ହୋଟେଲ ରୁମରେ ଅନ୍ୟ ଜଣେ ମହିଳାଙ୍କୁ ନିଜ ବାହୁ ବନ୍ଧନରେ ଜାବୁଡି ଧରିଥିଲେ ସ୍ୱାମୀ, ସ୍ତ୍ରୀ ଖୋଲିଦେଲେ ଚପଲ ଆଉ ସ୍ଥିତି ହେଲା ବେହାଲ

ଉତ୍ତର ପ୍ରଦେଶର ଆଗ୍ରାରେ ଜଣେ ସ୍ୱାମୀଙ୍କୁ ତାଙ୍କ ସ୍ତ୍ରୀ ଏମିତି ମାଡ ମାରୁଛନ୍ତି ଯେ ଯାହାକୁ ଦେଖିଲେ ଆପଣଙ୍କ ଆଖି ଏକଦମ ଖୋଲା ହିଁ ଖୋଲା ରହିଯିବ। ସ୍ୱାମୀଙ୍କୁ ହୋଟେଲ ରୁମରେ ଅନ୍ୟ ଝିଅ ସହ ଦେଖି ନାଚିଗଲେ ସ୍ତ୍ରୀ। ତାପରେ ରାଗ ଚଢ଼ିଗଲା ପଞ୍ଚମରେ। ଆଉ ତାପରେ ସ୍ତ୍ରୀକୁ ସମ୍ଭାଳେବା କିଏ, ଜୋତା ଖୋଲି ଦୁଇ ଜଣଙ୍କ ବେକକୁ ଧରି ଛେଚିଲେ ଛେଚିଲେ ଛେଚି ଚାଲିଲେ।

ଏହି ପୂରା ଘଟଣା ଏବେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି। ସୂଚନା ମୁତାବକ ଦିଲ୍ଲୀ ଗେଟ ଅଞ୍ଚଳର ଏ ଘଟଣା। ଏଠାରେ ଦେବରୀ ରୋଡ ବାସିନ୍ଦା ଦିନେଶଙ୍କ ଉପରେ ତାଙ୍କ ସ୍ତ୍ରୀ ନୀଲମ ଅଭିଯୋଗ କରିଛନ୍ତି ଯେ ତାଙ୍କ ସ୍ୱାମୀଙ୍କର ଜଣେ ମହିଳାଙ୍କ ସହିତ ଅବୈଧ ସମ୍ପର୍କ ରହିଛି। ଯାହାକୁ ନେଇ ଦୁହିଁଙ୍କ ମଧ୍ୟରେ ବହୁତ ଝଗଡା ମଧ୍ୟ ହୋଇଛି ଏବଂ ରାଗରେ ନୀଲମ ଘର ମଧ୍ୟ ଛାଡିକି ନିଜ ବାପ ଘରକୁ ଚାଲି ଯାଇଛନ୍ତି।

କିନ୍ତୁ ଯେତେବେଳେ ସ୍ତ୍ରୀ ନୀଲମ ଜାଣିବାକୁ ପାଇଲେ ଯେ ତାଙ୍କ ସ୍ୱାମୀ ସେହି ମହିଳାଙ୍କ ସହିତ ଦିଲ୍ଲୀ ଗେଟ୍‌ ସ୍ଥିତ ଏକ ହୋଟେଲରେ ଅଛନ୍ତି। ଏହା ଶୁଣି ତୁରନ୍ତ ନିଜ ଭାଇକୁ ସାଥିରେ ନେଇ ପହଁଚିଗଲେ ହୋଟେଲରେ। ଆଉ ଯେମିତି ହିଁ ସେ ହୋଟେଲ ରୁମକୁ ଗଲେ ତ ଦେଖିଲେ ସ୍ୱାମୀ ଅଛନ୍ତି ଅନ୍ୟ ମହିଳାଙ୍କ ବାହୁରେ। ବାସ୍‌ ଏତିକିରେ ତ ପାଦରୁ ଚପଲ କାଢ଼ି ପିଟି ଚାଲିଲେ ସ୍ୱାମୀଙ୍କୁ। ଏଥିରେ ସମ୍ପୃକ୍ତ ମହିଳା ଜଣଙ୍କ ମଧ୍ୟ ବାଦ ପଡିନାହାଁନ୍ତି। ସେ ମଧ୍ୟ ଖାଇଛନ୍ତି ଚୁଟି ଭିଡା ସାଙ୍ଗକୁ ଧୂମ୍‌ ଛେଚା।

ଅବଶ୍ୟ ମାଡ ଖାଇବା ପରେ ସ୍ୱାମୀ ସ୍ତ୍ରୀଙ୍କୁ ଭୂଲ ମାଗୁଥିବା ଭିଡିଓରେ ଦେଖିବାକୁ ମିଳୁଛି। ତେବେ ଏହି ସମୟର ଚିତ୍ରକୁ ତାଙ୍କ ଭାଇ ନିଜ କ୍ୟାମେରାରେ କଏଦ କରିଥିଲେ। ଯାହା ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ସାଜିଛି। ଆଉ ଏହି ସ୍ୱାମୀ, ସ୍ତ୍ରୀ ଓ ସେ ର ଏହି ହାଇ ଭୋଲଟେଜ୍‌ ଡ୍ରାମାକୁ ଦେଖି ପରକୀୟା ପ୍ରେମରେ ଲିପ୍ତ ଥିବା ସ୍ୱାମୀ ଚେତି ଯାଆନ୍ତୁ ନିଶ୍ଚୟ। ନଚେତ ଅବସ୍ଥା ୟାଠାରୁ ବି ସାଙ୍ଘାତିକ ହୋଇପାରେ।

video courtesy : ANI

Leave A Reply

Your email address will not be published.