୍କୁ ଫ୍ରଣ୍ଟିୟର କାନ୍ସଟିବୁଲାରି ପଦବୀରେ ନିଯୁକ୍ତ କରାଯାଇଥିଲା । ସେମାନଙ୍କ ଭିତରୁ ଦୁଇ ଜଣଙ୍କୁ ଖାଇବର ଠାରେ, ଚାରି ଜଣଙ୍କୁ ଇସଲାମାବାଦ ଓ ଜଣଙ୍କୁ ଗିଲାଗିତ ଠାରେ ନିଯୁକ୍ତ କରାଯାଇଛି । ଏହିଠାରେ ମୁଖ୍ୟ ରୂପରେ ମହିଳା ଅଧିକାରୀଙ୍କ ରାଙ୍କ ଏଏସପିର ହୋଇଥିଲେ ମଧ୍ୟ ଫ୍ରଣ୍ଟିୟର ଜରିଆରେ ସେମାନଙ୍କୁ ଜିଲ୍ଲା ଅଧିକାରୀ ରୂପେ ନିଯୁକ୍ତି ଦିଆ ଯାଉଛି । ହିନା ମୁନବର ନିଜ ଏମଫିଲ ଡିଗ୍ରୀ ଡେଭଲପମେଣ୍ଟ ଇକୋନୋମିକସରେ ପୁରା କରିବା ପରେ ପୋଲିସ ସେବା ପାଇଁ ମନ ବଳାଇଥିଲେ । ପରେ ଏଏସପି ପରୀକ୍ଷା ପାସ କରିବା ପରେ ପାକିସ୍ତାନ ପୋଲିସର ଏକ ଅଧିକାରୀ ରୂପେ ନିଯୁକ୍ତି ପାଇଥିଲେ ।

ଜଣେ ମହିଳା ଭାବେ ଏହି କାର୍ଯ୍ୟଭାର ତୁଲେଇ ପାରୁଥିବାରୁ ନିଜକୁ ବେଶ ଧନ୍ୟ ମନେ କରିବା ସହ ବେଶ ଖୁସି ଥିବା କଥା କହିଛନ୍ତି । ନିଜ ଖୁସି ଓ ଇଚ୍ଛାରେ ଏହି କାଯ୍ୟରେ ଦାଖିଲ ହୋଇଥିବାରୁ ବେଶ ସହଜରେ ସେ ଏହି ଭାରକୁ ସମ୍ଭାଳି ପାରୁଛନ୍ତି ବୋଲି ନିଜ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି । ନିଜ ଦାୟିତ୍ୱ କୁ ସୁରୁଖୁରୁରେ ତୁଲାଇବା ସହ ଅନ୍ୟ ସୈନିକ ମାନଙ୍କ ଉନ୍ନତି ପାଇଁ ସେ କିଛି କରିବେ ବୋଲି ସ୍ଥିର କରିଛନ୍ତି । ସୂଚନା ଅନୁଯାୟୀ ପାକିସ୍ତାନର ସ୍ୱାତ ଜିଲ୍ଲା ଚରମପନ୍ଥୀ ମାନଙ୍କ ଦ୍ୱାରା ବହୁଳ ଭାବେ ପ୍ରଭାବିତ ଥିଲା । କିନ୍ତୁ ବର୍ତ୍ତମାନ ବିଭିନ୍ନ ଅଧିକାରୀଙ୍କ ଚେଷ୍ଟା ପରେ ଏଠାକାର ସ୍ଥିତିରେ ସୁଧାର ଆସିବାରେ ଲାଗିଛି । ସୂଚନା ଅନୁଯାୟୀ ଫ୍ରଣ୍ଟିୟର କାନ୍ସଟିବୁଲାରିଙ୍କ ଏକ ବରିଷ୍ଠ ଅଧିକାରୀଙ୍କ କହିବା ଅନୁଯାୟୀ ଏହାର ମୁଖ୍ୟ କାମ ହେଉଛି ବିଭିନ୍ନ ଶରଣାର୍ଥୀ ବସ୍ତି ମାନଙ୍କ ଉପରେ ନଜର ରଖିବା ।

ଏହା ସହ ପଢନ୍ତୁ: ପରବର୍ତ୍ତୀ ଦଳାଇ ଲାମା ଚୟନ ନେଇ ଚୀନର ଦାବି, କହିଲା ତିବ୍ବତ କରିପାରିବନି ହସ୍ତକ୍ଷେପ

ତେଣୁ କରି ପୂର୍ବରୁ ଏଠାରେ କୌଣସି ମହିଳା ଅଧିକାରୀଙ୍କୁ ନିଯୁକ୍ତ କରାଯାଉ ନଥିଲା । ତାଙ୍କ କହିବା ଅନୁଯାୟୀ ମହିଳା ମାନେ ଏହି ପଦବୀରେ ନିଯୁକ୍ତି ପାଇବା ପରେ ଏହାର କାର୍ଯ୍ୟ ଶୈଳୀରେ ବେଶ ପରିବର୍ତ୍ତନ ଆସିପାରିବ ବୋଲି ଆଶା କରାଯାଉଛି । ଆଗରୁ ବିଶେଷ ମହିଳା ସିପାହୀ ନଥିବାବେଳେ ଏବେ ବହୁ ସଂଖ୍ୟାରେ ମହିଳା ଅଧିକାରୀ ନିଯୁକ୍ତି ପାଇଛନ୍ତି । ଯାହାଦ୍ୱାରା ସେମାନେ ମଧ୍ୟ ବେଶ ଚତୁରତାର ସହ ବିଭିନ୍ନ ଜଟିଳ ପରିସ୍ଥିତିର ସାମ୍ନା କରିପାରିବେ । ହିନା ଏକ ବିବାହିତ ମହିଳା ହୋଇଥିବା ସହ ଏକ ମା ହୋଇଥିବା ବେଳେ ନିଜ କାର୍ଯ୍ୟ ଭାର ସହ ନିଜ ବ୍ୟକ୍ତିଗତ ଜୀବନ ସମାନତା ରକ୍ଷା କରିବା ପାଇଁ ସେ ସବୁବେଳେ ଚେଷ୍ଟା କରିଥାନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.