ମହାରାଷ୍ଟ୍ରରେ କାହିଁକି ବିଦ୍ରୋହ?, କାହିଁକି ଅଜିତ ପାୱାର ବିଜେପି ଆଡକୁ ଢଳିଲେ, ଜାଣନ୍ତୁ ସମ୍ପୂର୍ଣ୍ଣ ଘଟଣା

କେନ୍ୟୁଜ୍(ବ୍ୟୁରୋ): ଏନ୍‌ସିପିରେ ଶରଦ ପାୱାରଙ୍କ ବିଶ୍ୱସ୍ତ ଥିଲେ ଅଜିତ ପାୱାର। ଶରଦଙ୍କ ପୁତୁରା ହେଉଛନ୍ତି ଅଜିତ ପାୱାର। ଏବେ ପ୍ରଶ୍ନ ଉଠୁଛି ସେ କାହିଁକି ବିଦ୍ରୋହ କଲେ। ଅଜିତ ପାୱାରଙ୍କ ନାଁରେ ପୂର୍ବରୁ ୭୦ ହଜାର କୋଟି ଟଙ୍କାର ଜଳ ସେଚନ ଦୁର୍ନୀତିରେ ନାଁ ଆସିଥିଲା। ଦେବେନ୍ଦ୍ର ଫଡନାଭିସ ତାଙ୍କ ପ୍ରଥମ ପାଳିରେ ଅଜିତ ପାୱାରଙ୍କ ବିରୋଧରେ ତଦନ୍ତ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହାସହ ମହାରାଷ୍ଟ୍ର ଗ୍ରାମ୍ୟ ବ୍ୟାଙ୍କ ଦୁର୍ନୀତିରେ ମଧ୍ୟ ଛନ୍ଦି ହୋଇଥିଲେ ଅଜିତ ପାୱାର। ଚର୍ଚ୍ଚା ହେଉଛି ଏ ପ୍ରସଙ୍ଗ ନେଇ ସେ ବେଶ କିଛି ଦିନ ହେଲା ଦେବେନ୍ଦ୍ର ଫଡ୍‌ନାଭିସଙ୍କ ସହ ଯୋଗାଯୋଗରେ ଥିଲେ ଅଜିତ ପାୱାର। ଏହି ସବୁ ତଦନ୍ତରୁ ମୁକୁଳିବାକୁ ସେ ବିଜେପି ଆଡକୁ ଢଳିଥିବା ନେଇ ଚର୍ଚ୍ଚା ହେଉଛି।….ଦ୍ୱିତୀୟ କାରଣ ଯାହା ଚର୍ଚ୍ଚା ହେଉଛି ତାହା ପାରିବାରିକ ରାଜନୀତି। ଶରଦ ପାୱାରଙ୍କ ପରେ କିଏ, ଏନ୍‌ସିପିର ଟାଣୁଆ ନେତା। ଅଜିତ ପାୱାର-ସୁପ୍ରିୟା ସୁଲେଙ୍କ ମଧ୍ୟରେ ଏହାକୁ ନେଇ ଏକ ଶୀତଳ ଯୁଦ୍ଧ ଚାଲୁଥିଲା ବୋଲି କୁହାଯାଉଛି। ସୁପ୍ରିୟା ସୁଲେ ଶରଦ ପାୱାରଙ୍କ ଝିଅ ହୋଇଥିବା ବେଳେ ଅଜିତ ପାୱର ତାଙ୍କ ପୁତୁରା। ଏହି କ୍ଷମତା କନ୍ଦଳ ଭିତରେ ସୁପ୍ରିୟାଙ୍କ ପଲ୍ଲା ଭାରି ଥିବା ଜଣା ପଡିବା ପରେ ଅଜିତ ପାୱାର ବିଦ୍ରୋହ କରିଥିବା ଚର୍ଚ୍ଚା ହେଉଛି।

 

Leave A Reply

Your email address will not be published.