NIA କରୁଛି ଯାଞ୍ଚ, କାହିଁକି ଆକ୍ରମଣ ଦିନ ସ୍ଥାନୀୟ ଦୋକାନୀ ଖୋଲିନଥିଲେ ଦୋକାନ?

ପହଲଗାମ ଆକ୍ରମଣର ଦୁଇ ସପ୍ତାହ ପରେ ଏଏନଆଇ ଘଟଣାର ସତ୍ୟତାକୁ ଛାନଭିନ କରୁଛି । ବର୍ତ୍ତମାନ ସେଥିରେ ଜଡିତ ଥିବା ବ୍ୟକ୍ତିଙ୍କୁ ପଚରାଉଚରା କରାଯାଉଛି । ଏଏନଆଇ ସ୍ଥାନୀୟ ଦୋକାନୀ NIA ଏବଂ ଯାଞ୍ଚ ଏଜେନ୍ସିଗୁଡିକ ରାଡାରରେ ଆସିଛନ୍ତି । ଏହାରି ମଧ୍ୟରେ ପାଖାପାଖି ୧୫ ଦିନ ପୂର୍ବରୁ ଜଣେ ସ୍ଥାନୀୟ ଦୋକାନ ଖୋଲିଥିଲେ । କିନ୍ତୁ ପାହଲଗାମ ଆକ୍ରମଣ ଦିନ ସେ ତାଙ୍କ ଦୋକାନ ଖୋଲିନଥିଲେ । ଯାହା ଫଳରେ NIA ଟିମଙ୍କ ମନରେ ସନ୍ଦେହ ଦେଖାଦେଇଛି ।
ସୂଚନାନୁଯାୟୀ, NIA ଜାଣିବାକୁ ପାଇଲା ଯେ, ସେ ବ୍ୟକ୍ତି ଜଣକ ୧୫ ଦିନ ପୂର୍ବରୁ ଦୋକାନ ଖୋଲିଥିଲେ । କିନ୍ତୁ ପହଲଗାମ ଆକ୍ରମଣ ଦିନ ସେ ତାଙ୍କ ଦୋକାନ ଖୋଲିନଥିଲେ । ଯାହାଫଳରେ NIA ଟିମ ମନରେ ସନ୍ଦେହ ଦେଖିବାକୁ ମିଳିଥିଲା । ଯାହାର ସତ୍ୟସତ୍ୟତା ଜାଣିବା ପାଇଁ ବ୍ୟକ୍ତିଙ୍କର ଇଣ୍ଟରନେଟର ଯୋଗାଯୋଗକୁ ବର୍ତ୍ତମାନ ତଦନ୍ତ କରୁଛି । ଏହା ବ୍ୟତୀତ ଘଟଣାସ୍ଥଳରେ ଉପସ୍ଥିତ ଥିବା ଲୋକଙ୍କର ତାଲିକା ପ୍ରସ୍ତୁତ କରାଯାଇ ପଚରାଉଚରା ପାଇଁ ଡକାଯାଇଛି । ଏପର୍ଯ୍ୟନ୍ତ ୧୦୦ଜଣଙ୍କୁ ପଚରାଉଚରା କରାଯାଇଛି । ସେଠାରେ ଥିବା ସ୍ଥାନୀୟ ଲୋକଙ୍କ ସମେତ ପର୍ଯ୍ୟଟକଙ୍କୁ ମଧ୍ୟ ସାମିଲ କରାଯାଇଛି । କିଛି ଲୋକ କହିଥିଲେ ଯେ, ଆକ୍ରମଣକାରୀ ପରିଚୟ ପଚାରିବା ପରେ ଛାଡିଦେଇଥିଲେ । ଇନପୁଟ ଆଧାରରେ ତଦନ୍ତ ପ୍ରକ୍ରିୟା ଆଗକୁ ବଢୁଛି ।
ସୂଚନାଯୋଗ୍ୟ ଆକ୍ରମଣ ସମୟରେ ଲୋକ ଆହ୍ଲା ହୋ ଆକବର କହି ଚିଲାଉଥିଲେ । ତଦନ୍ତରୁ ଜରାପଡିଛି ଯେ, ଜଣେ ଜିପଲାଇନ ଅପରେଟରଙ୍କୁ ମଧ୍ୟ ଆକ୍ରମଣକାରୀ ପଚରାଉଚରା କରୁଥିବା ଭିଡିଓରୁ ଦେଖିବାକୁ ମିଳିଛି । ସେମାନେ ସେଠାରୁ ଚାଲିଯିବା ପରେ ସେ ସେହି ସ୍ଥାନରୁ ଦୌଡି ପଳାଇଥିଲେ । ଭୟରେ ପୋଲିସକୁ ନଜଣାଇ ତାଙ୍କ ସାଙ୍ଗକୁ ଫୋନ କରିଥିଲେ ।
Also Read : ପୂର୍ବତନ ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଜେଲରେ ଯୌନ ନିର୍ଯାତନା ଦେବା କଥା କେତେ ସତ ? ସୋସିଆଲ ମିଡିଆରେ…